ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଗାଏବ୍‌ ଅଭିଯୋଗ: ସତ୍ୟତା ନ ଥିବା କହିଲା ପୋଲିସ

ଉମରକୋଟ,୧୦ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ସାନଭରଣ୍ଡି ଗ୍ରାମ ଶ୍ମଶାନରେ ପୋତାଯାଇଥିବା ମୃତଦେହ ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ସତ୍ୟତା ନ ଥିବା ପୋଲିସ ପ୍ରକାଶ କରିଛି।

ସୂଚନା ପ୍ରକାରେ, ଗାଁର ଜଣେ ୧୬ ବର୍ଷୀୟା ନାବାଳିକା ସୋମବାର ଘରେ ଆତ୍ମହତ୍ୟା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ କେସ୍‌ ନଂ. ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ବର୍ଷା ଯୋଗୁ ପରିବାର ଲୋକେ ନାବାଳିକାଙ୍କ ମୃତଦେହ ଦାହ ନ କରି ଶ୍ମଶାନରେ ପୋତିଥିଲେ। ତେବେ ମଙ୍ଗଳବାର ସକାଳେ କେହି ଦୁର୍ବୃତ୍ତ ମାଟିତଳୁ ମୃତଦେହ ବାହାରକରି ନେଇଯାଇଥିବା ସ୍ଥାନୀୟ ଲୋକେ କହିଥିଲେ। ମୃତଦେହ ପୋତାଯାଇଥିବା ସ୍ଥାନରୁ କିଛି ମାଟି ଖୋଳାଯାଇଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ଶ୍ମଶାନରେ ପହଞ୍ଚି ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ହିମାଞ୍ଚଳ ମାଝିଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ତେବେ ମୃତଦେହ ପୂର୍ବଭଳି ମାଟିତଳେ ରହିଥିବା ଆଇଆଇସି ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁଣିଗାରେଡି ସନ୍ଦେହରେ ଏପରି ଅଭିଯୋଗ କରାଯାଇଥିବା ସେ କହିଛନ୍ତି।


All Right Reserved By Dharitri.Com

ଢେଙ୍କାନାଳ: ୩୩ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୨ା୯ ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ବିଘ୍ନରାଜ ଗଜାନନଙ୍କ ପୂଜାର୍ଚ୍ଚନା। ଏହି ଗଣପର୍ବରେ ନିଜକୁ ସାମିଲ କରିଛି ସାଂସ୍କୃତିକ ସହର...

ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର...

୨୦ଲକ୍ଷ ଦାଦାବଟିକୁ ନେଇ ଗୁଳିକାଣ୍ଡ

ଗୋପ,୭ା୧୧(ଡି.ଏନ୍‌.ଏ.) ଦାଦାବଟିକୁ ନେଇ ପୁରୀ ଜିଲା ଗୋପ ଅଞ୍ଚଳରେ ବୁଧବାର ଗୁଳିକାଣ୍ଡ ସହ ଗାଡ଼ି ପୋଡ଼ି ହୋଇଛି। ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ନିକଟରେ ଦୁଇ ଯୁବକ...

ନିରତାରରେ କ୍ୱାରାଣ୍ଟାଇନ ବ୍ୟବସ୍ଥା ନ କରିବାକୁ କେନ୍ଦ୍ରୀୟ ସଚିବଙ୍କ ଅନୁରୋଧ

କଣ୍ଟାପଡା,୨୬ା୩(ଡି.ଏନ୍‌.ଏ.)- କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି ନିରତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା...

୧୧ ମାସ ପରେ ବି ମିଳିଲାନି ଫନୀ ସହାୟତା

ବାଲିଆ, ୧୭।୩: ୨୦୧୯ ମେ’ ରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ତିନୋଟି ପିଲାଙ୍କ ଦିଓଳି ଖାଇବା ଓ ପାଠପଢ଼ା...

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ...

ରେଳଧାରଣାରେ କଟି ଦାଦନ ମୃତ : ପରିବାରକୁ ସହାୟତାର ହାତ ବଢ଼ାଇଲା ଜିଲା ପ୍ରଶାସନ

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହିର ଦିବାକର ହରିଜନ (୩୫) ଅଗଷ୍ଟ ୩ ତାରିଖ ଦାଦନ ଘଟିବାକୁ ଟ୍ରେନ ଯୋଗେ ଗୁଜୁରାଟ ଯାଉଥିଲେ।...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଦିବ୍ୟାଙ୍ଗ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଲୌଡ଼ିଦରା ପଁଚେତ୍‌ର ଦିବ୍ୟାଙ୍ଗମାନକୁ ସରକାରୀ ସୁବିଧା ସୁଯୋଗ ଅପହଁଚ୍‌ ହେଇଥିବାର ଅଭିଯୋଗ ହେଇଛେ। ଏନ୍‌ତା ଅଭିଯୋଗ...

Leave a comment

Your email address will not be published. Required fields are marked *