ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ

ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ନିକଟରେ ଥିବା ଏକ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ସେ ହେଲେ ମୃତକ ପ୍ରୀତମ ରାଉତରାୟ(୪୦)ଙ୍କ ବଡ଼ ଭାଇ ମାମୁନ ରାଉତରାୟ। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ପାରିବାରିକ କଳହରୁ ଏହା ଘଟିଥିବା ଥାନାଧିକାରୀ ପ୍ରଦୀପ୍ତ ରାଉତ କହିଛନ୍ତି। ହତ୍ୟାକାଣ୍ଡ ପରେ ମାମୁନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ କେଉଁଆଡେ ଚାଲିଯାଇଛନ୍ତି। ସେମାନେ ରହୁଥିବା ଉକ୍ତ ଥାନା ଅଧୀନ ପଞ୍ଚମୁଖୀ ବିହାର ବ୍ଲକ-ବି, ପ୍ଲଟ୍‌ ନଂ-୫୦୪ରେ ତାଲା ଛୁଲୁଥିବା ଦେଖିବାକୁ ମିଳିଛି। ମୃତକଙ୍କ ବାପା ଜଣେ ଅବସରପ୍ରାପ୍ତ ସବରେଜିଷ୍ଟାର ଥିଲେ। ସେ ୩ ଦିନ ଧରି ବଡ଼ ଝିଅଙ୍କ ସହ ଗୁଜରାଟକୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି। ପୋଲିସ ଫେରାର ମାମୁନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ଅପରପକ୍ଷେ ମୃତଦେହ କ୍ୟାପିଟାଲ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପରିବାରଲୋକ ନ ଆସି ନ ଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

ପ୍ରକାଶ ଥାଉ କି, ଉକ୍ତ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ମୃତକ ପ୍ରୀତମ ପ୍ରଥମେ ଏକ ଆପାର୍ଟମେଣ୍ଟ ନିକଟକୁ ଆସୁଛନ୍ତି। ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ନିକଟରେ ବିଡ଼ି ଲଗାଉଛନ୍ତି। କିଛି ସମୟ ପରେ ମାମୁନ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍‌ ଥିବା ଏକ ଗାଡ଼ିରେ ସେଠାରେ ପହଞ୍ଚୁଛନ୍ତି। ଗାଡ଼ି ପାର୍କ କରି ଭାଇ ପ୍ରୀତମଙ୍କ ନିକଟକୁ ଯାଉଛନ୍ତି। ସେଠାରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହେଉଛି। ଏହା ପରେ ମାମୁନ ଗାମୁଛାରେ ଲୁଚାଇ ଆଣିଥିବା ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରୁଛନ୍ତି। ଏକ ଖଣ୍ଡାରେ ଗୋଟିଏ ପରେ ଗୋଟିଏ ୧୫ଟି ଚୋଟ ପକାଇବା ଯୋଗୁ ଘଟଣାସ୍ଥଳରେ ପ୍ରୀତମଙ୍କ ମୃତ୍ୟୁ ଘଟୁଛି। ଏହି ସମୟରେ ସେଠାରେ ଲୋକେ ଉପସ୍ଥିତ ଥିଲେ ହେଁ କେହି ପ୍ରତିରୋଧ କରି ନ ଥିଲେ।


All Right Reserved By

ଜୀବନ ସହ ସାଂଘାତିକ ଖେଳ: ଫୋନ୍‌ରେ ରକ୍ତ ନାଁରେ ମିଛ ପ୍ରଚାର

ପୁରୁଣା ଭୁବନେଶ୍ୱର, ୧୦। ୭ (ଡି.ଏନ.ଏ.): ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି ଏକ ମିଥ୍ୟା ଖବର। ସରକାର ‘ବ୍ଲଡ୍‌ ଅନ୍‌ କଲ୍‌’ ନାମରେ ଏକ ନୂଆ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକଇ-ଡାକ୍ତରଖାନା ପରିଚାଳନା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ଦୁଇମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା(ଇ-ଏଚ୍‌ଏମ୍‌ଏସ୍‌) କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ...

ପଞ୍ଚାୟତ ସମିତି ବୈଠକ ବାତିଲ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା

ଗୋପ,୧୧।୭(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା ବାରମ୍ବାର ପଞ୍ଚାୟତ ସମିତି ବୈଠକ ବାତିଲକୁ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସେ...

ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ...

ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କୁ ପାଇଲେନି: ଲୋକେକାର୍ଯ୍ୟ ବନ୍ଦକରି ବିଦ୍ୟୁତ୍‌ ଅଫିସ ଘେରିଲେ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ତାରିଖ ପରେ ତାରିଖ ଘୁଞ୍ଚୁଛି। ହେଲେ ମିଳିପାରୁନି ବିଦ୍ୟୁତ୍‌ ସେବା। ବାତ୍ୟା ପରଠାରୁ ବିନା ବିଦ୍ୟୁତ୍‌ରେ ଛଟପଟ ହେଉଥିବା ବିପନ୍ନମାନେ ଧୈର୍ଯ୍ୟହରାଇ ଆନ୍ଦୋଳନାତ୍ମକ...

ଦ୍ୱିତୀୟ ଥର ପାଇଁ ରିପୋର୍ଟ ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଜ୍ୟରେ ସରକାର କରିବା ପରେ ମନ୍ତ୍ରୀମାନଙ୍କୁ ପ୍ରତି ମାସ ୭ ତାରିଖ ପୂର୍ବରୁ ନିଜ...

ଅନଫିଟ୍‌ ଗାଡ଼ିରେ ଛାତ୍ରୀଛାତ୍ର ପରିବହନ; କଟକଣା ମାନୁନାହାନ୍ତି କର୍ତ୍ତୃପକ୍ଷ

କଟକ ଅଫିସ, ୧୧।୭: ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ପାଠ ପଢିବାକୁ ଆସିଥିବା...

ଆଜିଠୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ: ସ୍ବାଗତ କରୁଛି ଭୁବନେଶ୍ୱର

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟ ଭଳି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟର ଆୟୋଜନ କରି ଇତିହାସ ରଚିଥିବା ଓଡ଼ିଶା ଏବେ ଅନ୍ତର୍ଜାତୀୟ ହକି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *