ବ୍ରାଉନ୍‌ସୁଗାର ବିକି ୨ଜଣ ବନ୍ଧା ହେଲେ

ଖୋର୍ଦ୍ଧା ଅଫିସ,୧୦।୩: ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଉକ୍ତ ଥାନା ଅଧୀନ କେରଙ୍ଗ ମସିନଗର ଗ୍ରାମର ଏସ୍‌.କେ. ଅମନ(୪୨) ଏବଂ ଏସ୍‌.କେ. ହବିବ୍‌(୫୦)।

ପୋଲିସଠାରୁ ମିଳିଥିବା ସୂଚନାପ୍ରକାରେ, ମଙ୍ଗଳବାର କୁମ୍ଭିଲୋ ଅଞ୍ଚଳରେ ବ୍ରାଉନ୍‌ସୁଗାର ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା। ସେଠାରେ ଚଢ଼ାଉ ସମୟରେ ଅମନ ଏବଂ ହବିବ୍‌ଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ୧୮.୦୫ ଗ୍ରାମର ବ୍ରାଉନ୍‌ସୁଗାର ଏବଂ ଦୁଇଟି ମୋବାଇଲ ସହ ୯୪୦ଟଙ୍କା ଜବତ କରାଯାଇଥିଲା। ଏ ନେଇ ଥାନାରେ ୭୯/୨୦ରେ ମାମଲା ରୁଜୁ କରାଯିବା ସହ ଅନ୍ୟାନ୍ୟ ୨୧(ଖ), ୨୯ ଏନ୍‌.ଡି.ପି.ଏସ୍‌. ଆକ୍ଟ ଲଗାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


All Right Reserved By Dharitri.Com

ମକାର ଅଭାବୀ ବିକ୍ରି: ବନବାସୀ ହତାଶ

କେନ୍ଦୁଝର, ୨୬ା୮ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ପାହାଡିଆ ଅଞ୍ଚଳର ମୃତ୍ତିକା ମକାଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ଅଳ୍ପ ବର୍ଷାରେ ମକା ଫସଲ ହେଉଥିବାରୁ ବର୍ଷାଦିନେ ପାହାଡିଆ...

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ପୁରୀ ଅଫିସ,୧୮ା୫: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ...

ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ...

ଜମନକିରାରେ ସ୍ବଚ୍ଛ ଭାରତ ଅଭିଯାନ: ଝାଡ଼ୁ ଧରିଲେ ପୂର୍ବତନ ବିଧାୟକ ରବିନାରାୟଣ

ଜମନକିରା,୨୧।୯(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାରେ ଶନିବାର ବ୍ଲକ୍‌ ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ମହୁଲପଡ଼ା-ରଏନପଡ଼ା ଯୋର ପୁଲିଆ କାମ୍‌: ୮ ବଛର ହେଲା ଦରଖଁଡ଼ିଆ ହେଇ ପଡ଼ିଛେ

  କେସିଙ୍ଗା, ୭।୩ (ଡି.ଏନ.ଏ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପରଲସିଙ୍ଗା ପଁଚେତ୍‌ ମହୁଲପଡ଼ାରୁ ରଏନପଡ଼ା ମଝିରେ ଗୁଟେ ଯୋର ରହିଛେ। ଯେନ୍‌ଥିରଲାଗି ଗଁାବାସୀ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଧାମନଗର,୧୨।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ନାବାଳିକା ଜଣକ ଟ୍ୟୁସନରୁ ଫେରୁଥିବା ବେଳେ ଉକ୍ତ...

ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗିରଫ

ସୋନପୁର,୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ପୋଲିସ ଓ...

ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ

ମୁନିଗୁଡା,୧୦।୧୧(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା...

Leave a comment

Your email address will not be published. Required fields are marked *