ପୋକରା ଚାଉଳ ବଣ୍ଟନକୁ ବିରୋଧ: ଧାରଣା ପରେ ବଦଳାଗଲା

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତରେ ରବିବାର ପୋକରା ଚାଉଳ ବଣ୍ଟନକୁ ରାଶନ କାର୍ଡ ହିତାଧିକାରୀ ବିରୋଧ କରିଥିଲେ। ପରେ ସେମାନେ ପୋକଡା ଚାଉଳ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇ ଅତିରିକ୍ତ ଯୋଗାଣ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହାକୁ ବଦଳାଇ ଉତ୍କୃଷ୍ଟ ମାନର ଚାଉଳ ଦିଆଯିବ ବୋଲି କହିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଆନ୍ଦୋଳନ ହଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ହିତାଧିକାରୀମାନେ ଭଲ ଚାଉଳ ପାଇଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଖୁଣ୍ଟୁବନ୍ଧରେ କିଛିଦିନ ହେଲା ହିତାଧିକାରୀଙ୍କୁ ପୋକରା ଚାଉଳ ବଣ୍ଟନ କରାଯାଉଥିଲା। ରବିବାର ବେଗୁନିଆପାଟଣାର ହିତାଧିକାରୀଙ୍କୁ ଏହି ଚାଉଳ ଦେବା ପରେ ସେମାନେ ଫେରାଇ ଦେଇଥିଲେ ବୋଲି ପୂର୍ବତନ ସରପଞ୍ଚ ଫକୀର ମଲ୍ଲ କହିଛନ୍ତି। ଫକୀରଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ଏ ନେଇ ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର କୁହନ୍ତି, ଅଭିଯୋଗ ପରେ ଚାଉଳ ପରିବର୍ତ୍ତନ କରି ଭଲ ଚାଉଳ ଦିଆଯାଇଥିଲା। ଚାଉଳ ମାନ ଖରାପ ଥିବା ଅଭିଯୋଗ ପରେ ଆମେ ପରିବର୍ତ୍ତନ କରିଥାଉ ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିବାହ କରିଥିବା ପ୍ରିୟତମା ପ୍ରଧାନ (୨୩)। ମୃତଦେହକୁ ପୋଲିସ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

କୋଭିଡ କେୟାର ହସ୍ପିଟାଲରେ ପରିଣତ ହେଲା ପାରଳା ଇଞ୍ଜିନିୟରିଂ, ଛତ୍ରପୁର କଲେଜ; ରହିଛି ମୋଟ ୬୦୦ ଶଯ୍ୟା

ଛତ୍ରପୁର, ୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଏବେ ଗୋଟିଏ କୋଭିଡ ହସ୍ପିଟାଲ ରହିଛି। ଅପରପକ୍ଷରେ ଛତ୍ରପୁରସ୍ଥିତ...

ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ...

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା

ମାଲକାନଗିରି,୧୭-୯(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ...

ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା

ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଖଡିଆଳ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...

ଭିଜିଲାନ୍ସ ଜାଲରେ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ

ଛେଣ୍ଡିପଦା,୭।୮(ସ୍ବ.ପ୍ର.): ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ବୁଧବାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ ବାସଭବନ ସମେତ କଣଲୋଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚଢ଼ାଉ...

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-କରୋନା ନେଇ ସମସ୍ତେ ଭୟଭୀତ ଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରୟାସ ଚଳାଇଛନ୍ତି ା ବୌଦ୍ଧ ଜିଲାରେ ୧୦୧ଟି ଅସ୍ଥାୟୀ...

Leave a comment

Your email address will not be published. Required fields are marked *