ଦିବ୍ୟାଙ୍ଗ ସୁକାନ୍ତି, ଧନେଶ୍ୱର ଏବେ ସୁଖଦୁଃଖର ସାଥୀ

ଆରଡ଼ି,୯।୩(ଡି.ଏନ.ଏ.)-ସମାଜରେ ସୁସ୍ଥ ଲୋକଙ୍କ ପରି ଜୀବନ ବିତାଇବାକୁ ୨୦୧୭ରେ ବୈଦିକ ରୀତିରେ ବିବାହ କରିଥିଲେ। ୭ ମାସ ତଳେ ସେମାନଙ୍କ କୋଳ ମଣ୍ଡନ କରିଛି ଏକ ଶିଶୁପୁତ୍ର। ତେଲଲୁଣର ସଂସାର ମଧ୍ୟରେ ଦୁଃଖ ଆସିଲେ ବି ସେଥିରେ ଖାତିର ନ କରି ହସି ହସି ସ୍ଥିତିକୁ ସାମ୍ନା କରୁଛନ୍ତି ଏହି ଦମ୍ପତି। ଦିବ୍ୟାଙ୍ଗ ହୋଇଥିଲେ ବି କାହା ଉପରେ ନିର୍ଭର ନ କରି ସେମାନେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି।
ଏହି ଦିବ୍ୟାଙ୍ଗ ଦମ୍ପତି ହେଲେ ଧନେଶ୍ୱର ପରିଡ଼ା ଓ ସୁକାନ୍ତି ପରିଡ଼ା। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁରରେ। ଧନେଶ୍ୱର ୨ ମାସର ହୋଇଥିବା ବେଳେ ମିଳିମିଳାରେ ତାଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଥିଲା। ସେ ସ୍ଥାନୀୟ ସୁନ୍ଦରପୁର- ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିଲ କୁମାର ଦାସଙ୍କ ଉଦ୍ୟମରେ ସେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ପାରିଥିଲେ। ପରେ ସେ ବିନା ଗୁରୁରେ ନିଜ ଉଦ୍ୟମରେ ଢୋଲ ବଜାଇବା ଶିଖିଥିଲେ। ଏଥିସହ ସଙ୍ଗୀତ ସାଧନା ମଧ୍ୟ କରିଥିଲେ। ଏବେ ସୁଲଳିତ କଣ୍ଠରେ ଭଜନ ଶୁଣାଇବା ସହ ସଂକୀର୍ତ୍ତନ ମଣ୍ଡଳୀରେ ବିଭିନ୍ନ ସ୍ଥାନକୁ ଯାଇ ସଙ୍ଗୀତ ପରିବେଷଣ କରି ଲୋକଙ୍କ ହୃଦୟ ଜିଣିପାରିଛନ୍ତି। ସେଥିରୁ ଯାହା ମିଳୁଛି ଚଳୁଛି ପରିବାର। ଧନେଶ୍ୱରଙ୍କ ମାତାପିତା ଓ ୨ ଭାଇ ଅଛନ୍ତି। ହେଲେ ପତ୍ନୀ ଓ ଶିଶୁପୁତ୍ରଙ୍କୁ ନେଇ ତାଙ୍କର ଛୋଟ ସଂସାର। ଉଭୟ ମାସିକ ୫ ଶହ ଟଙ୍କା ଲେଖାଏ ସରକାରୀ ଭତ୍ତା ପାଉଛନ୍ତି। ପୂର୍ବରୁ ପାଉଥିବା ମାଗଣା ୧୦ କେଜି ଚାଉଳ ବର୍ଷେ ହେଲା ଆଉ ମିଳୁନି। ସୁକାନ୍ତିଙ୍କର ଜନ୍ମ ବେଳୁ ବାମହାତ କହୁଣି ପାଖରୁ ନାହିଁ। ସେ ଅବିବାହିତ ଥିବାବେଳେ ଏକ ଶିଳ୍ପ ତାଲିମ ଶିକ୍ଷାକେନ୍ଦ୍ରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ବିବାହ ପରେ ସେହି ଚାକିରି ଚାଲିଯାଇଛି। ବର୍ତ୍ତମାନ ଗୋଟିଏ ହାତରେ ସେ ସମସ୍ତ ଘରୋଇ କାମ କରିବା ସହ ସ୍ବାମୀଙ୍କ ପାଇଁ ସାହାରା ପାଲଟିଛନ୍ତି। ଗୋଟିଏ ହାତରେ ସେ ପୁଅର ଯତ୍ନ ନେବା ସହ ଅନ୍ୟ କାମ ମଧ୍ୟ କରୁଛନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉଥିବାବେଳେ ଏହି ଦମ୍ପତି ଅଣଦେଖାର ଶିକାର ହୋଇଛନ୍ତି। ତଥାପି ସେମାନେ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଧନେଶ୍ୱର କହନ୍ତି, ସେ ତାଙ୍କ ଶିଶୁପୁତ୍ରକୁ ପାଠ ପଢ଼ାଇ ବଡ଼ ମଣିଷ କରିବେ। ସେହି ସ୍ବପ୍ନରେ ଏବେ ଆତ୍ମବିଭୋର ଏହି ଦମ୍ପତି। ଏହି ଦିବ୍ୟାଙ୍ଗ ଦମ୍ପତିଙ୍କର କର୍ମନିଷ୍ଠା ଓ ଆଚରଣ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।


All Right Reserved By Dharitri.Com

ସତ୍ୟଙ୍କ ରେକର୍ଡ ନିଶା: ପୁଣି କଲେ ବିଶ୍ୱ ରେକର୍ଡ;  ୟୁନିଭର୍ସାଲ, କଲାମ ବୁକ ଅଫ ରେକର୍ଡରେ ୧.୯ ଇଞ୍ଚର ଗଣେଶ

ବ୍ରହ୍ମପୁର ଅଫିସ,୧୪ା୧୨-ନିଆରା କଳାକୃତି କରି ରେକର୍ଡ କରିବାର ନିଶା ତାଙ୍କୁ ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି | ପୂର୍ବରୁ ବହୁବାର ଚକ, କାଠ,...

କରୋନା ମୁକାବିଲା ପାଇଁ ସହାୟତା

ବଡ଼ସାହି,୧୬।୪(ସ୍ବପ୍ର)- କରୋନା ମହାମାରୀର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ବେଲପାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ...

କଲଭର୍ଟରେ ପିଟି ହେଲା ବାଇକ: ୨ ମୃତ, ଜଣେ ଗୁରୁତର

ଚାନ୍ଦବାଲି,୨୬ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ଚୌଧୁରୀ ଘାଟ ରାସ୍ତାର ବିଲ ନୂଆଗାଁ ଛକ ନିକଟରେ ସୋମବାର ରାତିରେ ଏକ ବାଇକ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯିବାରୁ ୨...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ...

ବସ୍ତାନି ବୋଝ: ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୨୭।୧: ଶିଶୁ କାନ୍ଧରେ ବହିବସ୍ତାନି ବୋଝକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ସୋମବାର ଆବେଦନକାରୀ ଆଡଭୋକେଟ କହ୍ନେୟାଲାଲ ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି।...

ବନ୍ଧବାହାଲ ଏମ୍‌ସିଏଲ୍‌ ହସ୍‌ପିଟାଲର ଉନ୍ନତି କରାଯିବ

ଲଖନପୁର,୧୧।୪(ଡି.ଏନ୍‌.ଏ.): ବନ୍ଧବାହାଲସ୍ଥିତ ଏମ୍‌ସିଏଲ୍‌ କୋଭିଡ୍‌ ଚିକିତ୍ସାଳୟକୁ ଶନିବାର ପୂର୍ବାହ୍ନରେ ବରଗଡ ଏମ୍‌ପି ସୁରେଶ ପୂଜାରୀ ପରିଦର୍ଶନ କରଛନ୍ତି। ୫୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ୧୦୦ଶଯ୍ୟା...

ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ...

ଲୋକଗୀତ ମାଧ୍ୟମରେ ଏମ୍‌ପିଙ୍କ ପରିବେଶ ସଚେତନତା

ହିଞ୍ଜିଳିକାଟୁ,୧୨ା୮(ଡି.ଏନ୍‌.ଏ.)-ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସ୍‌କଭରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରବିବାର ପୌରାଞ୍ଚଳର ୱାର୍ଡ଼ ନଂ.୧୦ ଉପର ରେଗିଡ଼ି ସାହିରେ ଚାରାରୋପଣ କରାଯାଇଛି। ଏଥିରେ...

Leave a comment

Your email address will not be published. Required fields are marked *