ଭୂତ କମ୍ପାନୀ ସହ ରାଣାଙ୍କ ଲିଙ୍କ୍‌

ମୁମ୍ବାଇ,୯ା୩: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ରବିବାର ଗିରଫ କରିଛି। ୨୦ ଭୂତ କମ୍ପାନୀଙ୍କ ସହ ରାଣାଙ୍କ ଲିଙ୍କ ରହିଥିବା ଅଭିଯୋଗ ଆସିଛି। ଏହି କମ୍ପାନୀଗୁଡିକ ପ୍ରତିଷ୍ଠା ଦ୍ୱାରା ବେଆଇନ ନିବେଶ ଏବଂ ଅର୍ଥ ହେରଫେର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହିଭଳି ଭାବେ ୨ ହଜାର କୋଟି ଟଙ୍କାର ନିବେଶ ଏବେ ଇଡି ସ୍କାନରରେ ରହିଛି। ତାଙ୍କ ପାଖରେ ପ୍ରାୟ ୪୪ ବହୁମୂଲ୍ୟ ପେଣ୍ଟିଂ ରହିଛି। ଇଡି ସୂଚନା ମୁତାବକ, ରାଣାଙ୍କ ପରିବାର ଲଣ୍ଡନରେ ସମ୍ପତ୍ତି ହାସଲ କରିଛନ୍ତି। କେଉଁ ସୂତ୍ରରୁ ଅର୍ଥରେ ଏହି ସମ୍ପତ୍ତି ସେଠାରେ କିଣା ଯାଇଛି ତାହା ଇଡି ତଦନ୍ତ ଘେରରେ ରହିଛି। ସାଉଥ ମୁମ୍ବାଇରେ ରହିଥିବା ତାଙ୍କ ବାସଭବନ ଉପରେ ଇଡି ପ୍ରଥମେ ଚଢାଉ କରିଥିଲା। ଏବେ ତଦନ୍ତ ଘେରରେ ତାଙ୍କର ୩ ଝିଅ ଏବଂ ସ୍ତ୍ରୀ ରହିଛନ୍ତି। ରାଣାଙ୍କ ସ୍ତ୍ରୀ ବିନ୍ଦୁ ଏବଂ ୩ ଝିଅଙ୍କୁ ଜେରା ବେଳେ ଇଡି ବିଭିନ୍ନ ଘଟଣା ଜାଣିବାକୁ ପାଇଛି। ରାଣାଙ୍କ ପରିବାର ୨ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ପ୍ରାୟ ୧୨ରୁ ଅଧିକ ଭୂତ କମ୍ପାନୀ ଏବଂ ଡମି କମ୍ପାନୀ ଦ୍ୱାରା ଅର୍ଥ ହେରଫେର କରିଥିବା ତଦନ୍ତ ଏଜେନ୍ସି ପକ୍ଷରୁ କୁହାଯାଇଛି। ରାଣା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଯେଉଁ ଦାମୀ ପେଣ୍ଟିଂ ରହିଛି ସେଥି ମଧ୍ୟରୁ କିଛି ଭାରତୀୟ ରାଜନେତାଙ୍କ ସହ ସମ୍ପର୍କ ରଖିଥିବା ଜଣା ପଡିଛି।

ଟଣାହେଲେ ଡିଏଚ୍‌ଏଫ୍‌ଏଲ୍‌ ପ୍ରମୋଟର
ୟେସ୍‌ ବ୍ୟାଙ୍କ ମାମଲାରେ ସିବିଆଇ ରାଣା କପୁରଙ୍କ ସହ ଡିଏଚ୍‌ଏଫ୍‌ଏଲ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଏବଂ ପ୍ରମୋଟର କପିଲ ଓ୍ବାଧଓ୍ବାନ ମଧ୍ୟ ଟଣାହୋଇଛନ୍ତି। ତାଙ୍କ ନାମରେ ସିିବିଆଇ ମାମଲା ରୁଜୁ କରିଛି।

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାଣାଙ୍କ ସ୍ତ୍ରୀ
ରାଣା କପୁରଙ୍କ ସ୍ତ୍ରୀ ବିନ୍ଦୁ କପୁର ରବିବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଏହି ମାମଲାରେ ରାଣାଙ୍କ ସହ ସମ୍ପୃକ୍ତି ନେଇ ବିଭିନ୍ନ ପ୍ରଶ୍ନ ବିନ୍ଦୁଙ୍କୁ ଅଧିକାରୀମାନେ କରିଛନ୍ତି। ରବିବାର ସକାଳେ ବିନ୍ଦୁ ଇଡି କାର୍ଯ୍ୟାଳୟରୁ ବାହାରୁଥିବା ଦେଖାଯାଇଥିଲା ତାଙ୍କ ସହ ଇଡିର ଦୁଇ ଜଣ ଅଧିକାରୀ ରହିଥିଲେ।

ଏୟାରପୋର୍ଟରେ ରାଣାଙ୍କ ଝିଅ ଅଟକ
ଏକ ନ୍ୟୁଜ ଏଜେନ୍ସି ତଥ୍ୟ ମୁତାବକ ରାଣାଙ୍କ ଝିଅ ରୋଶନୀ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରବିବାର ଅଟକ ରଖାଯାଇଥିଲା। ବ୍ରିଟିଶ ଏୟାରଓ୍ବେଜର ଏକ ବିମାନରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦିଓ୍ବାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚ୍‌ଏଫ୍‌ଏଲ୍‌)କୁ ବେଆଇନ ଋଣ ଯୋଗାଣ ଅଭିଯୋଗରେ ତାଙ୍କ ବାପା ରାଣା କପୁରଙ୍କୁ ଇଡି ଗିରଫ କରିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ରାଣା ଏବଂ ତାଙ୍କ ପରିବାର ସଦସ୍ୟ ବିରୋଧରେ ଇଡି ଲୁକ୍‌ ଆଉଟ ନୋଟିସ ଜାରି କରିଛି। ଇଡିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ରାଣାଙ୍କ ସ୍ତ୍ରୀ ବିନ୍ଦୁ, ଝିଅ ରାକ୍ଷୀ କପୁର ଟଣ୍ଡନ, ରଶନୀ କପୁର ଏବଂ ରାଧା କପୁର ମଧ୍ୟ ଇଡି ନଜରରେ ରହିଛନ୍ତି।

ଅସୁବିଧାରେ ବ୍ୟାଙ୍କର ଫରେକ୍ସକାର୍ଡଧାରୀ
ୟେସ୍‌ ବ୍ୟାଙ୍କ ଉପରେ କଟକଣା ଲାଗିବା ଯୋଗୁ ଏହି ବ୍ୟାଙ୍କର ଫରେକ୍ସ କାର୍ଡ ବ୍ୟବହାର କରୁଥିବା ଟ୍ରାଭେଲର ଏବଂ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କ ଊପରେ ୫୦ ହଜାର ଟଙ୍କାର ଉଠାଣ କଟକଣା ଲାଗିବା ଯୋଗୁ ଲୋକମାନେ ଗତ ୩ ଦିନ ଧରି ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ଜଣାପଡିଛି। ୟେସ୍‌ ବ୍ୟାଙ୍କ ସହ ଫୋନ୍‌ପେର ଅନୁବନ୍ଧନ ରହିଥିଲା। କଟକଣା ଯୋଗୁ ଏହା ନେଣଦେଣରେ ଅସୁବିଧା ସାମ୍ନା କରିବା ଯୋଗୁ ଆଇସିଆଇସିଆଇକୁ ନିଜ ସହ ସାମିଲ କରିବା ପରେ ଫୋନପେରେ ନେଣଦେଣ ସ୍ବାଭାବିକ ହୋଇଛି। ବୁକ୍‌ମାଇଁ ଫରେକ୍ସ ଡଟ୍‌ କମ୍‌ ଭଳି ସଂସ୍ଥା ୟେସ୍‌ ବ୍ୟାଙ୍କ ସହ ସହବନ୍ଧିତଥିବାରୁ ଏହାର ଗ୍ରାହକମାନେ ବିଦେଶରେ ହଇରାଣ ହେଉଛନ୍ତି।


All Right Reserved By Dharitri.Com

ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ...

ଭାରତକୁ ପ୍ରଶଂସା କଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ,୨୩।୪: କରୋନାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଭାରତ...

ଖାଉଟି ସର୍ଭେ ଡାଟା ପ୍ରକାଶ କରିବାକୁ ଚିଠି ଲେଖିଲେ ୨୦୦ ସ୍କଲାର

ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ...

ଚାହିଦା ପୂରଣ ଲାଗି ପିଆଜ ଆମଦାନୀ କରୁଛି ଏମ୍‌ଏମ୍‌ଟିସି

ନୂଆଦିଲ୍ଲୀ,୭-୧୨: ରାଷ୍ଟ୍ରାୟତ୍ତ ଟ୍ରେଡିଂ କମ୍ପାନୀ ଏମ୍‌ଏମ୍‌ଟିସି ବିଦେଶରୁ ପିଆଜ ଆମଦାନୀ କରୁଛି। ଚାହିଦା ପୂରଣ ଏବଂ ଦରବୃଦ୍ଧିକୁ ରୋକିବା ଲାଗି ଏମଏମ୍‌ଟିସି ଏଭଳି ପଦକ୍ଷେପ ଗ୍ରହଣ...

ବଜାଜର ୨ ନୂଆ ମଡେଲ ବଜାରରେ

ଭୁବନେଶ୍ୱର, ୧୯-୭: ବଜାଜ ଅଟୋ ପକ୍ଷରୁ ନୂଆ ପ୍ଲାଣ୍ଟିନା ୧୧୦ ଏଚ୍‌-ଗିୟର ଏବଂ ସିଟି ୧୧୦ ମଡେଲ ବଜାରକୁ ଆସିଛି। ହାଇଓ୍ବେ ରାଇଡିଂକୁ ନଜରରେ ରଖି...

ମାନ୍ଦାବସ୍ଥା ଦୂରେଇବାକୁ ସୀତାରାମନ୍‌ଙ୍କ ପ୍ରୟାସ;କର୍ପୋରେଟ ଟିକସ ହ୍ରାସ ଘୋଷଣା

ପାନାଜୀ,୨୧-୯: ଦେଶ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତିକରୁଛି। ଏହାକୁ ଦୂରେଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପୂର୍ବରୁ ୩ ଥର ବିଭିନ୍ନ କ୍ଷେତ୍ର ଲାଗି...

ଜାନୁୟାରୀରେ ପାସେଞ୍ଜର ଯାନ ବିକ୍ରି ୬% କମିଲା

ନୂଆଦିଲ୍ଲୀ,୧୧-୨: ଜାନୁୟାରୀ ମାସରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୬.୨% ହ୍ରାସ ଘଟିଛି। ଓନରଶିପ ମୂଲ୍ୟରେ ବୃଦ୍ଧି ଏବଂ ଜିଡିପିରେ ମନ୍ଥର ଅବସ୍ଥା ଯୋଗୁ...

ଭୁବନେଶ୍ୱରରେ ବିଗ୍‌ ବଜାରର ୬ ନମ୍ବର ଷ୍ଟୋର

ଭୁବନେଶ୍ୱର,୨୯-୬-ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ୍‌ ବଜାର ପକ୍ଷରୁ ସ୍ଥାନୀୟ ପାହାଳ, ରୁଦ୍ରପୁରସ୍ଥିତ ସିମ୍ଫୋନୀ ମଲ୍‌ଠାରେ ନୂଆ ବିଗ୍‌ ବଜାର ଷ୍ଟୋର ଶୁଭାରମ୍ଭ ହୋଇଛି। ଏହା ସହରରେ...

Leave a comment

Your email address will not be published. Required fields are marked *