Posted inଖେଳ

ମାଞ୍ଚେଷ୍ଟର ସିଟି-ଆର୍ସେନଲ ମ୍ୟାଚ୍‌ ବାତିଲ

ଲଣ୍ଡନ,୧୧।୩- ଆର୍ସେନଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ୍‌କୁ ବୁଧବାର ବାତିଲ କରିଦିଆଯାଇଛି। ଲଣ୍ଡନ କ୍ଲବର ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯିବାରୁ ପ୍ରିମିୟର ଲିଗ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଛି। ଆର୍ସେନଲ ପକ୍ଷରୁ କୁହାଯାଇଛି, ଖେଳାଳିଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯିବ। ସେମାନେ ଗ୍ରୀକ କ୍ଲବ ଅଲିମ୍ପିଆକ୍ସ ମାଲିକଙ୍କ ସହ ସମ୍ପର୍କରେ ଆସିଥିଲେ। ତାଙ୍କ ମାଲିକ କୋଭିଡ୍‌ ୧୯ରେ ଆକ୍ରାନ୍ତ ଅଛନ୍ତି। ଆମେ ସରକାରଙ୍କ ନିୟମର ପାଳନ କରୁଛୁ। ଯଦି କେହି ଭାଇରସରେ ଆକ୍ରାନ୍ତଙ୍କ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ଘରେ ୧୪ ଦିନ ପାଇଁ ଅଲଗା ରଖାଯିବ। ଫଳରେ ଖେଳାଳିମାନେ ମାଞ୍ଚେଷ୍ଟର ସିଟି୍‌ ବିପକ୍ଷ ମ୍ୟାଚ୍‌ ପାଇଁ ଉପଲବ୍ଧ ହେବେ ନାହିଁ। ଏଣୁ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆର୍ସେନଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଚଳିତ ସିଜନରେ କରୋନା ଭାଇରସ ଯୋଗୁ ପ୍ରଥମ ଥର ପାଇଁ କୌଣସି ପ୍ରିମିୟର ଲିଗ୍‌ ମ୍ୟାଚ୍‌ ବାତିଲ ହୋଇଛି। କରୋନା ଭାଇରସ ଆତଙ୍କ ଯୋଗୁ ୟୁଫା ଚାମ୍ପିୟନ୍ସ ଲିଗ୍‌ ଓ ୟୁରୋପା ଲିଗ୍‌ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୀର୍ଷ ସ୍ତରୀୟ ଫୁଟବଲ ଲିଗ୍‌ ସିରି ଏ’କୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।


All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍‌ କାହିଁକି ହଟାଇଥିଲେ ସାକ୍ଷୀ

ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍‌...

ଆଗୁଆ ସିରିଜ୍‌ ଜିତିଲା ଭାରତ

ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ...

ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: କହିଲେ, ଦେଶ ତୁମ ପାଇଁ ଗର୍ବିତ

ନୂଆଦିଲ୍ଲୀ, ୨୫।୮: ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସିନ୍ଧୁଙ୍କ ଏହି ସଫଳତା ପରେ ବିଦେଶରେ...

ଏଆଇଏଫ୍‌ଏଫ୍‌-ସାଇକୁ କୋଚ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୪।୫: ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଅନ୍‌ଲାଇନ୍‌ କୋଚିଂ ରିଫ୍ରେଶର କୋର୍ସ ବେଶ୍‌ ଉପାଦେୟ...

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରକ୍ରିୟାରେ ବିଳମ୍ବ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଦେଶ ବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବାରୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଏଥିପାଇଁ...

ଫିଚର ଫର୍ମୁଲା-୩ ରେସ୍‌ ଜିତିଲେ ଦାରୁବାଲା

ଲି କ୍ୟସ୍‌ଲେଟ୍‌ (ଫ୍ରାନ୍ସ), ୨୨ା୬ (ପି.ଟି.): ଭାରତର ଭବିଷ୍ୟତ ଫର୍ମୁଲା-୧ ଡ୍ରାଇଭର ବୋଲି କୁହାଯାଉଥିବା ଜେହାନ ଦାରୁବାଲା ଏଫ୍‌ଆଇଏ ଫର୍ମୁଲା-୩ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଥର ଟାଇଟଲ...

ଶ୍ରୀଲଙ୍କା-ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ବାତିଲ

ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍‌ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

Leave a comment

Your email address will not be published. Required fields are marked *