ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ ନିଜ ଭିତରେ ଭେଦଭାବ ଭୁଲି ସ୍ବାଭିମାନ ରକ୍ଷା କରିବା ସହିତ ଭଗବତ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନ ବିତାଇବାରେ ଏହି ଉତ୍ସବ ସହାୟକ ହୋଇଥିବା ଗ୍ରାମବାସୀ କହିଛନ୍ତି।
ଅନ୍ୟ ଦୋଳଯାତ୍ରାଠାରୁ ବେଲଡ଼ିହା ଗ୍ରାମର ଦୋଳ ପୂର୍ଣ୍ଣିମା ଉତ୍ସବ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ। ଏଥିଲାଗି ଗୋ ମାତାଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ଓ ରାଧାଙ୍କ ସହିତ ଦୁଇ ଜଣ ସଖୀଙ୍କର ମୃଣ୍ମୟ ମୂର୍ତ୍ତି ତିଆରି ହୋଇଥାଏ। ପରମ୍ପରା ଅନୁଯାୟୀ ଏବର୍ଷ ରବିବାର ଠାକୁରଙ୍କ ଘଟ ଉତ୍ତୋଳନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ନଦୀଘାଟରେ ଘଟ ପୂଜା କରାଯାଇଥିଲା। ଗାଁର ଜଣେ ବୟସ୍କ ବ୍ୟକ୍ତି(ମୁଖିଆ) ଗ୍ରାମବାସୀଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଆମ୍ବ, ମହୁଲ ଇତ୍ୟାଦି ନୂଆ ଫଳ ଠାକୁରଙ୍କୁ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ପୁରୁଷ ଲୋକେ ଗାଧୋଇ ସାରି ନୂଆ ପଇତା ଧାରଣ କରିଥିଲେ। ଘଟ ଉତ୍ତୋଳନ କରିଥିବା ୩ଜଣ ବ୍ୟକ୍ତି ଘଟ ଆଣି ଗ୍ରାମରେ ପହଞ୍ଚିବା ବେଳେ ପ୍ରତ୍ୟେକ ପରିବାରର ସ୍ତ୍ରୀ ଲୋକମାନେ ଦ୍ୱାର ସମ୍ମୁଖରେ ସେମାନଙ୍କୁ ସ୍ବାଗତ କରି ବନ୍ଦାପନା କରିଥିଲେ। ପରେ ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା।
ବେଲଡ଼ିହା ଗ୍ରାମରେ ମୋଟ ୭୫ ପରିବାର ମଧ୍ୟରୁ ୭୦ ପରିବାର ଗୋପାଳ ସମ୍ପ୍ରଦାୟର। ଏମାନଙ୍କ ମଧ୍ୟରେ ୮୦ଭାଗରୁ ଅଧିକ ନିରକ୍ଷର, ଦିନମଜୁରିଆ ଓ ଖଟିଖିଆ ଶ୍ରେଣୀର। ବିକାଶ ଧାରାରେ ସାମିଲ ହେବା ଆଶା ନେଇ ସେମାନେ ଏକତା, ସଦ୍‌ଭାବ ରକ୍ଷା କରି କାର୍ଯ୍ୟ କରିଆସୁଛନ୍ତି। ଦୋଳ ଉତ୍ସବ ପରିଚାଳନା ପାଇଁ ଏକ କମିଟି ଗଢାଯାଇଛି। ୫ବର୍ଷରେ ଥରେ ଏହାର ପୁନର୍ଗଠନ କରାଯାଉଛି। ବର୍ତ୍ତମାନ ପ୍ରସନ୍ନ କୁମାର ମହାକୁଡ ସଭାପତି, ଅନିରୁଦ୍ଧ ମହାକୁଡ ସମ୍ପାଦକ ଓ ପୁରୁଷୋତ୍ତମ ମହାକୁଡ କମିଟିର କୋଷାଧ୍ୟକ୍ଷ ଅଛନ୍ତି। ଏଥର ଗ୍ରାମରେ ୩୪ତମ ଦୋଳପୂର୍ଣ୍ଣିମା ଉତ୍ସବ ପାଳନ ହେଉଥିବାରୁ ସମସ୍ତେ ଆୟୋଜନରେ ଲାଗି ପଡିଥିଲେ। ଉତ୍ସବ ଲାଗି ପ୍ରତି ପରିବାରରୁ ସାହାଯ୍ୟ ଗ୍ରହଣ କରାଯିବା ସହ ନିମନ୍ତ୍ରିତ ଅତିଥି ଓ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ମହିଳା ଡ. ପ୍ରେମଲତା ବେହେରା ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ ପାଇଁ ୧ ଏକର ଜମି ପ୍ରଦାନ କରିଥିବାରୁ ଏବେ ମନ୍ଦିର ନିର୍ମାଣ ଲାଗି ଉଭୟ ପରିଚାଳନା କମିଟି ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି। ଦୋଳଯାତ୍ରାର ଦ୍ୱିତୀୟ ଦିବସରେ ଠାକୁରଙ୍କ ନିକଟରେ କାନିକା, ଖେଚୁଡ଼ି, ଡାଲମା, ଖଟା ପ୍ରସ୍ତୁତ ହୋଇ ଭୋଗ ଲାଗିବା ପରେ ଗ୍ରାମର ସମସ୍ତ ବ୍ୟକ୍ତି ମଧ୍ୟାହ୍ନ ସମୟରେ ଏକାଠି ହୋଇ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ପ୍ରସାଦ ସେବନ କରିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା, ଦାସକାଠିଆ, ଚଢେୟା ନାଟ, ନୃତ୍ୟସଙ୍ଗୀତ ପରିବେଷଣ କରାଯାଉଛି। ଦୋଳପୂର୍ଣ୍ଣିମାର ପର ଦିନ ସକାଳେ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ସହିତ ହୋଲିଖେଳ ଅନୁଷ୍ଠିତ ହେବ। ପୂଜା ୩ ଦିନ ଗାଁରେ ଆମିଷକୁ ସମ୍ପୂୂର୍ଣ୍ଣ ନିଷେଧ କରାଯାଇଥାଏ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଶ୍ରୀଜିଉଙ୍କୁ ଦର୍ଶନ କଲେ ଭେଙ୍କଟେଶ ପ୍ରସାଦ

ପୁରୀ ଅଫିସ,୨୧।୧୨: ପୂର୍ବତନ କ୍ରିକେଟର ତଥା ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘୋଷକ ଭେଙ୍କଟେଶ ପ୍ରସାଦ ଶନିବାର ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ...

ଗ୍ରାହାମ ଷ୍ଟେନ୍ସ ପୋଡ଼ି ଘଟଣା: ଦାରା ସିଂଙ୍କ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

ଠାକୁରମୁଣ୍ଡା,୨୧ା୯(ଡି.ଏନ୍‌.ଏ.): ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ହତ୍ୟା କରିଥିବା ଘଟଣାରେ ଫେରାର ଥିବା ଦାରା ସିଂଙ୍କ ଜଣେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ :ବ୍ରାହ୍ମଣୀଗାଁ ଫରେଷ୍ଟରଙ୍କ ୧କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି/ବାଲିଗୁଡ଼ା(ଡି.ଏନ୍‌.ଏ.)୨୮ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ା ଫୁଲବାଣୀ...

ମୃତଦେହରୁ କାଢ଼ିନେଲେ ଆଖି

ଭଦ୍ରକ ଅଫିସ, ୧୭।୧୧- କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ବୀର ଗାଗାରାଇ ଓରଫ ନଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଦୁଇ...

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଗିରଫ

ରାୟଗଡ଼ା ଅଫିସ,୨୩।୩: ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଦୈନିକ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ...

କେଶିଙ୍ଗାରେ ସ୍ବାଧୀନତା ଦିବସ

କେଶିଙ୍ଗା, ୧୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ସହରରେ ଥିବା ବିଦ୍ୟାପୀଠ ଖେଳପଡ଼ିଆଠାରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ନାଗରିକ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ...

ଚାଲାଣବେଳେ ପୋଲିସ ଚଢ଼ାଉ: ସରକାରୀ ବସ୍‌ରୁ ୧୨ ଯୁବତୀ, ୫ ନାବାଳିକା ଉଦ୍ଧାର, ଦଲାଲ ଗିରଫ

ଜୟପୁର, ୩୧ା୧୦ (ନି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି, ରାଇଘର, ନୂଆକୋଟି ଅଞ୍ଚଳର ୧୨ ଯୁବତୀ ଓ ୫ ନାବାଳିକାକୁ ରାଇଘରଠାରୁ ବିଶାଖାପାଟଣା ଯାଉଥିବା ଓଏସ୍‌ଏସ୍‌ଆରଟିସି ବସ୍‌ରେ...

ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତ: ମଙ୍ଗଳା ଦର୍ଶନ ସହ ନଦୀ ବନ୍ଧବାଡ଼ ବୁଲି ଦେଖିଲେ

କାକଟପୁର,୧୨।୯(ଡି.ଏନ୍‌.ଏ.): ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ...

Leave a comment

Your email address will not be published. Required fields are marked *