ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍‌ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଗତ ଶୁକ୍ରବାର କୋରାପୁଟ ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ ଆର୍‌ଟିଓ କହଁରଙ୍କ ନବରଙ୍ଗପୁରସ୍ଥିତ ଭଡ଼ାଘର, କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଫୁଲବାଣୀ ଓ ଗଜପତି ଜିଲାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ୧କୋଟି ୫୦ ଲକ୍ଷ ୬୩ ହଜାର ୩୨୮ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏହାପରେ ତାଙ୍କୁ ଅଟକ ରଖାଯାଇଥିବାବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ପରେ ରବିବାର ଗିରଫ କରାଯାଇଥିଲା।


All Right Reserved By Dharitri.Com

ନାରୀଙ୍କ ଉଦାହରଣ ସାଜିଛନ୍ତି ସୁମିତ୍ରା

ବ୍ରହ୍ମପୁର ଅଫିସ,୨୧ା୧-ରେଶମନଗରୀ ମହିଳାମାନେ ସର୍ବଦା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି ା ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହୋଇ ପରିବାର...

ବ୍ରହ୍ମପୁର ମହାନଗର ନିଗମ : ବିଲ୍‌ଡିଂ ଟିକସ ବାବଦ ବକେୟା ୬.୫୩ କୋଟି

ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩...

୩୧ ପର୍ଯ୍ୟନ୍ତ ଜରୁରୀ ମାମଲାର ଶୁଣାଣି: ଲକ୍‌ଡାଉନ୍‌ ଅଞ୍ଚଳରେ ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ,୨୩ା୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍‌(ଜୁଡିସିଆଲ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,...

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଖଲ୍ଲିକୋଟ,୧୫।୧୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମ ଚଣ୍ଡିମନ୍ଦିର ନିକଟ ବୁଦାମୂଳରୁ ଗୁରୁବାର ସନ୍ଧ୍ୟାରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ବିକ୍ରମପୁର ଗ୍ରାମର ଅର୍ଜ୍ଜୁନ ଜେନା...

ବିପଦ ସାଜୁଛି ସ୍ତନକର୍କଟ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ମହିଳାମାନଙ୍କ କ୍ଷେତ୍ରରେ ସ୍ତନକର୍କଟ ଏକ ଜଣାଶୁଣା ବ୍ୟାଧି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ସ୍ତନକର୍କଟ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇପାରୁଥିବା ସ୍ଥଳେ ଭାରତରେ ଏହା ପ୍ରାୟ...

ଉପଜିଲାପାଳଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ

ବଇଣ୍ଡା,୮।୯ (ଡି.ଏନ.ଏ.) – ଆଠମଲ୍ଲିକ ଉପଜିଲାପାଳ ରଜନୀକାନ୍ତ ବିଶ୍ୱାଳ ଶନିବାର ଅଚାନକ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଗୋରାତୋପା ଅଙ୍ଗନଓ୍ବାଡି...

ଲିଟିଲ୍‌ ଷ୍ଟାର ଗ୍ରୁପ୍‌ ପକ୍ଷରୁ ଶିକ୍ଷା ବିକାଶ ଯାତ୍ରା

ଭୁବନେଶ୍ୱର,୧୧ା୧୨:ପିଲାମାନଙ୍କୁ ବିଦ୍ୟାଳୟ ଚାରିକାନ୍ଥ ଭିତରୁ ବାହାର କରି ବାହାର ଦୁନିଆ ବିଷୟରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପୁରୀ ଜିଲା ନିମାପଡ଼ାର ଶିଶୁ ବିକାଶ ଅନୁଷ୍ଠାନ...

କାଞ୍ଜିପାଣି ଆଶ୍ରମ ସ୍କୁଲ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର ୨୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିବା...

Leave a comment

Your email address will not be published. Required fields are marked *