ବିଚାରାଧୀନ କଏଦୀଙ୍କୁ ଜେଲ କର୍ମଚାରୀଙ୍କ ମାଡ଼: ଭିମସାରରେ ଭର୍ତ୍ତି

ସମ୍ବଲପୁର,୯।୩(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ ଟାଉନ ଥାନା ଦଳେଇପଡ଼ାର ଅଭିଷେକ ବେହେରା। ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ଭିମସାର ଅର୍ଥୋପେଡିକରେ ଭର୍ତ୍ତି କରାଯାଇଛି। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଇଥିବା ବେଳେ ସୋମବାର ଅଭିଷେକଙ୍କ ପରିବାର ଲୋକେ ଜେଲରଙ୍କୁ ଅଭିଯୋଗ କରିବା ପରେ ଏହା ଜଣାପଡ଼ିଛି। ଜେଲର ଘଟଣାରେ ସମ୍ପୃକ୍ତ ତଥା ମାଡ଼ ମାରିଥିବା ପୋଲିସ କର୍ମଚାରୀ ସ୍ମୃତି ସ୍ବରୂପ ପ୍ରଧାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚପଦାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ସୂଚନାନୁଯାୟୀ, ଗତ ଶନିବାର ଫୋନ କଲ୍‌ ଡ୍ୟୁଟିରେ ଥିବା କର୍ମଚାରୀ ସ୍ମୃତି ସ୍ବରୂପ ଅଭିଷେକଙ୍କୁ ଟଙ୍କା ମାଗିଥିଲେ। ପରେ ସେ ଟଙ୍କା ନ ଦେବାରୁ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ।


All Right Reserved By Dharitri.Com

ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ...

ପୋଲିସ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ଡିଜିପି

କଟକ ଅଫିସ୍‌, ୨୮।୪: କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି...

କୋଇଲିସାହିରେ ଅଗ୍ନିକାଣ୍ଡ

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିଆ ପଞ୍ଚାୟତ ଅନ୍ତର୍ଗତ କୋଇଲିସାହି ଗ୍ରାମରେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ...

ଇଦ୍‌-ଉଲ୍‌-ଜୁହା ଲାଗି ଖର୍ଚ୍ଚ ମାଗିବାରୁ ‘ତଲାକ’

ସୋର, ୧୪।୮(ଡି.ଏନ.ଏ.)-ତିନି ତଲାକ୍‌କୁ ଉଚ୍ଚାରଣ କରି ଛାଡପତ୍ର ଦେବା ବେଆଇନ ଘୋଷଣା କରାଯାଇଛି। ଏହାକୁ ଅମାନ୍ୟ କଲେ ୩ ବର୍ଷ ଜେଲଦଣ୍ଡ ବିଧାନ ବ୍ୟବସ୍ଥା ହୋଇଛି।...

ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୬।୧୦(ସ୍ବ.ପ୍ର.): ଗତ ସୋମବାର ଦିନ ବଳଦ ଚରାଇବାକୁ ଯାଇ ଅରଡେଇ ନଦୀରେ ନିଖୋଜ ହୋଇଥିବା ନିର୍ମଳ ମହାରଣା (୪୫)ଙ୍କ ମୃତଦେହ ପୋଲିସ ବୁଧବାର ସକାଳେ ଉଦ୍ଧାର...

ଏଟିଏମ୍‌ ଭିତରେ ନାଗ

ଝାରସୁଗୁଡ଼ା ଅଫିସ,୪।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକସ୍ଥିତ ଏଟିଏମ ଭିତରୁ ବୁଧବାର ଏକ ନାଗ ସାପ ବାହାରିଛି। ସକାଳେ ଏଟିଏମ୍‌କୁ ଟଙ୍କା ଭର୍ତ୍ତି...

ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ପୁଣି ଜଣେ ଗିରଫ, ଚିହ୍ନଟ ହେଲା ପୋଲିସ କ୍ୱାର୍ଟର୍ସ

ପୁରୀ ଅଫିସ,୨।୧୨: ପୋଲିସ କ୍ୱାର୍ଟର୍ସରେ ଜନୈକା ନାବାଳିକାଙ୍କୁ ଗଣବଳତ୍କାର ମାମଲାରେ ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଆଉ ଜଣକଙ୍କୁ ଗିରଫ କରିଛି। ଗିରଫଙ୍କ ସମ୍ପର୍କରେ...

Leave a comment

Your email address will not be published. Required fields are marked *