୩ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ପଟ୍ଟାଙ୍ଗି, ୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥଠାରୁ ସମ୍ବାଇ ପଞ୍ଚାୟତ ଅଭିମୁଖେ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଉପରୁ ତିନୋଟି ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ସୂଚନାନୁଯାୟୀ, ଗତ ୮ ତାରିଖ ବିଳମ୍ବିତ ରାତିରେ ଉପରୋକ୍ତ ରାସ୍ତାର ସିନ୍ଦେଇ ଡୁମୁରିଗୁଡା ଗ୍ରାମ ଛକ ଉପରେ ୩ଟି ଗାଡି ବୋଲେରୋ (ନଂ.ଓଡି୧୦ଏନ୍‌୬୬୬୧), କାର (ନଂ.ଓଡି୦୨ଏଡି୩୭୦୫) ଏବଂ ଟ୍ରକ୍‌ (ଆର୍‌ଜେ ୦୨ ଜିଏ୬୨୬୨) ଛିଡ଼ା ହୋଇଥିଲା। ପରେ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତିନୋଟି ଗାଡ଼ିକୁ ଜବତ କରିଥିଲା। ମାତ୍ର ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସମସ୍ତ ଗାଡ଼ିରୁ ୩୫୭ କିଲୋ ୪୨୫ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏ ନେଇ ଥାନାରେ ନଂ.୨୬/୨୦ରେ ମାମଲା ରୁଜୁ ହୋଇଛି। ଏସ୍‌ଆଇ ଗୋଲକ କୁମାର ପଟ୍ଟନାୟକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।


All Right Reserved By Dharitri.Com

ସପ୍ତାହରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୧।୪(ସ୍ବ.ପ୍ର.) – କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ମାସ୍କ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ...

କରୋନା ଲାଗି ୧୪୪ ଧାରା: ବ୍ରହ୍ମପୁରରେ ଶପିଂ ମଲ, ମାର୍କେଟ କମ୍ପ୍ଲେକ୍ସ ବନ୍ଦ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୧୬।୩: କରୋନା ସଂକ୍ରମଣକୁ ରୋକିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। ଜନଗହଳିକୁ ଏଡ଼ାଇବା ପାଇଁ ସୋମବାର ଜିଲା...

ହୋମଗାର୍ଡ ମାନସଙ୍କ ମାନବିକତା: ପାଇଥିବା ମନିପର୍ସ ଫେରାଇଲେ

ତାଳଚେର,୧୬ା୧୦(ନି.ପ୍ର.)-ବ୍ୟସ୍ତବହୁଳ ଜୀବନରେ ତରବରିଆ ଥିବା ମଣିଷ ବେଳେ ବେଳେ ନିଜ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହଜାଇ ଦେଇଥାନ୍ତି। କିଏ ନିଜ ଜରୁରୀ କାଗଜପତ୍ର ଗାଡ଼ିରେ ଛାଡ଼ି ଦେଇଥାନ୍ତି...

ମଙ୍ଗଳାଯୋଡ଼ିରେ ଜୈବ ବିବିଧତା ଆଲୋଚନାଚକ୍ର; ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଟାଙ୍ଗୀ (ଖୋର୍ଦ୍ଧା),୭ା୧୧ (ଡି.ଏନ.ଏ.): ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡି ପଞ୍ଚାୟତରେ ବୁଧବାର ଜୈବ ବିବିଧତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ଚିଲକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଯୋଗୁ...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାର ଓ ବିଧାୟକଙ୍କ ସହିତ ଜିଲା...

ଶ୍ରୀକ୍ଷେତ୍ରରେ ରହିଛି ଲାହୋର ସାଧୁଙ୍କ ମଠ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରରେ ରହିଛି ଲାହୋର(ପାକିସ୍ତାନ) ସାଧୁଙ୍କ ମଠ। ଏକଦା ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଜଗନ୍ନାଥ ଧାମକୁ ଚାଲି ଆସିଥିବା ବାଳକ ରାମ ଦାସ...

‘ବିଦ୍ୟୁତ୍‌ ଖର୍ଚ୍ଚରୁ ମୁକ୍ତି ଦେବ ସୋଲାର ପ୍ରକଳ୍ପ’

ପୁରୀ ଅଫିସ,୧୧।୮: ପୁରୀ କଚେରିରୋଡସ୍ଥିତ ସେସୁ କାର୍ଯ୍ୟାଳୟଠାରେ ଟାଟା ପାୱାର ସୋଲାର ସିଷ୍ଟମ ସଚେତନତା କାର୍ଯ୍ୟକ୍ରମକୁ ଶନିବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି।...

ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ...

Leave a comment

Your email address will not be published. Required fields are marked *