ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍‌

ଖୁଣ୍ଟା,୧୨୦ା୩(ଡ଼ି.ଏନ୍‌.ଏ.)-ଖୁଣ୍ଟା ଥାନା ଅଧୀନ ବଡ଼ କରଞ୍ଜିଆ – ବାହାନଡା ରାସ୍ତାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କଠାରୁ ସ୍କୁଟି ଓ ୬୫ ହଜାର ଟଙ୍କା ଲୁଟିନେଇଥିବା ସମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୩୪/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ଲୁଟର ଶିକାର ହୋଇଥିବା ମହିଳା କର୍ମଚାରୀ ଜଣକ ହେଲେ ବାଲେଶ୍ୱର ଅଞ୍ଚଳର। ସେ ବାରିପଦାସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଫିଲଡ଼ କ୍ରେଡିଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ବଡ କରଞ୍ଜିଆ ଗ୍ରାମର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ଠାରୁ କିସ୍ତି ଟଙ୍କା ଆଦାୟ ପାଇଁ ଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ସେ ଆଦାୟ ଟଙ୍କା ଓ ଅଶ୍ୟକୀୟ କାଗଜପତ୍ର ନେଇ ସ୍କୁଟି ଯୋଗେ ଫେରୁଥିଲେ। ବାହାନଡା ରାସ୍ତାର ଏକ ନିଛାଟିଆ ସ୍ଥାନରେ ବାଇକ ଧରି ପୂର୍ବରୁ ଜଗି ରହିଥିବା ୩ ଯୁବକ ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ ସ୍କୁଟି, ଟଙ୍କା ଥିବା ଏକ ବ୍ୟାଗ ଓ ତାଙ୍କ ମୋବାଇଲ ଫୋନ ଲୁଟି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।


All Right Reserved By Dharitri.Com

ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ...

ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼,୨୦।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ...

ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରଲୋକ

କଟକ ରୋଡ,୨୨।୨(ଡି.ଏନ୍‌.ଏ.): ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ...

ମଉଲିକ୍‌ ସୁବିଧାରୁ ବଁଚିତ୍‌: ଭଗବାନ ଭରସାରେ ଦେଢ଼ଶୁଳି ପଁଚେତ୍‌ବାସୀ

  ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଜନସାଧାରନ କେନ୍‌ଥେଇ ସୁବିଧାରେ ସରକାରୀ ସେବା, ଯୋଜନାର ଲାଭ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ନୂତନ୍‌ ପଁଚେତ୍‌ମାନ୍‌ ଗଠନ୍‌ କରିଥିଲେ।...

ଲକ୍‌ଡାଉନ୍‌ ହେଲା ଅନୁଗୋଳ ଜିଲା

ଅନୁଗୋଳ ଅଫିସ୍‌, ୨୨।୩ – ରାଜ୍ୟର ୫ଟି ଜିଲାକୁ ମୁଖ୍ୟମନ୍ତ୍ରୀ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ...

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୨୧।୬: ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ୪ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପରିବର୍ଦ୍ଧିତ କରାଯାଇଛି। ଏହି ଆନ୍ଦୋଳନ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ...

କାଜୁ ଚାରାରୋପଣ ପ୍ରହସନ

କେନ୍ଦୁଝର, ୩୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଜୁ ଚାରାରୋପଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ପତିତ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ଏଥିପାଇଁ...

ମହିଳାଙ୍କ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବାହାନଗା,୧୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ କୁଚିଆକୋଇଲି ଗ୍ରାମରେ ବୁଧବାର ଅପରାହ୍ନରେ ଚୋରା ମଦ କାରବାର ବିରୋଧରେ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମହିଳାମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ମଦ...

Leave a comment

Your email address will not be published. Required fields are marked *