ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ଦୁଇଗୋଷ୍ଠୀଙ୍କୁ ବୁଝାଶୁଝା କରୁଥିବା ବେଳେ ଗୋଟିଏ ଗୋଷ୍ଠୀର ୨୦ରୁ ୨୫ଜଣ ଯୁବକ ମାରଣାସ୍ତ୍ର ଓ ଠେଙ୍ଗାରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଗୋପାଳପୁର ଫାଣ୍ଡି ଏସ୍‌ଆଇ ବଂଶୀଧର ପ୍ରଧାନ, ଏଏସ୍‌ଆଇ କ୍ରିଷ୍ଣା ପିଙ୍ଗୁଆ ଓ ୫ଜଣ କନଷ୍ଟେବଳ ଗୁରୁତର ହୋଇ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଖନ୍ତାପଡା ଥାନା ଅଧିକାରୀ ସଞ୍ଜୟ କୁମାର ପରିଡା, ଏସ୍‌ଡିପିଓ ପ୍ରଭାସ ପାଲ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ଶେରଗଡ ଫାଣ୍ଡି ଅଧିକାରୀ ପ୍ରକାଶ ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ହୋଇ ତଦନ୍ତ କରୁଛନ୍ତି। ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।


All Right Reserved By Dharitri.Com

୧୦୪ନଂରୁ ନିର୍ଦ୍ଦେଶ ନ ଆସିବା ଯାଏ ଘରର ସୀମାରେଖା ଡିଅଁନ୍ତୁ ନାହିଁ, ହୁଅନ୍ତୁ ନାହିଁ ‘ସୁପର୍‌ ସ୍ପ୍ରେଡର ବା ରୋଗୀ ନଂ-୩୧’: ବାଗ୍‌ଚୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏକଦା ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା...

ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣିକୁ ଗୁରୁତ୍ୱ

କଟକ ଅଫିସ, ୧୭।୩: କରୋନା ଭୂତାଣୁକୁ ନେଇ ହାଇକୋର୍ଟ ପକ୍ଷରୁ ସୋମବାର ଏହା ଅଧୀନସ୍ଥ ତଳକୋର୍ଟଗୁଡ଼ିକ ପାଇଁ ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। କେଉଁ ପଦକ୍ଷେପ...

ପ୍ରଥମଖଣ୍ଡ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା: ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ରସୁଲପୁର,୪ା୧(ଡିଏନଏ): ରସୁଲପୁର ବ୍ଲକ ଅଧୀନ ୧୧ଟି ପ୍ରାଥମିକ କୃଷି ସେବା ସମିତି(ପାକ୍ସ) ରହିଛି। ସେଥିରୁ ପ୍ରଥମଖଣ୍ଡ ସେବା ସମିତି ଧାନ ମଣ୍ଡି ଖୋଲିବାରେ ଆଗୁଆ ରହିଛି।...

ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଆଜିଠାରୁ ସ୍ବାଭାବିକ ହେବ ଭୁବନେଶ୍ୱର କୋର୍ଟ

ଭୁୁବନେଶ୍ୱର, ୬ା୭(ବ୍ୟୁରୋ): ଓକିଲଙ୍କୁ ଆକ୍ରମଣ ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଗତ ୨୦ ତାରିଖରୁ କାର୍ଯ୍ୟ ବନ୍ଦ ଚାଲିଥିଲା।...

ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା...

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ...

ହୋଟେଲ, ଟ୍ରାଭେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ପ୍ରଭାବରେ ରାଜ୍ୟର ହୋଟେଲ ଓ ଟ୍ରାଭେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଛି। ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ହୋଟେଲ ଶିଳ୍ପକୁ ଆଉଥରେ ଏକ...

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର ଅଫିସ,୨।୯: ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଫୋରମ୍‌ ଫର୍‌ ଗଞ୍ଜାମ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସାଧାରଣ...

Leave a comment

Your email address will not be published. Required fields are marked *