ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।
ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ ଭୁଲ ସିଗ୍‌ନାଲ ଯୋଗୁ ପାଟନାରୁ ବିଳାସପୁର ଯାଉଥିବା ଟ୍ରେନଟି ଷ୍ଟେଶନରେ ରହି ନ ଥିଲା। ଏ ନେଇ ଷ୍ଟେଶନରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସୂଚନାନୁଯାୟୀ, ବିହାରର ପାଟନାରୁ ଉକ୍ତ ସାପ୍ତାହିକୀ ଟ୍ରେନଟି ଛତିଶଗଡ଼ର ବିଳାସପୁରକୁ ଯାଉଥିଲା। ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଦ୍ରୁତଗାମୀ ଟ୍ରେନର ରାଜଗାଙ୍ଗପୁର ଷ୍ଟେଶନରେ ରହଣି ଥିଲା। ଟ୍ରେନଟି ଷ୍ଟେଶନର ୧ ନଂ. ପ୍ଲାଟଫର୍ମରେ ଆସିବାକୁ ଥିବାବେଳେ ଷ୍ଟେଶନମାଷ୍ଟର ଭୁଲବଶତଃ ୨ନଂ. ପ୍ଲାଟଫର୍ମରେ ଆସିବା ଲାଗି ସିଗ୍‌ନାଲ ଦେଇଥିଲେ । ଟ୍ରେନ୍‌ଟି ଷ୍ଟେଶନରେ ନ ଅଟକି ଚାଲିଯିବାରୁ ଏଥିରେ ଯାତ୍ରା କରିବାକୁ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ହୋହଲ୍ଲା କରିଥିଲେ। ଏପରିକି ଉକ୍ତ ଟ୍ରେନରେ ରାଜଗାଙ୍ଗପୁର ଷ୍ଟେଶନରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଓହ୍ଲାଇ ପାରି ନ ଥିଲେ । ପରେ ଏହି ଟ୍ରେନଟିକୁ ଗଡପୋଷ ଷ୍ଟେଶନଠାରେ ଅଟକାଯାଇଥିଲା ଓ ସେହି ଟ୍ରେନରେ ଯାତ୍ରା ପାଇଁ ରାଜଗାଙ୍ଗପୁର ଷ୍ଟେଶନରେ ଅଟକି ଥିବା ଯାତ୍ରୀମାନଙ୍କୁ ରାଉରକେଲା ଇସ୍ପାତ ଟ୍ରେନରେ ପଠାଯାଇଥିଲା। ସେମାନେ ଉକ୍ତ ଟ୍ରେନ୍‌ରେ ଚଢିଥିଲେ। ପରେ ରାଜଗାଙ୍ଗପୁରରେ ଓହ୍ଲାଇବାକୁ ଥିବା ଯାତ୍ରୀମାନଙ୍କୁ ସମ୍ବଲପୁରଠାରୁ ବନାରସ ଟ୍ରେନରେ ରାଜଗାଙ୍ଗପୁରକୁ ପଠା ଯାଇଥିଲା। ଅପରପକ୍ଷେ ଟ୍ରେନରେ ଏସ ୪୦ ବଗିରେ ଥିବା ଜଣେ ବରିଷ୍ଠ ଯାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି ।


All Right Reserved By Dharitri.Com

ଭାଲୁ ଆକ୍ରମଣ, ଚାଷୀ ଗୁରୁତର

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଶରଧାପାଲି ଗ୍ରାମରେ ଶୁକ୍ରବାର ସକାଳୁ ଭାଲୁ ଆକ୍ରମଣର ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଆହତ ଚାଷୀ...

କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା...

ମାଈ ହାତୀ ମୃତଦେହ ଠାବ

ଉଦଳା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର...

ସାନିଟାଇଜ ହେଲା ପରିବା ବଜାର

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସହରରେ ଅସ୍ଥାୟୀ ଭାବେ ପରିବା ବଜାର ବସୁଛି । ଏହାକୁ ପର୍ଯ୍ୟାୟକ୍ରମେ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ପକ୍ଷରୁ...

ଲକ୍ଷ୍ମୀ ମନ୍ଦିର ହୁଣ୍ଡିରୁ ଚୋରି

କୋଣାର୍କ,୪ା୧(ଡି.ଏନ୍‌.ଏ.): କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ପ୍ରାୟ ୧୦ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର...

ବିଲରେ କାମ କରୁଥିବାବେଳେ ମହିଳାଙ୍କ ଜୀବନଗଲା

ହିଞ୍ଜିଳିକାଟୁ,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି କରାଖଣ୍ଡି ଗ୍ରାମର ଜଣେ ମହିଳା ବିଲରେ କାମ କରୁଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପାଖରେ ଥିବା ଅନ୍ୟ...

ଅନୁଭବ ପରୋକ୍ଷରେ ଅଭିଯୋଗକୁ ସ୍ବୀକାର କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍‌ ତଥ୍ୟ ଦେଇଥିବା ରବିବାର କଂଗ୍ରେସ...

୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬...

Leave a comment

Your email address will not be published. Required fields are marked *