କରୋନା ଭାଇରସ ଭୟରେ ଫିକା ପଡିଲା ହୋଲି!

ନୂଆଦିଲ୍ଲୀ,୧୦।୩: ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପର୍ବ ସାମାନ୍ୟ ଫିକା ପଡିଥିବା ପରିଲକ୍ଷିତ ହୋଇଛି। ଚାଇନା ରଙ୍ଗଠାରୁ ଦୂରେଇ ରହିବା ଓ କରୋନା ଭାଇରସ ସଂକ୍ରମଣ ଭୟରେ ଅନେକ ସ୍ଥାନରେ ଲୋକେ ରଙ୍ଗ ଖେଳିବାଠାରୁ ଦୂରେଇ ରହିଥିବା ଦେଖାଯାଉଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା ଭାଇରସକୁ ନେଇ ରଙ୍ଗ ନ ଖେଳିବାକୁ ବାରଣ କରାଯିବା ସହ ରଙ୍ଗ ଖେଳିବା ବେଳେ କେତେଗୁଡିଏ ଦିଗ ପ୍ରତି ନଜର ରଖିବାକୁ କୁହାଯାଇଛି। ରଙ୍ଗ ଖେଳିବା ସମୟରେ କେବଳ ପରିବାର ଲୋକଙ୍କ ସହ ରଙ୍ଗ ଖେଳିବା ଭଲ ବୋଲି କହିଛି ସ୍ବାସ୍ଥ ବିଭାଗ। ଏହାସହ ଏହି ସମୟରେ କାହାକୁ ଆଲିଙ୍ଗନ ନ କରିବା, କାହାସହ ହାତ ନ ମିଳାଇବା ଆଦିକୁ ବାରଣ କରାଯାଇଛି। ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱର ପ୍ରାୟ ୧୦୦ ଦେଶକୁ ବ୍ୟାପିଥିବା କରୋନା ଭାଇରସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଭାରତରେ ଏବେସୁଦ୍ଧା ୪୩ ଜଣ କରୋନା ଭାଇରସରେ ସଂକ୍ରମିତ ବୋଲି ଜଣାପଡିଛି।


All Right Reserved By Dharitri.Com

ଟ୍ରମ୍ପ୍‌ କଲେ ବୃକ୍ଷ ଚାରା ରୋପଣ: ଯତ୍ନ ନେବେ ରାଜଘାଟ ସମାଧି କମିଟି

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ମେଲାନିଆ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ବୃକ୍ଷଚାରା ରୋପଣ କରିଛନ୍ତି। ଏହାର ଯତ୍ନନେବାର ଦାୟିତ୍ୱ ରାଜଘାଟ...

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ

ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ...

ଭାରତର ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନର ବଢୁଛି ଚିନ୍ତା

ନୂଆଦିଲ୍ଲୀ, ୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ମେ ୨୩ ଘୋଷଣା ହେବ। ଏହାକୁ ଦେଶରେ ଯେତିକି ଚର୍ଚ୍ଚା, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଚାଲିଛି...

ବେକାରୀ ସମସ୍ୟାକୁ ନେଇ ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୦।୯: କର୍ନାଟକରେ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ(ଏନ୍‌ଏସ୍‌ୟୁଆଇ)ଦ୍ୱାରା ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରମାନେ ବସ୍‌ ଷ୍ଟାଣ୍ଡରେ...

୫ ବର୍ଷରେ ଏକ କୋଟିରୁ ଅଧିକ ଗଛ କାଟିଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପରିବର୍ତ୍ତେ ଏହାକୁ ନଷ୍ଟ କରି ଚାଲିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ...

କୌଣସି ବ୍ୟକ୍ତିଙ୍କ ନାମରେ ମିଳିିନି ଭୋଟ: ନୀତୀଶ

ନୂଆଦିଲ୍ଲୀ, ୧ା୬ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ ସାମିଲ ହୋଇ ନ ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାକୁ ଟାର୍ଗେଟ କରି ବିଷ...

କରୋନା ପାଇଁ ଟ୍ରେନ୍‌ ବଗିକୁ ଆଇସୋଲେଶନ ଓ୍ବାର୍ଡରେ କରାଗଲା ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ କବଳରେ ଭାରତ। ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯ଶହ ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ ଅତିକ୍ରମ କରି ସାରିଲାଣି।...

ସୁପ୍ରିମକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ ହୋଇ ନ ପାରେ ଆସ୍ଥା ଭୋଟ: ସିଦ୍ଧରମେୟା

ବେଙ୍ଗାଲୁରୁ,୨୨।୭: କର୍ନାଟକର ରାଜନୈତିକ ସଙ୍କଟ ବେଳକୁ ବେଳ ନୂଆ ମୋଡ ନେଉଛି। ବାଚସ୍ପତି କେ ଆର୍‌ ରମେଶ କୁମାର କୁମାରସ୍ବାମୀ ସରକାରଙ୍କୁ ଶୀଘ୍ର ଆସ୍ଥା ଭୋଟ...

Leave a comment

Your email address will not be published. Required fields are marked *