ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ ଏଠାରେ ଜୀବନସତ୍ତାର ସମ୍ଭାବନାକୁ ଦୃଢ଼ୀଭୁତ କରିଛି। ବ୍ରିଟେନ୍‌ର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ ଏପର୍ଯ୍ୟନ୍ତ ସୌରମଣଳ ବାହାରେ ୪ ହଜାର ଏକ୍ସୋପ୍ଲାନେଟ୍‌ ସମ୍ପର୍କରେ ତଥ୍ୟ ହାସଲ ହୋଇସାରିଛି। ଏସବୁର ଏକ୍ସୋଚନ୍ଦ୍ରମାରେ ଜଳ ଥିବାର ପ୍ରମାଣ ମିଳିଛି। ତେଣୁ ଏଠାରେ ଜୀବନ ଥିବାରୁ ଅନୁମାନ କରାଯାଉଛି। ଏଠାରେ ଥିବା ଜେ-୧୪୦୭ ଚନ୍ଦ୍ରମା ଉପରେ ଅଧ୍ୟୟନ କରାଯାଇ ମହାକାଶ ବିଜ୍ଞାନୀ ଏଭଳି ମତ ଦେଇଛନ୍ତି। ଏହାର ରିପୋର୍ଟ ରୟାଲ ଷ୍ଟୋଲନାମିକାଲ ସୋସାଇଟିର ମାସିକ ପତ୍ରିକାରେ ପ୍ରକାଶ ପାଇଛି।


All Right Reserved By Dharitri.Com

ଆମେରିକା ସଂଘୀୟ କମିଶନଙ୍କ ସୁପାରିସ: ସିଏବି ପାସ୍‌ ହେଲେ ଶାହାଙ୍କ ଉପରେ କଟକଣା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୧ା୧୨(ପି.ଟି./ଆଇଏଏନ୍‌ଏସ୍‌): ଭାରତର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ଗୃହୀତ ହେଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ କଟକଣା ଜାରି କରିବାକୁ ଆମେରିକାର ଅନ୍ତର୍ଜାତୀୟ...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ପିଲାଙ୍କୁ ନିଆଁରୁ ବଞ୍ଚାଇ ଜେଲ ଗଲେ ମା’

ପ୍ୟୋଙ୍ଗୟାଙ୍ଗ୍‌, ୧୧ା୧ : ପୃଥିବୀରେ ଗୋଟିଏ ଦେଶ ରହିଛି ଉତ୍ତର କୋରିଆ। କିମ ଜଙ୍ଗ୍‌ ଉନ ସେଠାକାର ସର୍ବୋଚ୍ଚ ଶାସକ। ଏହି ଦେଶରେ ଆଇନକାନୁନ ନାଁରେ...

ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ  ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା।...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

ଜାମାଇକାର ଟୋନି-ଅନ୍‌ ସିଂ ମିସ୍‌ ଓ୍ବାଲର୍‌ଡ

ଲଣ୍ଡନ,୧୫ା୧୨ : ଜାମାଇକାର ଟୋନି-ଅନ୍‌ ସିଂ(୨୩) ଶନିବାର ୨୦୧୯ର ମିସ୍‌ ଓ୍ବାଲର୍‌ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର...

ଜେଲ୍‌ରୁ ଫେରାର ହେବା ପାଇଁ ଝିଅ ବେଶ ଧାରଣ କରି ଗିରଫ ହେଲେ ଗ୍ୟାଙ୍ଗଷ୍ଟାର

ବ୍ରାସିଲିଆ,୬।୮: ଫିଲ୍ମରେ ଚେହେରା ଉପରେ ଅନ୍ୟ ଚେହେରା ଲଗାଇ ସମସ୍ତଙ୍କୁ ଚକିତ କରୁଥିବା ନାୟିକା ନାୟକଙ୍କୁ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ରିଅଲ ଲାଇଫ୍‌ରେ ଏଭଳି...

Leave a comment

Your email address will not be published. Required fields are marked *