Posted inଜାତୀୟ

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ ବହୁ ଦୂରକୁ ଚାଲିଯାଇଛି ବୋଲି ପୂର୍ବତନ ଏମ୍‌ପି ସିନ୍ଧିଆ ଭାଜପା କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି। ସେ ଦୀର୍ଘଦିନ ଧରି କଂଗ୍ରେସ ସହ ଜଡ଼ିତ ଥିଲେ। ତେବେ ଦଳରେ ସେ ନିଜ ଲୋକମାନଙ୍କ ପାଇଁ କିଛି କରି ନ ପାରିବା କାରଣରୁ ଆଘାତ ପାଇଥିଲେ ଓ ଅସନ୍ତୁଷ୍ଟ ଥିଲେ ବୋଲି କହିଛନ୍ତି। କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରି ସିନ୍ଧିଆ କହିଛନ୍ତି, ସେ ଓ ତାଙ୍କ ପୂର୍ବତନ ସହକର୍ମୀମାନେ ମଧ୍ୟପ୍ରଦେଶ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ୧୮ ମାସ ମଧ୍ୟରେ ଧୂଳିସାତ୍‌ ହୋଇଯାଇଛି। ଭାଜପା ପରିବାରରେ ତାଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ଏହି ଅବସରରେ ସିନ୍ଧିଆ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ। ଲୋକଙ୍କ ସେବା କରିବା ପାଇଁ ସେମାନେ ତାଙ୍କୁ ପ୍ଲାଟଫର୍ମ ଯୋଗାଇ ଦେଇଥିବା ସିନ୍ଧିଆ କହିଥିଲେ।

କଂଗ୍ରେସ ଛାଡ଼ିବାର ୩ କାରଣ

ତିନୋଟି ମୁଖ୍ୟ କାରଣ ପାଇଁ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଲେ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କହିଛନ୍ତି। ପ୍ରଥମ କାରଣ ହେଲା ଦଳ ନୂଆ ନେତୃତ୍ୱକୁ ସୁଯୋଗ ଦେଉନାହିଁ। ଏଥିପାଇଁ ସେ ଦଳର ପୁରୁଖା ନେତା ଦିଗ୍‌ବିଜୟ ସିଂ ଓ କମଲନାଥଙ୍କୁ ଦାୟୀ କରିଛନ୍ତି। ଦ୍ୱିତୀୟ କାରଣ ହେଲା ଦୁର୍ନୀତି। ପ୍ରତିଶ୍ରୁତିଠାରୁ ଦୂରେଇ ଯାଇ ସରକାର ମଧ୍ୟପ୍ରଦେଶରେ ବଦଳିକୁ ଏକ ଶିଳ୍ପରେ ପରିଣତ କରିଥିବା ସିନ୍ଧିଆ ଅଭିଯୋଗ କରିଛନ୍ତି। ତୃତୀୟ କାରଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱ। ମୋଦିଙ୍କ ନେତୃତ୍ୱରେ ଦେଶର ନିରାପତ୍ତା ସୁରକ୍ଷିତ ବୋଲି ସିନ୍ଧିଆ କହିଛନ୍ତି।

‘ନିର୍ବାଚିତ ସରକାରକୁ ଅସ୍ଥିର କରୁଛନ୍ତି ମୋଦି’

ମଧ୍ୟପ୍ରଦେଶରେ ନିର୍ବାଚିତ ସରକାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସ୍ଥିର କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ୩୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଏହାର ଫାଇଦା ଲୋକଙ୍କୁ ନ ଦେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବାରେ ବ୍ୟସ୍ତ ରହିଛନ୍ତି। ତୈଳ ଦର ହ୍ରାସ କରି ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ସେ ଆହ୍ବାନ ଦେଇଛନ୍ତି। ବିଧାୟକମାନଙ୍କୁ କିଣିବା, ଅପହରଣ କରିବା ଓ ସରକାରକୁ ଚୋରାଇବା ଭାଜପାର ବ୍ୟବସାୟରେ ପରିଣତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।


All Right Reserved By Dharitri.Com

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି...

ଶିବସେନା ନେତା ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାକୁ ଯାଉଛି। ଅର୍ଥାତ୍‌ ରାଷ୍ଟ୍ରପତି ଶାାସନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। କିନ୍ତୁ ଇତିମଧ୍ୟରେ ମହାରାଷ୍ଟ୍ରର...

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି,...

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ...

ହସ୍ପିଟାଲରେ ରୋଗୀଙ୍କୁ ପିଟିଲେ ଡାକ୍ତର: ଭିଡିଓ ଭାଇରାଲ

ଜୟପୁର,୪।୬: ରାଜସ୍ଥାନ ଜୟପୁରର ସଓ୍ବାଇ ମାନସିଂ ହସ୍ପିଟାଲରେ ଜଣେ ଡାକ୍ତର ରୋଗୀଙ୍କୁ ପିଟିବାର ଭିଡିଓ ଭାଇରାଲ ହୋଇଛି। ସୋମବାର ଏହି ଭିଡିଓ ଭାଇରାଲ ହେବାପରେ ରାଜସ୍ଥାନ...

କୃଷି ଋଣ ଛାଡ଼ ଘୋଷଣା କଲେ ଉଦ୍ଧବ

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ।...

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ: ରାସ୍ତାକଡ଼ରେ ଲାଗିଲା ହୋଡିଂ

ଅହମଦାବାଦ୍‌,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ଛତିଶଗଡ଼ ଏନ୍‌କାଉଣ୍ଟର:୨ ମାଓବାଦୀ ମୃତ

ସୁକମା,୨୯।୭: ଛତିଶଗଡ଼ ସୁକମା ଜିଲା କୋଣ୍ଟା ଅଞ୍ଚଳରେ ଥିବା ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ...

Leave a comment

Your email address will not be published. Required fields are marked *