ବନ୍ୟା ପାଣିରେ ନିଆଁ

ବଲାଙ୍ଗୀର ସହର ନିକଟରେ କୌଣସି ନଦୀ ପ୍ରବାହିତ ହୋଇନାହିଁ। ସହର ମଧ୍ୟଦେଇ ଅଙ୍କାବଙ୍କା ହୋଇ ଲକ୍ଷ୍ମୀଯୋର ପ୍ରବାହିତ ହେଉଛି। ସାଧାରଣତଃ ସହରରେ ବନ୍ୟା ପ୍ରଭାବ ଦେଖାଯାଏ ନାହିଁ। ମାତ୍ର ୨୦୧୯ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମୂଷଳ ଧାରାରେ ବର୍ଷା ଫଳରେ ବଲାଙ୍ଗୀର ସହର ଓ ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଥିଲା। ଏହି ବନ୍ୟା ଯୋଗୁ ସହର ତଥା ଆଖପାଖ ଗାଁର ଅଧାରୁ ଅଧିକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଶତାଧିକ ଲୋକଙ୍କ ଘରଦ୍ୱାର, ଧନସମ୍ପତ୍ତି, ଖାଦ୍ୟଦ୍ରବ୍ୟ, ଆସବାବପତ୍ର, ରାସ୍ତାଘାଟ, ଜଳାଶୟ, ଜଳପ୍ରକଳ୍ପ ଓ ପଶୁ ସମ୍ପଦ ବନ୍ୟାପାଣିରେ ନଷ୍ଟ ହୋଇଯାଇଥିଲା। ସହରର ଗରିବ ଲୋକେ ସବୁଠୁ ବେଶି ପ୍ରଭାବିତ ହୋଇଥିଲେ। ଘରକାନ୍ଥ ପଡି କେତେକ ସ୍ଥାନରେ ଲୋକେ ଆହତ ହୋଇଥିବା ବେଳେ ବିଷ୍ଣୁମୁଣ୍ଡାଠାରେ ଜଣେ ବାଳକର ମୃତ୍ୟୁ ହୋଇଥିଲା। ଦୀର୍ଘଦିନ ଧରି ପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ରିଲିଫ ବଣ୍ଟନ କରାଯାଇଥିଲା। କହିବାକୁ ଗଲେ ବହୁ ଦିଗରୁ ବନ୍ୟା ସହ ଅପରିଚିତ ଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ୟା ପରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ରାଜସ୍ବ ମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ, ଏମ୍‌ପି, ବିଧାୟକ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ବରିଷ୍ଠ ବିଭାଗୀୟ ପ୍ରଶାସକ, ଜିଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକ କରିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ କ୍ଷତିପୂରଣ ଦିଆଯିବା ଉପରେ ଗୁରୁତ୍ୱାରୋପ କରିବା ସହ ଧୋଇ ହୋଇଯାଇଥିବା ରାସ୍ତାଘାଟ, ଜଳାଶୟ ଓ ଜଳପ୍ରକଳ୍ପଗୁଡିକର ଶୀଘ୍ର ମରାମତି ଓ ଉନ୍ନତି ଉପରେ ଜୋର ଦିଆଯାଇଥିଲା। ନଷ୍ଟ ହୋଇଥିବା ସମ୍ପତ୍ତି ସବୁର ଭିଡିଓ ରେକର୍ଡିଂ ମାଧ୍ୟମରେ ସର୍ଭେ କରି କ୍ଷତିଗ୍ରସ୍ତଙ୍କୁ କିପରି ଉଚିତ୍‌ କ୍ଷତିପୂରଣ ଦିଆଯିବ ତା’ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରଳୟଙ୍କରୀ ବନ୍ୟାକୁ ଇତିମଧ୍ୟରେ ୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ମାତ୍ର ବନ୍ୟା ପାଣି ମାଡରେ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ଏବେ ଆକ୍ରୋଶର ବହ୍ନି ଜଳିବାକୁ ବସିଲାଣି। ବନ୍ୟା କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଯେଉଁ ପରିବାର ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ କମ୍‌ କ୍ଷତିପୂରଣ ଓ ଯେଉଁମାନଙ୍କ କମ୍‌ କ୍ଷତି ହୋଇଥିଲା ସେମାନଙ୍କୁ ଅଧିକ ସହାୟତା ମିଳିଥିବା କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରୁଛନ୍ତି। ମ୍ୟୁନିସିପାଲିଟି, ତହସିଲ ପ୍ରଶାସନର କେତେକ କର୍ମଚାରୀଙ୍କୁ ହାତ କରି କେତେଜଣ ଲୋକ ଲକ୍ଷାଧିକ ଟଙ୍କାର ସରକାରୀ ସହାୟତା ଆତ୍ମସାତ୍‌ କରିଥିବା ଅଭିଯୋଗ ଉଠିଲାଣି। ଏହା ସହିତ କ୍ଷତିଗ୍ରସ୍ତ ହୋଇ ନ ଥିବା ସତ୍ତ୍ୱେ ଜାଲ କାଗଜପତ୍ର ତିଆରି କରି କେତେକ ବ୍ୟକ୍ତି ସରକାରୀ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହେଲାଣି। ବନ୍ୟା ସହାୟତା ଟଙ୍କା ବଣ୍ଟନ ପ୍ରକ୍ରିୟାରେ ଘୋର ଅନିୟମିତତା ହୋଇଥିବା ନେଇ କିଛିଦିନ ତଳେ ଅନୁଷ୍ଠିତ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏଭଳି କ୍ଷେତ୍ରରେ ବଲାଙ୍ଗୀରରେ ପୁଣିଥରେ ଏକ ବଡଧରଣର ଅନିୟମିତତା ଓ ଦୁର୍ନୀତି ହୋଇଥିବା ଜଣାପଡିଲାଣି। କେତେଜଣ ସରକାରୀ କର୍ମଚାରୀ, ମଧ୍ୟସ୍ଥ ଓ ଖଳ ପ୍ରକୃତିର ଲୋକ ବିଭିନ୍ନ ଜାଲିଆତି କରି ସରକାରୀ ବନ୍ୟା ସହାୟତା ଟଙ୍କା ହଡ଼ପ କରିଥିବା ଏବେ ଖୋଲାଖୋଲି ଚର୍ଚ୍ଚାର ବିଷୟ ହୋଇଛି। ଏହି ଅନିୟମିତତା ଓ ଦୁର୍ନୀତିକୁ ନେଇ ବିଭିନ୍ନ ପଡାରେ ପ୍ରଭାବିତ ଓ ବଞ୍ଚିତ ବର୍ଗ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଲାଣି। ଏନେଇ ବିଧିବଦ୍ଧ ତଦନ୍ତ କରାଗଲେ ବନ୍ୟା ପାଣିରେ ଲଗାଯାଇଥିବା ଦୁର୍ନୀତି ନିଆଁ ଖୁବ୍‌ଶୀଘ୍ର ଉଜାଗର ହେବ ବୋଲି ଚର୍ଚ୍ଚା ଜୋର ଧରିଛି।
– ବୀରେନ୍ଦ୍ର କୁମାର ଝାଙ୍କର


All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହି ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଗ୍ରାସଡ଼ିହର ଅଙ୍ଗନଓ୍ବାଡି କର୍ମୀଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିବା...

ସାପକାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ଗଞ୍ଜାମ,୬।୯(ଡି.ଏନ୍‌.ଏ.) : ଗଞ୍ଜାମ ଏନ୍‌ଏସିର ୬ ନଂ ଓ୍ବାର୍ଡ ବ୍ରାହ୍ମଣ ଢାମଣା ସାହିର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା...

ପିଏଫ୍‌ଏମ୍‌ଏସ୍‌ ନ ହେବାରୁ ୪ ପଞ୍ଚାୟତର କେନ୍ଦ୍ରୀୟ ଅନୁଦାନ ୬ ମାସ ହେଲା ବନ୍ଦ

ଭବାନୀପାଟଣା,୧୨।୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ଅନୁଦାନଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସାଧାରଣ ଅର୍ଥ ବଣ୍ଟନ ଯୋଜନା (ପିଏଫ୍‌ଏମ୍‌ଏସ୍‌) ଜରିଆରେ ଅନ୍‌ଲାଇନ୍‌ ପେମେଣ୍ଟ ବ୍ୟବସ୍ଥା ରହିଛି। ମାତ୍ର ଏପର୍ଯ୍ୟନ୍ତ...

ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ

ଛତ୍ରପୁର,୧୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।...

କୀଟନାଶକ ଗନ୍ଧର ପ୍ରଭାବ: ୨ ଭଉଣୀ ପରେ ଆଉଜଣଙ୍କ ମୃତ୍ୟୁ

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର...

ଟିଟିଲାଗଡରେ କରୋନା ସନ୍ଦିଗ୍ଧଙ୍କୁ ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ଟିଟିଲାଗଡ,୧୪।୩ (ଡି.ଏନ୍‌.ଏ.): କାନାଡାରୁ ଟିଟିଲାଗଡ ଆସିଥିବା ଯୁବ ଇଞ୍ଜିନିୟର ଦମ୍ପତିଙ୍କୁ କରୋନା ସନ୍ଦେହରେ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ୍‌...

ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ

ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି।...

ହାଇକୋର୍ଟଙ୍କ ପଦକ୍ଷେପ:ମାମଲା ବୋଝ କମାଇବାକୁ ଛୁଟିଦିନରେ ବସିଲା ସ୍ବତନ୍ତ୍ର ବେଞ୍ଚ

କଟକ ଅଫିସ,୧।୩: ମାମଲା ବୋଝ କମାଇବା ପାଇଁ ଶନିବାର ଛୁଟିଦିନ ହୋଇଥିଲେ ମଧ୍ୟ ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ ବସିଥିଲା। ଜେଲ୍‌ କ୍ରିମିନାଲ ଅପିଲ୍‌ର ଶୁଣାଣି ପାଇଁ...

Leave a comment

Your email address will not be published. Required fields are marked *