କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୂରା ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ଜଣେ ବିଧାୟକ ହୋଇ କିଭଳି ଆଇନ୍‌କୁ ହାତକୁ ନେଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଉକ୍ତ ଘଟଣା ପାଇଁ ବିଧାୟକ ମେହେର କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଛାଡ଼ିବାକୁ ନାରାଜ ବିରୋଧୀ। ସେମାନେ ବିଧାୟକ ମେହେରଙ୍କ ଗିରଫ ଦାବି କରିଛନ୍ତି। ସେହିପରି ଯନ୍ତ୍ରୀ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସଙ୍କ ଅଭିଯୋଗ କ୍ରମେ ପାଟଣାଗଡ଼ ପୋଲିସ ବିଧାୟକ ମେହେରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦, ୩୪, ୩(୧)(ଆର), ୩(୧)(ଏସ) ଭଳି ୧୦ଟି ଦଫାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ବେଲପଡା ଥାନା ଅଞ୍ଚଳରୁ ଶବରଙ୍କୁ ଉଦ୍ଧାର କରି ଶୁକ୍ରବାର ସକାଳେ ତାଙ୍କ ଘରେ ଛାଡ଼ିଛି। ସେହିପରି ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି। ଫଳରେ ମେହେରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି।
ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ସୁଜିତ ସାହୁ ପିଟିଶନ୍‌ ଦାଖଲ କରିଛନ୍ତି। ଆଗାମୀ ଦିନରେ ଏହାର ବିଚାର ହେବ ବୋଲି ଜଣାପଡ଼ିିଛି। ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିବା ସହ ଘଟଣାର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବା ଏବଂ ୪ସପ୍ତାହ ମଧ୍ୟରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ଅଭିଯୋଗକାରୀ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ବସ୍‌ କରିବା ଦ୍ୱାରା ତାଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ତାଙ୍କୁ ପବ୍ଲିକ୍‌ ହ୍ୟୁମିଲେଶନ୍‌ ଏବଂ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପିଟିଶନ୍‌କାରୀ ସାହୁ କମିଶନରଙ୍କୁ ନିବେଦନ କରିଛନ୍ତି।
ଉଦ୍ଧାର ପରେ ଯନ୍ତ୍ରୀ ଶବର ପୋଲିସ ଏବଂ ଗଣମାଧ୍ୟମ ଆଗରେ ସବୁ କଥା ବଖାଣିଛନ୍ତି। ସେ କହିଛନ୍ତି ଯେ, ସେହିଦିନ ବିଧାୟକଙ୍କ ଉପସ୍ଥିତିରେ ନିର୍ବାହୀଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ବିଧାୟକ ଜୋରଜବରଦସ୍ତି ୫ମିନିଟରେ ଶହେ ଥର ଉଠ୍‌ବସ୍‌ ଲାଗି କହିଥିଲେ। ଉଠବସ୍‌ ନ ହେଲେ ଲୋକେ ପିଟିବେ ବୋଲି କହିଥିଲେ। ବାଧ୍ୟ ହୋଇ ଉଠବସ୍‌ ହୋଇଥିଲି। ଲଜ୍ଜାଜନକ ପରିସ୍ଥିତି ଥିବାରୁ ମୁଁ ସେଦିନ ଚୁପ୍‌ ରହିଥିଲି। ପରେ ବିଧାୟକ ମେହେରଙ୍କ ଦୁଇଜଣ ସମର୍ଥକ ତାଙ୍କୁ ନେଇ ତିଖାଲୀ ପ୍ରୋଜେକ୍ଟ ଅଞ୍ଚଳରେ ରଖିଥିଲେ। ଅନ୍ୟପକ୍ଷେ କନିଷ୍ଠ ଯନ୍ତ୍ରୀଙ୍କୁ ବେଲପଡା ଥାନା ଅଞ୍ଚଳରୁ ଉଦ୍ଧାର କରିଥିବା ପୋଲିସ କହିଛି ା ଏହି ଘଟଣାକୁ ନେଇ ଓଡ଼ିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ସଭାପତି ସୁଦର୍ଶନ ନାୟକ ଓ ଅନ୍ୟମାନେ କନିଷ୍ଠ ଯନ୍ତ୍ରୀ ଶବରଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି ା ସୂଚନାଯୋଗ୍ୟ, ଗତ ୫ତାରିଖରେ ବେଲପଡ଼ା ବ୍ଲକ୍‌ର ଗମ୍ଭାରୀ ଗଁା ରାସ୍ତା କାମ ତଦାରଖ କରିଥିଲେ ବିଧାୟକ ମେହେର। କାମ ନିମ୍ନମାନର ହୋଇଥିବା ଅଭିଯୋଗ କରି ସେ କନିଷ୍ଠ ଯନ୍ତ୍ରୀ ଶବରଙ୍କୁ ଉଠବସ୍‌ କରାଇଥିଲେ। ଶବର ନେହୁରା ହୋଇଥିଲେ ମଧ୍ୟ ବିଧାୟକ ତାଙ୍କୁ ଛାଡ଼ି ନ ଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଶାସକ ଦଳର ବିଧାୟକ ମେହେରଙ୍କୁ ପୋଲିସ ଗିରଫ କରୁଛି ନା ଘଣ୍ଟ ଘୋଡ଼ାଉଛି।


All Right Reserved By Dharitri.Com

‘ପଛୁଆବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର’

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାର ପଛୁଆବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌ ୨୦୨୦ ସୋମବାର ବିଧାନସଭାରେ ଅନୁମୋଦନ ଲାଭ...

୬ ଯାଏ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ହେବାର...

କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜା କମିଟି ନେଇ ବଢ଼ିପାରେ ଅସନ୍ତୋଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟୟର ମୁଖ୍ୟ କାରଣ କ’ଣ ସେନେଇ ଆରମ୍ଭ ହେବ ତର୍ଜମା। ଏଥିପାଇଁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ପକ୍ଷରୁ ଏକ ୨୧ଜଣିଆ କମିଟି...

ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ:୩ ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬-୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକସେବା ଭବନରେ ‘ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ’ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।...

ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ...

ଶିକ୍ଷାଗତ ଯୋଗ୍ୟତାର ୩ ପ୍ରକାର ତଥ୍ୟ ରଖିଛନ୍ତି ମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ପ୍ରତିନିଧି ଆଇନ ୧୯୫୧ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥାଏ। ମାତ୍ର ପ୍ରାର୍ଥୀମାନେ...

ଲୟୋଲା ସିନର୍ଜି-୨୦୧୯ରେ ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରଦର୍ଶନ: ଭୟଭୀତ କଲା ‘ହଣ୍ଟେଡ୍‌ ହାଉସ୍‌’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଘର ପୂରା କିଟ୍‌ କିଟ୍‌ ଅନ୍ଧାର ଥିଲା। କଟା ମୁଣ୍ଡ ସହିତ ସଂରକ୍ଷିତ ଶବ ସେହି ଘରେ ଥିଲା। ଆଉ ଠାଏ ଠାଏ ରକ୍ତ...

ଲୋୟର ପିଏମ୍‌ଜିରେ ଅଙ୍ଗନଓ୍ବାଡି କର୍ମୀ:୧୬ ଦଫା ଦାବି ନେଇ ଗର୍ଜିଲେ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ଦୀର୍ଘ ଦିନରୁ ଦାବି ପୂରଣ ହେଉ ନ ଥିବାରୁ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଳେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ କର୍ମୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆସୋସିଏଶନ...

Leave a comment

Your email address will not be published. Required fields are marked *