ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ମହାକାଶରେ ଚାଷ କରାଯାଇଥିବା ଏହି ବନ୍ଧା କୋବି ପୃଥିବୀରେ ଚାଷ ହେଉଥିବା କୋବି ଭଳି ପୋଷକ ତତ୍ତ୍ୱରେ ଭରପୁର ବୋଲି ନାସା କହିଛି। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଏହାକୁ ଚାଷ କରାଯାଇଥିଲା। ଏହାଦ୍ୱାରା ମହାକାଶ ଯାତ୍ରୀଙ୍କ ଖାଦ୍ୟ ସମସ୍ୟା ଅଗାମୀ ଦିନରେ ଦୂର ହେବା ସହିତ ମାନବ ମିଶନକୁ ସହାୟତା ମିଳିପାରିବ ବୋଲି କେନେଡ଼ି ସ୍ପେସ୍‌ ଷ୍ଟେଶନର ମହାକାଶ ବିଜ୍ଞାନୀ କ୍ରିଷ୍ଟିନା ଖୋଦାଦାଦ୍‌ ସୂଚନା ଦେଇଛନ୍ତି। ଚାଷ କରିବା ଲାଗି ଚକ୍କଣ ମାଟିକୁ ଏକ ବାକ୍ସରେ ରଖାଯାଇ ଏହା ଉପରେ ଲାଲ ରଙ୍ଗର ଆଲୋକ ରଶ୍ମୀ ପକାଯାଇଥିଲା। ଇଞ୍ଜେକଶନ ଦ୍ୱାରା ଏଥିରେ ଆବଶ୍ୟକତା ଅନୁସାରେ ପାଣି ଦିଆଯାଇଥିବା କ୍ରିଷ୍ଟିନା କହିଛନ୍ତି। ଚାଷ ସମ୍ପୂର୍ଣ୍ଣ ହେବା ପାଇଁ ୫୬ ଦିନ ସମୟ ଲାଗିଥିଲା। ଅଗାମୀ ଦିନରେ ଏଠାରେ ଟମାଟୋ ସହିତ ଅନ୍ୟ ପରିବା ମଧ୍ୟ ଚାଷ କରାଯିବାର ଯୋଜନା ରହିଛି।


All Right Reserved By Dharitri.Com

ନେଦରଲାଣ୍ଡ ଯୋଗ ଦିବସ ପାଳନରେ ଉପସ୍ଥିତ ରହିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଆମଷ୍ଟରଦମ,୧୬।୬: ଆଗକୁ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧ରେ ପାଳନ କରାଯିବ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତି...

କଳା ରଙ୍ଗର ଲୋକେ କରୋନା ସଂକ୍ରମିତ ହେବା ଆଶଙ୍କା ଅଧିକ: ବ୍ରିଟେନ୍‌ ରିପୋର୍ଟ

ଲଣ୍ଡନ/ନୂଆଦିଲ୍ଲୀ,୭।୫: ସାରା ପୃଥିବୀରେ କରୋନା ମହାମାରୀ ଆତଙ୍କ ରଚିଛି। ତେବେ କରୋନା ସଂକ୍ରମଣ କଳା ରଙ୍ଗର ଲୋକଙ୍କୁ ହେବାର ଅଧିକ ଆଶଙ୍କା ରହିଥିବା ବ୍ରିଟେନ୍‌ର ଏକ...

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ...

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୬ ଦିନରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରୁଛି ଚାଇନା

ବେଜିଂ,୨୬।୧: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ୨୩୭ ଲୋକ ଗୁରୁତର ଭାବେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେହିପରି...

ଟିକ୍‌ଟକ୍‌ରେ ଭାଇରାଲ ହେଉଛି ବେବିଙ୍କ ଭିଡିଓ, ଲୋକେ କହୁଛନ୍ତି ‘ବିଦେଶିନୀ ଭାଉଜ’

ଚର୍ଚ୍ଚାରେ ଟିକ୍‌ଟକ୍‌ର ‘ବିଦେଶିନୀ ଭାଉଜ’। ବିଦେଶୀନୀ ସତ୍ତ୍ୱେ ପଞ୍ଜାବୀ ତଥା ହିନ୍ଦୀରେ କଥା କହି ସମସ୍ତଙ୍କ ମନ ଜିଣୁଛନ୍ତି ସେ। ତାଙ୍କର ପ୍ରକୃତ ନାମ ବେବି...

ବ୍ୟକ୍ତିତ୍ୱ: ହଣ୍ଟର ଏସ୍‌. ଥମ୍ପସନ୍‌

ହଣ୍ଟର ଏସ୍‌. ଥମ୍ପସନ୍‌! ମାର୍କିନ୍‌ ସାହିତ୍ୟ ତଥା ସାମ୍ବାଦିକତା ଜଗତରେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଇଥାଏ। ସେତିକିନୁହେଁ ଜର୍ନାଲିଜମ୍‌କୁ ନେଇ ତିରିଶ ଦଶକରେ...

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି।...

ଡ୍ରଗ୍ସ୍‌ ମାଫିଆଙ୍କ ଗୁଳିରେ ୧୫ ନିହତ

ମେକ୍ସିକୋ ସିଟି,୧୬।୧୦: ଡ୍ରଗ୍ସ୍‌ ମାଫିଆଙ୍କ ଗୁଳିରେ ମେକ୍ସିକୋର ଗୁଏରେରୋର ଦକ୍ଷିଣ ଅଞ୍ଚଳରେ ୧୫ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଥିବା ସ୍ଥାନୀୟ...

Leave a comment

Your email address will not be published. Required fields are marked *