ଚାହୁଁଛନ୍ତି କି ଉଜ୍ଜ୍ୱଳ ତ୍ୱଚା: ତରଭୁଜ, କଦଳୀ ଲଗାଇ ବଢ଼ାନ୍ତୁ ମୁଁହର ସୌନ୍ଦର୍ଯ୍ୟ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏଥିରେ ଥିବା ପୋଷକତତ୍ୱ ଶରୀରକୁ ସୁସ୍ଥ ରଖିବା ସହିତ ଶକ୍ତି ଯୋଗାଇଥାଏ। ଏହା ଶରୀରରେ ଜଳୀୟଅଂଶର ମାତ୍ରା ବଢ଼ାଇବା ସହିତ ତ୍ୱଚାକୁ ମଧ୍ୟ ଉଜ୍ଜ୍ୱଳ ରଖିଥାଏ। ଏଥିସହ ଖରା ଯୋଗୁ ଉପୁଜୁଥିବା ଚର୍ମ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତେବେ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନିମ୍ନଲିଖିତ ଉପାୟ ଅବଲମ୍ବନ କରିପାରିବେ।

ତରଭୁଜ-କଦଳୀ ଫେସ୍‌ପ୍ୟାକ୍‌
ଏହି ପ୍ୟାକକୁ ପ୍ରସ୍ତୁତ କରିବା ପାଇଁ କଦଳୀକୁ ଚକଟି ସେଥିରେ ତରଭୁଜ ରସ ମିଶାନ୍ତୁ । ଏହାକୁ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ କିମ୍ବା ୩ ଥର ଲଗାଇବା ଫଳରେ ମୁହଁରୁ ଦାଗ ଲିଭିବା ସହିତ ଗୋରା ଦେଖାଯାଇଥାଏ।

ତରଭୁଜ – କ୍ଷୀର ଫସ୍‌ପ୍ୟାକ୍‌
କ୍ଷୀର ସବୁ ସମୟରେ ତ୍ୱଚା ପାଇଁ ଲାଭ ଦାୟକ ହୋଇଥାଏ। ତରଭୁଜରେ କ୍ଷୀର ମିଶାଇ ଏହାର ମିଶ୍ରଣକୁ ବ୍ୟବହରେ କରନ୍ତୁ। ମୁହଁ ଉଜ୍ଜ୍ୱଳ ଦେଖାଯିବ। ଗରମ ଜନିତ ତ୍ୱଚା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଖାଲି ତରଭୁଜ ରସକୁ ମଧ୍ୟ ମୁହଁରେ ମାରି ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

ମୁହଁକୁ ସ୍କ୍ରବ କରିବା ପାଇଁ ମଧ୍ୟ ତରଭୁଜ ରସରେ ବେସନ ମିଶାଇ ସ୍କ୍ରବ କରନ୍ତୁ। ମୁହଁ ଚିକ୍କଣ ଦେଖାଯିବ।


All Right Reserved By Dharitri.Com

ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି...

କଲେଜି ମସଲା

ଆବଶ୍ୟକ ସାମଗ୍ରୀ : ମଟନ କଲିଜା- ୫୦୦ଗ୍ରାମ ପିଆଜ- ୩ଟା(ପେଷ୍ଟ) ଟମାଟୋ- ୨ଟା(ପେଷ୍ଟ) ଲଙ୍କା, ଜିରା, ଧନିଆ ଗୁଣ୍ଡ- ୧ ଚାମଚ ଲେଖାଏ, ହଳଦୀ ଗୁଣ୍ଡ-...

ରୋଗ ଚିହ୍ନଟର ନୂଆ ଉପାୟ

କେତେକ ରୋଗକୁ ଚିହ୍ନଟ କରିବା ପାଇଁ ପ୍ରକାଶିତ ଲକ୍ଷଣକୁ ବିଶ୍ଳେଷଣ କରାଯାଇଥାଏ। ହେଲେ ଏହି ତାଲିକାରେ ବିଶେଷଜ୍ଞମାନେ ଆଉ ଏକ କଥା ସାମିଲ କରିଛନ୍ତି। ଭାଇରସକୁ...

ବେଶ୍‌ ଉପକାରୀ କଦଳୀ ଚୋପା

କଞ୍ଚା ଅବା ପାଚିଲା କଦଳୀ ଉଭୟର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଅଧିକାଂଶ କ୍ଷେତ୍ରରେ କଦଳୀ ଖାଇବା ପରେ ଚୋପାକୁ ଫିଙ୍ଗି ଦିଆଯାଏ। କିନ୍ତୁ...

ଗର୍ଭବତୀ ନାରୀର ଯତ୍ନ

କିଛିଦିନ ହେବ କେବେ ଅଧିକ ଖରା ତ କେବେ ଦିନ ଦିନ ଲାଗି ରହୁଛି ପ୍ରବଳ ବର୍ଷା। ତେବେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ...

ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ...

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା...

ଚିକେନ୍‌ ଦମ୍‌ ବିରିଆନି

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରଟି ବିଦ୍ୟାନଗରୀ ଭାବେ ପରିଚିତ। ଏହି ବିଦ୍ୟାନଗରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌...

Leave a comment

Your email address will not be published. Required fields are marked *