Posted inହୋଲି

ଫିକା ପଡ଼ିଛି ଫଗୁ

ସବୁଠି ଏବେ କରୋନା ଭାଇରସ ସଂକ୍ରମଣର ଭୟ। ଏହି କାରଣରୁ ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ ତଥା କର୍ନାଟକର ହାମ୍ପି ଆଦି ସ୍ଥାନରେ ଆକର୍ଷଣୀୟ ହୋଲି ଉତ୍ସବ ଫିକା ଲାଗୁଛି। ଏସବୁ ସ୍ଥାନରେ ହୋଲି ଉତ୍ସବ ପ୍ରସିଦ୍ଧ ହୋଇଥିବାରୁ ବହୁସଂଖ୍ୟାରେ ବିଦେଶୀ ଏଠାକୁ ହୋଲିରେ ଭାଗ ନେବାକୁ ଆସିଥାନ୍ତି। କିନ୍ତୁ କରୋନା ଭାଇରସ୍‌ କାରଣରୁ ଏସବୁ ଅଞ୍ଚଳରେ ବିଦେଶୀଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ବୃନ୍ଦାବନରେ ଇସ୍କନ ମନ୍ଦିର ପକ୍ଷରୁ ବିଦେଶୀ ଭକ୍ତମାନଙ୍କ ନିମନ୍ତେ ଆଡଭାଇଜରି ଜାରି କରାଯାଇ ସେମାନଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ମନ୍ଦିରକୁ ନ ଆସିବା ନିମନ୍ତେ କୁହାଯାଇଛି। ଏଥର ଫଗୁ ଉତ୍ସବକୁ ମଧ୍ୟ ନିରାଡମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଡଭାଇଜରି ସତ୍ତ୍ୱେ କୌଣସି ଭକ୍ତ ବୃନ୍ଦାବନକୁ ଆସିବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ବିଭାଗକୁ ନିଜର ସ୍ବାସ୍ଥ୍ୟ ସମ୍ପର୍କିତ ସାର୍ଟିଫିକେଟ୍‌ ଦେବାକୁ ହେବ ଯେ, ସେମାନେ କୌଣସି ପ୍ରକାରର ସଂକ୍ରମଣର ଶିକାର ହୋଇନାହାନ୍ତି ବୋଲି।

ଭାରତ ସମେତ ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରଭାବ ବିସ୍ତାର କରିଚାଲିଛି। ଏହାକୁ ନେଇ ଏଥର ସବୁ ରାଜ୍ୟରେ ହୋଲି ଉତ୍ସବ ଧିମା ହୋଇଯାଉଛି। ମାନ୍ଦା ପଡିଯାଇଛି ରଙ୍ଗ ବଜାର। ତେବେ ଧୁମଧାମରେ ହୋଲି ପାଳନ ହେଉଥିବା ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ, କର୍ନାଟକର ହାମ୍ପି, ଅହମଦାବାଦ୍‌ ତଥା ମଣ୍ଡି ଆଦି ସ୍ଥାନରେ ଏଥର ଫଗୁ ଫିକା ପଡ଼ିଛି।
କର୍ନାଟକର ହାମ୍ପିରେ ବି ଏଥର ସବୁ ହୋଟେଲ୍‌ ବୁକିଂ କ୍ୟାନସେଲ୍‌ କରାଯାଉଛି। ପ୍ରାୟ ୧୦୦ରୁ ଅଧିକ ଦେଶରୁ ଲୋକ ଏଠାକୁ ହୋଲିରେ ଭାଗ ନେବାକୁ ଆସିଥାନ୍ତି। ସେହିପରି ଋଷିକେଶରେ ଥିବା ବିଦେଶୀ ଭକ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି। ଡାକ୍ତରମାନେ ଏଠାରେ ବିଦେଶୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ତେଣୁ ଏଥର ସବୁ ସ୍ଥାନରେ ଫଗୁ ଖେଳର ପରମ୍ପରା ଫିକା ପଡ଼ିଯାଇଛି।

ଅହମଦାବାଦରେ ରେନ୍‌ଡ୍ୟାନ୍ସ ବନ୍ଦ

ଗୁଜରାଟ ସମେତ ପୂରା ବିଶ୍ୱରେ କରୋନା ଭାଇରସର ପ୍ରଭାବ ବିସ୍ତାର କରି ଚାଲିଛି। ଏହାର ସିଧା ପ୍ରଭାବ ହୋଲି ଉପରେ ପଡିଛି। କରୋନା ଭାଇରସ୍‌ ସଂକ୍ରମଣ ହୋଲି ଦ୍ୱାରା ଅଧିକ ବ୍ୟାପିବାର ଆଶଙ୍କା ରହିଥିବାରୁ ସରକାର ଏଠାରେ ରେନ୍‌ଡ୍ୟାନ୍ସ ବନ୍ଦ କରିଦେଇଛନ୍ତିି। ଅହମଦାବାଦ ରାଜପଥ କ୍ଲବ୍‌ ଓ କର୍ଣ୍ଣାବତୀ କ୍ଲବ ସମେତ ଅନ୍ୟ କ୍ଲବ୍‌ଗୁଡିକରେ ହୋଲି ଅବସରରେ ରେନ୍‌ଡ୍ୟାନ୍ସ ତଥା ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କୁହାଯାଏ, ଏହି ରେନ୍‌ଡ୍ୟାନ୍ସରେ ଦେଶ ତଥା ବିଦେଶର ବହୁ ପର୍ଯ୍ୟଟକ ଭାଗନେଇଥାନ୍ତି। ସମସ୍ତେ ଏକାଠି ହୋଇ ଏଠାରେ ହାତ ମିଳାଇବା ସହ ରଙ୍ଗ ଖେଳନ୍ତି। ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥାନ୍ତି। ଏଣେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଉତ୍ସବକୁ ବନ୍ଦ କରାଯାଇଛି।

ମଣ୍ଡିରେ ଉଡିବନି ଅବିର

ହିମାଚଳପ୍ରଦେଶର ସାଂସ୍କୃତିକ ରାଜଧାନୀ ଛୋଟକାଶୀ କୁହାଯାଉଥିବା ମଣ୍ଡିର ଐତିହାସିକ ସେରି ମଞ୍ଚରେ ଏଥର ଅବିର ଉଡିବନି। କରୋନା ଭାଇରସ ସଂକ୍ରମଣ ବ୍ୟାପୁଥିବାରୁ ୯ ମାର୍ଚ୍ଚରେ ହେବାକୁ ଥିବା ରଙ୍ଗୋତ୍ସବ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ପ୍ରଶାସନ ଏହି ଖେଳ ଲାଗି ଅନୁମତି ଦେଇଥିଲେ ବି ଲୋକହିତକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ୨୦୦୩ରୁ ସେରି ମଞ୍ଚରେ ରଙ୍ଗ ଉତ୍ସବ ଆରମ୍ଭ ହୋଇ ୧୭ ବର୍ଷ ଧରି ଆୟୋଜିତ ହେଉଛି। ଏହି ଉତ୍ସବରେ ବାଦ୍ୟର ତାଳେ ତାଳେ ଲୋକମାନେ ଏଠାରେ ହୋଲି ମନାନ୍ତି। ଏଥିରେ ଭାଗ ନେବା ପାଇଁ ପଡୋଶୀ ରାଜ୍ୟ ପଞ୍ଜାବ, ଚଣ୍ଡିଗଡ ଓ ହରିୟାଣାରୁ ମଧ୍ୟ ଲୋକମାନେ ଆସିଥାନ୍ତି। ହଜାର ହଜାର ଲୋକଙ୍କ ଭିଡ ଭିତରେ ହୋଲି ଖେଳର ପରିବେଶ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଏଣୁ ଏଠାରେ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ପରିସ୍ଥିତ ଭାରି ସାଂଘାତିକ ହୋଇଯିବ। ଏଣୁ ସ୍ବାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଉତ୍ସବକୁ ବନ୍ଦ କରାଯାଇଛି। ମଣ୍ଡିର ହୋଲି ଉତ୍ସବ ପୂରା ନିଆରା। ଦେଶର ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ହୋଲିର ଗୋଟିଏ ଦିନ ପୂର୍ବରୁ ଏଠାରେ ଏହା ପାଳିତ ହୋଇଥାଏ। ସହରର ସବୁ ରାସ୍ତାରେ ଦଳ ଦଳ ହୋଇ ଲୋକମାନେ ହୋଲି ଖେଳନ୍ତି। ମହିଳାମାନେ ବି ଏହି ଦଳରେ ସାମିଲ ହୁଅନ୍ତି। କିନ୍ତୁ କୌଣସି ଅଜଣା ବ୍ୟକ୍ତିଙ୍କୁ ଏମାନେ ରଙ୍ଗ ଲଗାନ୍ତିନି। ଶିବରାତ୍ରି ପରେ ହୋଲି ପାଇଁ ରାଜଦେବତା ମାଧୋରାୟଙ୍କ ଶୋଭାଯାତ୍ରା ବାହାରିଥାଏ। ମଣ୍ଡିରେ ଶୋଭାଯାତ୍ରା ପ୍ରବେଶ କରିବା ସମୟରେ ଏଭଳି ଉତ୍ସବ ଧୁମଧାମରେ ପାଳନ କରାଯାଇଥାଏ। ଏହି ଶୋଭାଯାତ୍ରା ମଣ୍ଡି ଛାଡିବା ପରେ ହୋଲି ଖେଳ ଶେଷ ହୋଇଯାଏ।


All Right Reserved By Dharitri.Com

ଲୋକ ସଂସ୍କୃତି ଓ ବିଶ୍ୱାସର ପ୍ରତୀକ ପର୍ବ ‘ହୋଲିପୁଡ଼ା’

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ପାଳିତ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରଙ୍ଗର ପର୍ବ ହୋଲିର ଅବ୍ୟବହିତ ପୂର୍ବରୁ ପାଳିତ ହେଉଥିବା ‘ହୋଲିପୁଡ଼ା’ ପର୍ବ ନିଆରା ଓ ଅନନ୍ୟ।...

କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ...

ଆସୁଛି ହୋଲି: ରଙ୍ଗ ଖେଳିବା ବେଳେ ସୌନ୍ଦର୍ଯ୍ୟ ସହ କରନ୍ତୁ ନାହିଁ ବୁଝାମଣା

ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଆଉ ଅଳ୍ପ କେତେଟା ଦିନ ବାକି ଅଛି। ଏହି ଦିନକୁ ସମସ୍ତେ ମନଭରି ଉପଭୋଗ କରିିବାକୁ ଚାହିଥାନ୍ତି। ମାତ୍ର...

ରାଶି ଅନୁଯାୟୀ ଖେଳନ୍ତୁ ରଙ୍ଗ

ମେଷ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଓ ଗୋଲାପୀ ରଙ୍ଗ ସର୍ବୋତ୍କୃଷ୍ଟ। ଗୋଲାପୀ ରଙ୍ଗ ଊର୍ଜା ସଞ୍ଚାର କରିବା ସହ ଆଖିକୁ ଶୀତଳତା ପ୍ରଦାନ...

ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ...

କରୋନା ଭାଇରସ ଭୟରେ ଫିକା ପଡିଲା ହୋଲି!

ନୂଆଦିଲ୍ଲୀ,୧୦।୩: ରଙ୍ଗର ପର୍ବ ହୋଲି ସାରା ଦେଶରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପର୍ବ ସାମାନ୍ୟ ଫିକା ପଡିଥିବା ପରିଲକ୍ଷିତ ହୋଇଛି।...

ହୋଲି ରଙ୍ଗର ପ୍ରତିକୂଳ ପ୍ରଭାବ

”ଅବିରରେ ରଞ୍ଜକ ରୂପେ ବ୍ୟବହାର କରାଯାଉଥିବା ଭାରି ଧାତୁ ଶରୀର ପାଇଁ କେବଳ ବିଷାକ୍ତ ନୁହେଁ, କର୍କଟ ରୋଗ ସୃଷ୍ଟିକାରୀ ମଧ୍ୟ। ଏହାର କେତେକ ଉଦାହରଣ...

ଲେଡି ଲଭ୍‌ଙ୍କ ସହ ପ୍ରଥମଥର ହୋଲି ଖେଳିଲେ ନିକ୍‌

ମୁମ୍ବାଇ: ଆମେରିକାନ ସିଙ୍ଗର ନିକ୍‌ ଜୋନସ୍‌ ଶୁକ୍ରବାର ପତ୍ନୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ମୁମ୍ବାଇରେ ପ୍ରଥମ ଥର ଲାଗି ହୋଲି ଖେଳିଛନ୍ତି। ଇଶା ଅମ୍ବାନିଙ୍କ...

Leave a comment

Your email address will not be published. Required fields are marked *