ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ ଦାମ୍ପତ୍ୟ ଜୀବନର ବେଡିରେ ବାନ୍ଧି ଦିଆଯାଉଛି। ଏଥି ପାଇଁ ସାମାଜିକ ବ୍ୟବସ୍ଥା ତଥା ମାତାପିତା ହିଁ ଦାୟୀ ବୋଲି ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀର ବିଭିନ୍ନ ଦେଶରେ ଏବେ ୨ କୋଟି ୩୦ ଲକ୍ଷରୁ ଅଧିକ ବାଳିକା ବଧୂ ରହିଛନ୍ତି। ୮୨ଟି ଦେଶରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏସବୁ ମଧ୍ୟରେ ସବ୍‌ ସାହାରା, ଆଫ୍ରିକା, ଲାଟିନ୍‌ ଆମେରିକା, କାରିବିୟନ୍‌, ଦକ୍ଷିଣ ଏସିଆ, ପୂର୍ବ ଏସିଆ ତଥା ପାସିଫିକ୍‌ ଅଞ୍ଚଳର ଦେଶ ସମୂହ ରହିଛନ୍ତି। ସେଥିମଧ୍ୟରୁ ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ୍‌ରେ ସର୍ବାଧିକ ଏଭଳି ଘଟଣା ଘଟୁଛି। ଏଠାରେ ୨୮ ପ୍ରତିଶତ ବାଳିକାବଧୂ ରହିଛନ୍ତି। ଏସବୁ ଅଞ୍ଚଳରେ ୧୫ ବର୍ଷରୁ କମ୍‌ ବୟସ୍କା ବାଳିକାଙ୍କୁ ବିବାହ କରି ଦିଆଯାଉଛି। ଏହାଦ୍ୱାରା ବାଳିକାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବା ସହିତ ସେମାନଙ୍କ ପିଲାଦିନ ସଂସାର ଜଞ୍ଜାଳରେ ହଜି ଯାଉଛି। ମୁଖ୍ୟତଃ ସମାଜର ଗରିବ ଲୋକଙ୍କ କ୍ଷେତ୍ରରେ ଏଭଳି ଅଧିକ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି।


All Right Reserved By

ଆମେରିକାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ରୁଷ, ଫ୍ରାନ୍ସରେ ସତର୍କତା ଜାରି

ଓ୍ବାଶିଂଟନ,୨୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଛନ୍ତି ଆମେରିକା ଓ ୟୁରୋପର ଅଧିକାଂଶ ଅଞ୍ଚଳ। ଏଥର ୟୁରୋପ ଅତ୍ୟଧିକ ଗରମରେ ରେକର୍ଡ ଭାଙ୍ଗିଛି। ଜର୍ମାନୀ...

ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତୁତି

କାଠମାଣ୍ଡୁ,୧୬।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୨୧ ତାରିଖରେ ପାଳନ କରାଯିବ ଏହି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ...

ଆମାଜନ୍‌ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର

ସାନ୍‌ ଫ୍ରାନ୍ସିସ୍‌କୋ,୩।୭: ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି...

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ...

ପାକିସ୍ତାନୀ ବୋଟ୍‌ରୁ ୬୦୦ କୋଟିର କୋକେନ୍‌ ଜବତ

ନୂଆଦିଲ୍ଲୀ,୨୨ା୫: ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ଗୁଜରାଟ ଉପକୂଳରେ ଏକ ପାକିସ୍ତାନୀ ବୋଟ୍‌କୁ ପିଛା କରି ସେଥିରୁ ୬୦୦ କୋଟି ଟଙ୍କା ମୂଲ୍ୟର କୋକେନ୍‌ ଜବତ...

ସଚ୍ଚୋଟ ପଣିଆ ତାଲିକା: ସୁଇଜରଲାଣ୍ଡ୍‌ ୧ ନମ୍ବର; ୩୦ତମ ସ୍ଥାନରେ ଭାରତ

ଜୁରିକ୍‌,୨୨।୬: ପ୍ରକାଶ ପାଇଛି ବିଶ୍ୱ ସଚ୍ଚୋଟ ପଣିଆ ତାଲିକା। ଏଥିରେ ସୁଇଜରଲାଣ୍ଡ୍‌ ୧ ନମ୍ବର ସ୍ଥାନରେ ରହିଥିବାବେଳେ ଭାରତର ସ୍ଥାନ ୩୦ ରହିଛି। ରାସ୍ତାରୁ ପର୍ସ...

ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌: ବଢ଼ିଲା ଆମେରିକାର ଚିନ୍ତା

ସିଓଲ୍‌,୧୦।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ଶନିବାର ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ହେମହଙ୍ଗ୍‌ଠାରୁ ପୂର୍ବ ସାଗରକୁ ଉତ୍‌କ୍ଷେପଣ କରାଯାଇଛି।...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ

ଇସଲାମାବାଦ୍‌,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *