ଡଙ୍ଗାବୁଡ଼ି ଜଣେ ନିଖୋଜ ଘଟଣା: ଡ୍ୟାମ୍‌ରୁ ମୃତଦେହ ଉଦ୍ଧାର

ଜୟପୁର,୧୦।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଲମତାପୁଟ ବ୍ଲକ ନିକଟସ୍ଥ ଦୁର୍ଲା ଘାଟରେ ଡଙ୍ଗା ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ରବିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ ଉକ୍ତ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ଗୁରୁ ପାଙ୍ଗି(୫୦)।
ସୂଚନାନୁଯାୟୀ, ବଡ଼ଗୁରୁ ପାଙ୍ଗ ଶନିବାର ମଧ୍ୟାହ୍ନ ୧୨ଟା ସମୟରେ କୋଲାବ ଜଳଭଣ୍ଡାରକୁ ଯାଇଥିଲେ। ସେଠାରୁ ଏକ ମାଛମରା ଡଙ୍ଗା ସାହାଯ୍ୟରେ କୌଣସି କାମରେ ପରଜା ଖୁଡୁବୀଗ୍ରାମକୁ ଯାଇଥିଲେ। କାମ ସାରି ଅପରାହ୍ନରେ ଗାଁକୁ ଫେରୁଥିବା ବେଳେ ଡଙ୍ଗାରେ ପାଣି ଭର୍ତ୍ତି ହୋଇ ମଝି ନଦୀରେ ବୁଡ଼ି ଯାଇଥିଲା। ଖବର ପାଇ ପରିବାର ଓ ସ୍ଥାନୀୟ ଲୋକମାନେ ମିଶି ଜଳଭଣ୍ଡାରରେ ଖୋଜାଖୋଜି କରିଥିଲେ। ମାତ୍ର ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ପରେ ଅଗ୍ନିଶମ କର୍ମଚାରୀ ତାଙ୍କୁ ରବିବାର ଡ୍ୟାମ୍‌ରୁ ଉଦ୍ଧାର କରିଥିଲେ।


All Right Reserved By Dharitri.Com

ଭାଙ୍ଗିଲା ଘର, ଉଜୁଡିଲା ଧାନ

ଖଇରା, ୯।୧୧(ଡି.ଏନ.ଏ.): ବୁଲୁବୁଲ ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବହୁ ସ୍ଥାନରେ ଘର ଉପରେ ଗଛ ପଡିବା ଯୋଗୁ ଛପର ଘର ଭାଙ୍ଗିରୁଜି...

ନାଗାବଳୀ ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ନାଗାବଳୀ ନଦୀପଠାରୁ ଜନୈକା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ ରାମପୁର ବ୍ଲକଫାଜିଖାଲ...

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି...

ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ...

ମହୀଧରପୁରରେ ପୃଥକ୍‌ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଅନୁଗୋଳ ଅଫିସ,୧୨।୧୦: ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁରରେ ଶନିବାର ୨ଟି ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨...

କୁସୁନପୁର, ବିଛାଖଣ୍ଡିରେ ଚାଲୁଥିବା ବେଆଇନ କ୍ରସର ଉଚ୍ଛେଦ କାର୍ଯ୍ୟ ୨ୟ ଦିନରେ: ବର୍ତ୍ତମାନ ସୁଦ୍ଧା ୯ଟି କ୍ରସର ଭଙ୍ଗା ସରିଛି

ଧର୍ମଶାଳା, ୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ଓ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରସର ଉଚ୍ଛେଦ କାର୍ଯ୍ୟ ଗୁରୁବାର ୨ୟ ଦିନରେ...

ବଜ୍ରପାତରେ ଯୁବତୀଙ୍କ ଜୀବନଗଲା

ଭଞ୍ଜନଗର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ।...

Leave a comment

Your email address will not be published. Required fields are marked *