ଏସ୍‌ସିବିର ୬ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍‌

କଟକ ଅଫିସ୍‌,୧୨ା୩: କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ବିଭିନ୍ନ ସମୟରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ୬ଜଣକ ନମୁନା ରିପୋର୍ଟ ଆସିଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ପାରାଦୀପରୁ ଆସିଥିବା ଦମ୍ପତ୍ତି। ଅନ୍ୟମାନଙ୍କୁ ଆଗାମୀ ଦିନରେ ଡିସ୍‌ଚାର୍ଜ କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ରବିବାର କଟକ ସହର ରାଣୀହାଟ ଅଞ୍ଚଳ ଜଣେ ଯୁବକ ଏବଂ ସୋମବାର କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ କରୋନା ସନ୍ଦେହରେ ଏସ୍‌ସିବି ମେଡିକାଲ୍‌ର ଆଇସୋଲେଶନ୍‌ ୱାର୍ଡରେ ଭର୍ତ୍ତି ହୋଇଥିଲେ। କଟକର ଯୁବକ ଜଣକ ଦିଲ୍ଲୀ ଏବଂ ଆଗ୍ରା ଭ୍ରମଣ କରି ଘରକୁ ଫେରିବା ପରେ ତାଙ୍କୁ ଥଣ୍ଡା କାଶ ହୋଇଥିଲା। ଏଣୁ ପରିବାରବର୍ଗ ତାଙ୍କୁ ରବିବାର ଏସ୍‌ସିବିରେ ଭର୍ତ୍ତି କରିଥିଲେ। ସେହିଭଳି ଓମାନ୍‌ରୁ ଫେରିଥିବା କେନ୍ଦ୍ରାପଡ଼ାର ଯୁବକ ଜଣକ ମଧ୍ୟ କାଶ ଏବଂ ଜ୍ୱରରେ ପୀଡ଼ିତ ହେବା ପରେ ସୋମବାର ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। କଟକ ଯୁବକଙ୍କ ନମୁନା ପୁଣେ ଏବଂ କେନ୍ଦ୍ରାପଡ଼ା ଯୁବକଙ୍କ ନମୁନା ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ଉଭୟ ନମୁନାର ରିପୋର୍ଟ ନେଗେଟିଭ୍‌ ରହିଛି।


All Right Reserved By Dharitri.Com

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ:  ହାଇକୋର୍ଟରେ ପିଟିଶନ, ଶୁଣାଣି ଆଜି

କଟକ ଅଫିସ,୭ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଗତ ୨ ତାରିଖରେ ଏକ ଗେଜେଟ୍‌ ନୋଟିଫିକେଶନ ପ୍ରକାଶ କରିଛନ୍ତି। କେନ୍ଦ୍ର...

ଲାଗିଲା କଟକଣା: ସମୁଦ୍ରରୁ ମାଛ ଧରା ୨ ମାସ ବନ୍ଦ

ପାରାଦୀପ, ୧୭।୪ (ସ୍ବ.ପ୍ର.)- କରୋନା ଭୂତାଣୁ ପ୍ରତିହତ କରିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏବେ କେତେକ କ୍ଷେତ୍ରରେ ନିୟମ କୋହଳ କରାଯାଇଛି।...

ଅସହାୟଙ୍କୁ ରନ୍ଧାଖାଦ୍ୟ ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡା,୧୯ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବିଭିନ୍ନ ପଞ୍ଚାୟତର ଗଁା ଗଁା ବୁଲି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା, କାମ ନ ଥିଲେ...

ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ : କାଳିଆ, ଜଳସେଚନ, ଏସ୍‌ଏଚ୍‌ଜିକୁ ଗୁରୁତ୍ୱ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯିବ। ଏ...

ଭୁବନେଶ୍ୱର ଯାଇଥିବା ଅଧିକାରୀଙ୍କୁ ଖୋଜୁଛି ଗଞ୍ଜାମ ଜିଲା ପ୍ରଶାସନ: ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ରେ ରହିବେ,ଜଣଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.)- ରାଜ୍ୟରେ ରାଜଧାନୀ ଭୁବନେଶ୍ୱର କରୋନା ହଟ୍‌ସ୍ପଟ୍‌ ସହର ପାଲଟିଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମାତ୍ରାଧିକ ଏଠାରୁ ହୋଇଥିବାରୁ ଏବେ ଭୁବନେଶ୍ୱରରୁ...

ଆତଙ୍କ ଖେଳାଉଥିବା ଭାଲୁ ପଡ଼ିଲା ଯନ୍ତାରେ: ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ

ନବରଙ୍ଗପୁର, ୭।୩(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମରେ ଗତ କିଛିଦିନ ହେବ ଆତଙ୍କ ଖେଳାଉଥିବା ଭାଲୁକୁ କାବୁ କରାଯାଇଛି। ବନବିଭାଗ ପକ୍ଷରୁ ବସାଯାଇଥିବା...

ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ, ୩୦।୭: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ...

ପଶ୍ଚିମବଙ୍ଗ, ବାଂଲାଦେଶ ମୁହାଁ ‘ବୁଲ୍‌ବୁଲ୍‌’:ଓଡ଼ିଶାକୁ ମାଡ଼ ନ କରିପାରେ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଶକ୍ତିଶାଳୀ ହେଉଛି। ଘଣ୍ଟା...

Leave a comment

Your email address will not be published. Required fields are marked *