୭ ଗାଁରେ ସରକାରୀ ଯୋଜନା ଅପହଞ୍ଚ

ଫୁଲବାଣୀ ଅଫିସ, ୧୨ା୩:   କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେସବୁ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ରାସ୍ତା ନ ଥିବାରୁ ଗାଁକୁ ବିଜୁଳି, ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଜିଲା ପ୍ରଶାସନର ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି। ବୁଧବାର କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ୭ଟି ଗ୍ରାମର ଶତାଧିକ ଗ୍ରାମବାସୀ ଜିଲାପାଳ ଡ. ବୃନ୍ଦା ଡ଼ିଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସେମାନେ ବିକାଶ କ’ଣ ଏ ଯାଏ ଜାଣି ନାହାନ୍ତି। ବାରାହାଲା, ବେରେଣୀ, ଦୁବସରା, ତିଲେକାପଦର, ବଡ଼ିଗାଁ, ଗୁମ୍ବାଙ୍ଗି ଓ ସରୁପାଜୁ ଗ୍ରାମକୁ ଯିବାକୁ ନିତିଦିନିଆ ରାସ୍ତା ବି ନାହିଁ। ଫିରିଙ୍ଗିଆ ସଦର ମହକୁମାରୁ ୫୦ କି.ମି. ଦୂର କୋଏରମାଣ୍ଡୁରୁ ୮ରୁ ୯ କି.ମି. ଦୂରତା ମଧ୍ୟରେ ଏହିସବୁ ଗ୍ରାମ। ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗର୍ଭବତୀ, ରୋଗୀ କାନ୍ଧ ଭାରରେ ବୁହାହୋଇ ଡାକ୍ତରଖାନା ଯାଇଥାନ୍ତି। ବିଜୁଳି ଆଲୋକ ସାତସପନ ହୋଇଛି। ଡିବିରି ଆଲୁଅକୁ ଭରସା କରି ଚଳି ଆସୁଛନ୍ତି। ପିଇବା ପାଣି ପାଇଁ ଚୂଆ ଓ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗ୍ରାମର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳି ଥାଆନ୍ତି। କାରଣ ସରକାରଙ୍କର ଏମ୍‌ଜିଏନ୍‌ଆର୍‌ଇଜିଏସ ହେଉ କିମ୍ବା ଲେବର କାର୍ଡ଼ ହେଉ କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଏଭଳି ଅନେକ ସମସ୍ୟା ନେଇ ଅତି ଦୟନୀୟ ଅବସ୍ଥାରେ ଚଳନ୍ତି ଏହି ଗ୍ରାମର ଶତାଧିକ ଲୋକମାନେ। ଏ ନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି, ଉପରୋକ୍ତ ଉପାନ୍ତ ଗ୍ରାମଗୁଡିକରେ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯିବ। ରାସ୍ତା ପାଇଁ ଜିଲାପାଳଙ୍କ ସହ କଥା ହେବେ ବୋଲି କହିଛନ୍ତି। ଗ୍ରାମଗୁଡ଼ିକ ପାହାଡ଼ିଆ ରାସ୍ତା ହୋଇଥିବାରୁ ଏହାର ଉନ୍ନତୀକରଣ କରାଯାଇପାରିନାହିଁ। ଖୁବଶୀଘ୍ର ସମସ୍ୟା ସମାଧାନ ହେବ। କୋଏରମାଣ୍ଡୁ ସରପଞ୍ଚ ପଦ୍ମାବତୀ କହଁର, ବ୍ଲକ ଉପାଧ୍ୟକ୍ଷ ସସ୍ମିତା ଦିଗାଳ,୩ ନଂ ଓ୍ବାଡ଼ ସଭ୍ୟା ସାଇବାଣୀ ବଗର୍ତ୍ତିୀ, ସିନୁରା କହଁର, ରାଇଜନ କହଁରଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଗ୍ରାମଗୁଡିକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ସହିତ ରାସ୍ତା କାମପାଇଁ ଯୋଜନା ପ୍ରସ୍ତୁତ ହେବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।


All Right Reserved By Dharitri.Com

ନଳକୂପରୁ ବାହାରୁଛି ଲୁଣିପାଣି

କଣାସ, ୨୪ା୪ (ସ୍ବ.ପ୍ର.): ପୁରୀ ଜିଲାର ଚିଲିକା ଉପକୂଳରେ ଅବସ୍ଥିିତ କଣାସ ବ୍ଲକରେ ବର୍ଷସାରା ପାନୀୟଜଳ ସଙ୍କଟ ଲାଗି ରହିଥାଏ। କାରଣ ଏଠାରେ ଥିବା ନଳକୂପଗୁଡିକରୁ...

ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ

ପୁରୀ ଅଫିସ, ୨ା୧୦:ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ...

ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା: ଜେଲ ଗଲେ କେସିସିଏସ୍‌ ସଭାପତି ପ୍ରମୋଦ

କେନ୍ଦ୍ରାପଡ଼ା ଅଫିସ,୫ା୧୧: ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି (କେସିସିଏସ୍‌) ସଭାପତି ପ୍ରମୋଦ ସାହୁ ସୋମବାର ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା...

କ୍ୟାଣ୍ଡେଲ ନୁହେଁ ମଶାଲ ହିଁ ଆଣିବ ବିପ୍ଳବ

ବଲାଙ୍ଗୀର ଅଫିସ, ୨୦ା୧: ସର୍ବଭାତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ଢ଼େଙ୍କାନାଳର ଅଲଟରନେଟିଭ୍‌ ରିଦିମ୍‌ ଥିଏଟର ପକ୍ଷରୁ ଦିନେଶ ଦାସଙ୍କ ରଚିତ...

କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଦାବି

ବଇଣ୍ଡା, ୨୭ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ଠେଲକନାଳୀ ଗ୍ରାମରେ ବିଭିନ୍ନ ସମସ୍ୟା ଲାଗିରହିଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଞ୍ଚାୟତ...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌...

ସମସିଆ ଘେରରେ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ

କଣ୍ଟାବାଞ୍ଜି, ୩ା୩ (ଡି.ଏନ୍‌.ଏ.)- ଶିକ୍ଷାର ପରସାର ଲାଗି ରାଏଜ୍‌ ସରକାର ଯେନ୍‌ ପଁଚେତ୍‌ରେ ହାଇସ୍କୁଲ ନଁାଇଁନ ସେ ପଁଚେତ୍‌ରେ ହାଇସ୍କୁଲ ଖୁଲବାକେ ଅନୁମତି ଦେଇଥିଲେ। ସେନ୍‌ତା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *