ଘୁମୁରା, ସାନ୍ତାଳୀ ନୃତ୍ୟରେ ଝୁମିଲେ ଦର୍ଶକ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.) ପାଲଲହଡ଼ାରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ ବିଭିନ୍ନ ସାଂସ୍କୃତିକ ଦଳର ଲୋକଗୀତ, ଲୋକନୃତ୍ୟରେ ବେଶ୍‌ ଜମିଥିଲା ସାଂସ୍କୃତିକ ଆସର I ଜିଲା ତଥା ଜିଲା ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଷିତ ଚାଙ୍ଗୁ ନୃତ୍ୟ, ଘୁମୁରା, ସାନ୍ତାଳୀ, ସମ୍ବଲପୁରୀ ସହ ଆଧୁନିକ ଏବଂ ଓଲିଉଡ଼ ଗାୟକଙ୍କ ସଙ୍ଗୀତରେ ଦର୍ଶକ ଝୁମିଥିଲେ।
ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାନ୍ତାଳୀ ନୃତ୍ୟ ଏବଂ ସାନ୍ତାଳୀ ବାହାଘର ପ୍ରଦର୍ଶିତ ହୋଇଥିଲା। ପରେ ବଲାଙ୍ଗୀରରୁ ଆସିଥିବା କଳାକାରମାନେ ସମ୍ବଲପୁରୀ ଏବଂ ଡାଲଖାଇ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱିତୀୟ ଭାଗରେ ଭୁବନେଶ୍ୱର କଳାକାରଙ୍କ ଶିବ ତାଣ୍ଡବ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଶେଷ ପର୍ଯ୍ୟାୟରେ ଓଲିଉଡ ଗାୟିକା ଶର୍ମିଷ୍ଠା ସରକାରଙ୍କ ସଂଗୀତ ଏବଂ ଆରଡିଏକ୍ସ ଡ୍ୟାନ୍ସ ଗ୍ରୁପର ଆଧୁନିକ ନୃତ୍ୟକୁ ଦର୍ଶକ ଉପଭୋଗ କରିଥିଲେ। ଉପଖଣ୍ଡ ପ୍ରଶାସନ, ସ୍ଥାନୀୟ ମହୋତ୍ସବ କମିଟି ଏବଂ ସ୍ଥାନୀୟ ବିଧାୟକଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବର ଶେଷ ସାର ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲେ। ପରେ କମିଟି ପକ୍ଷରୁ ପ୍ରସ୍ତୁତ ସ୍ମରଣିକା ‘ଲହଡା ଜ୍ୟୋତି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପାଲଲହଡ଼ାର ପ୍ରଥମ ବିଧାୟକ ମୃତୁଞ୍ଜୟ ପାଲ, ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ଉଦୟନାଥ ସାହୁଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରିଥିବା କୁଶେଲ ବଲାଇମୁଣ୍ଡା, ଅଞ୍ଚଳର ସୁପର ମଡେଲ ଭାବେ ପରିଚିତ ରିୟା ରେଶମ ବାରୀ, ମହୋତ୍ସବର ସଫଳ ଆୟୋଜନ ପାଇଁ ରବିନାରାୟଣ ପ୍ରଧାନ, ରଘୁନନ୍ଦନ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକ ପାଲ ସଭାପତିତ୍ୱ କରିଥିଲେ। ଉପଜିଲାପାଳ ଅଜିତ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ। ପରେ ମହୋତ୍ସବ କମିଟି ତରଫରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ମୃତି ଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା। ଶେଷଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଏବଂ ଘରକରଣା ସାମଗ୍ରୀ ଷ୍ଟଲରେ ଲୋକଙ୍କ ଭିଡ଼ ଜମିଥିଲା। ଉପଖଣ୍ଡ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।


All Right Reserved By Dharitri.Com

ସେପ୍ଟେଜ ବିଶୋଧନାଗାର ପରିଚାଳନା କର୍ମଶାଳା

ବ୍ରହ୍ମପୁର ଅଫିସ,୧୮ା୧୦- ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ଙ୍କୁ ସୁଦୃଢ କରିବାକୁ ବ୍ରହ୍ମପୁର ମହାନଗର ନିଗମ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ମହିଳା ଏସ୍‌ଏଚଜିଙ୍କୁ...

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ପରୀକ୍ଷା ଫି କମାଇବା ଦାବିରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୧: ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ପରିଚାଳନାଗତତ୍ରୁଟି ଯୋଗୁ କିଛି ଦିନ ହେବ ଛାତ୍ର ଆନ୍ଦୋଳନ ଲାଗି...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୧୪।୧୨: ଭଦ୍ରକ ସହରାଞ୍ଚଳ ପୋଲିସ କଦମ୍ବବେଡ଼ା ଛକଠାରେ ଥିବା ଏକ ସେଲୁନ୍‌ରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରିଛି। ମୃତକ...

ଅଜନା ରୋଗ୍‌ରେ ପୀଡ଼ିତ ହୀରାଦେଈ

ଖଡିଆଳ,୨୩।୧୦(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍‌କେ ୨ ବଛର ହେଲା କେହେନ୍‌ସି ଗୁଟେ ଅଜନା...

କରୋନା ମୁକାବିଲା ଲାଗି ସଚେତନତା ସୃଷ୍ଟି କରନ୍ତୁ ସ୍ବେଚ୍ଛାସେବୀ : ଜିଲାପାଳ

ବୌଦ୍ଧ, ୨ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ବୌଦ୍ଧ ଜିଲାର ସ୍ବେଚ୍ଛାସେବୀ ସଂଗଠନମାନଙ୍କ ସହିତ ଜିଲାପାଳ ଆଲୋଚନା କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନ ଶିକ୍ଷକ ଗିରଫ

ଯୋଡ଼ା, ୧୭।୧୧(ଡି.ଏନ.ଏ.) -କେନ୍ଦୁଝର ଜିଲା ବାମେବାରୀ ଥାନା ତଥା ଯୋଡା ବ୍ଲକ ଅଧୀନ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ...

ଜାପାନୀ ଜ୍ୱରରେ ଛାତ୍ର ଆକ୍ରାନ୍ତ: ମଢ଼ିଆଳିରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଭଣ୍ଡାରିପୋଖରୀ, ୨୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଢିଆଳି ଗ୍ରାମର ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ...

୨୦ ବର୍ଷ ପରେ ପୁଣି ମହାବାତ୍ୟା ଭୟ: ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା

ଜଗତ୍‌ସିଂହପୁର ଅଫିସ୍‌/ଏରସମା,୧୯ା୫(ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ପରେ ଆସନ୍ତା ୨୦ ତାରିଖରେ ପୁଣି ଏକ ମହାବାତ୍ୟାର ଆଶଙ୍କା ରହିଛି। ଏହି ଖବର ବିଶେଷକରି ୧୯୯୯ ମହାବାତ୍ୟାରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *