କୃଷି କ୍ଷେତ୍ରରେ ଜୀବିକାର ସନ୍ଧାନ

ଶକ୍ତି ପ୍ରସାଦ ଦାସ

ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମ୍ୟ କୃଷିବଳର ବେଶ୍‌ କିଛି ବଡ ଅଂଶ କୃଷି କ୍ଷେତ୍ର ଛାଡି ନିର୍ମାଣ ତଥା ଅନ୍ୟାନ୍ୟ କ୍ଷେତ୍ରକୁ ମୁହାଇଁଛନ୍ତି। ଏହା ଦର୍ଶାଉଛି କି କୃଷିକ୍ଷେତ୍ରରେ ଉତ୍ପାଦକତା ଓ ଆୟ ବଢୁନାହିଁ। ତଥ୍ୟ କହୁଛି ଗ୍ରାମ୍ୟ ଶ୍ରମବଳର ୩୪ ପ୍ରତିଶତ ଅଣ-କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଗତ କିଛିବର୍ଷ ହେଲା ଚାଷ ହେଉଥିବା ଜମି ପରିମାଣ କମିଛି ଓ ପୂର୍ବରୁ ଚାଷ ହେଉଥିବା ଜମିସବୁ ଅନାବାଦୀ ପଡିଛି।
ଭାରତରେ ଆର୍ଥିକ ଉଦାରୀକରଣ ପରେ କୃଷି-ଉତ୍ପାଦନ ବଢିଛି ନିଶ୍ଚୟ। ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଇ ନିଜ ପିଠି ଥାପୁଡେଇଛନ୍ତି। ଚଳିତ ବଜେଟ ଅଧିବେଶନରେ ବକ୍ତବ୍ୟ ରଖିଛନ୍ତି କି ରାଜ୍ୟର କୃଷକମାନଙ୍କର ଆୟ ଦୁଇଗୁଣରୁ ଅଧିକ ହୋଇସାରିଛି। ଏତେସବୁ ଦାବି ପରେ ବି ବାସ୍ତବ ସ୍ଥିତି ଅଲଗା। ନିକଟରେ ଭୁବନେଶ୍ୱରର ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନରେ ସୈନିକ, କିରାଣି, ରୋଷେୟା, ଧୋବା ଇତ୍ୟାଦି ପଦ ପାଇଁ ରାଜ୍ୟର ହଜାର ହଜାର ପ୍ରତ୍ୟାଶୀ ରୁଣ୍ଡ ହେବା ଅଲଗା କଥା କହୁଛି। ତେଣୁ ଶିଳ୍ପ ଓ ସେବା କ୍ଷେତ୍ର ସହିତ କୃଷି କ୍ଷେତ୍ରକୁ ମଧ୍ୟ ଲାଭଜନକ କରିବାକୁ ହେବ। ଏ କ୍ଷେତ୍ରରେ ଅନ୍ୟାନ୍ୟ କାରଣ ମଧ୍ୟରୁ କିଛି ସହଜାତ ପ୍ରତିବନ୍ଧକ ଯେପରି କି ବାରମ୍ବାର ଘଟୁଥିବା ପ୍ରାକୃତିକ ଦୁର୍ବିପାକ, ଜଳସେଚନର ଅଭାବ, ନିମ୍ନସ୍ତରର ଫସଲ-ଉତ୍ପାଦକତା, ଅମଳ ପରବର୍ତ୍ତୀ ଢାଞ୍ଚା ଯେପରି କି ଶୀତଳଭଣ୍ଡାର, ଗୋଦାମଘର, ଦକ୍ଷ ବଜାର ସୁବିଧା ଇତ୍ୟାଦିର ଅଭାବ ପ୍ରଭୃତି ସମସ୍ୟାର ସମାଧନ କରିବାକୁ ହେବ ଏବଂ ଗତାନୁଗତିକତା ଛାଡିବାକୁ ହେବ।
୨୦୧୭-୧୮ ବର୍ଷ ସୁଦ୍ଧା ରାଜ୍ୟର ଜଳସେଚିତ ଜମି ପରିମାଣ ୩୪.୪ଲକ୍ଷ ହେକ୍ଟର, ଯାହା ସମୁଦାୟ ଚାଷଯୋଗ୍ୟ ଜମିର ମାତ୍ର ୪୧.୧ପ୍ରତିଶତ। ରାଜ୍ୟର ଉପଲବ୍‌ଧ ଭୂତଳ-ଜଳର ମାତ୍ର ୨୬ପ୍ରତିଶତ ବ୍ୟବହାର କରାଯାଉଛି, ତେଣୁ ଜଳସେଚନର ପରିସର ବଢ଼ାଇବାର ସୁଯୋଗ ରହିଛି। ଅଣମୌସୁମୀ କାଳରେ ଜଳର ଉତ୍କଟ ଅଭାବ ଆମକୁ ପ୍ରବାହିତ ଜଳସେଚନ ପାଇଁ ଆଉ ଅନୁମତି ଦେବନାହିଁ। ତେଣୁ ନିୟନ୍ତ୍ରିତ ଜଳସେଚନ ପାଇଁ ଉଠା ଜଳସେଚନ ପ୍ରଣାଳୀ ଅନ୍ତର୍ଗତ ପାଇପ-ଜଳସେଚନ ପ୍ରଣାଳୀକୁ ଆପଣାଇବାକୁ ହେବ। କିନ୍ତୁ ଏଥିପାଇଁ ଶସ୍ତା ବିଜୁଳିଶକ୍ତି ଚାଷୀ ପାଇଁ ଏକ ସମସ୍ୟା। ଆମ ରାଜ୍ୟରେ ସରକାରୀ ଉଠାଜଳସେଚନ କଥା ଦେଖନ୍ତୁ। ଅଚଳ ହୋଇଯାଉଥିବା ପ୍ରକଳ୍ପଗୁଡିକ ମଧ୍ୟରୁ ସଂଖ୍ୟାଧିକ କେବଳ ଅନାଦେୟ ବିଦ୍ୟୁତ ବିଲ୍‌ କାରଣରୁ ହିଁ ହେଉଛି। ଗତାନୁଗତିକ ଅଣ-ଅର୍ଥକରୀ ଫସଲ ଚାଷ କରି ବିଦ୍ୟୁତ୍‌ ବିଲ୍‌ ଭରିବାକୁ ଚାଷୀ ପାଖରେ ଅର୍ଥ ନାହିଁ। ଏହାର ସରଳ ସମାଧାନ ହେଉଛି- ଫସଲର ବିବିଧୀକରଣ ଏବଂ କମ୍‌ ପରିଚାଳନା ଖର୍ଚ୍ଚ-ଯୁକ୍ତ ସୌରଚାଳିତ ପମ୍ପର ବହୁଳ ବ୍ୟବହାର।
୨୦୨୦-୨୧ ବଜେଟରେ ଭାରତ ସରକାର ପିଏମ୍‌-କୁସୁମ ଯୋଜନାରେ ୨୦ଲକ୍ଷ ଚାଷୀଙ୍କୁ ସବ୍‌ସିଡିଯୁକ୍ତ ଏକକ ସୌରଚାଳିତ ପମ୍ପସେଟ୍‌ ଯୋଗାଇଦେବା ଓ ୧୫ଲକ୍ଷ ଚାଷୀଙ୍କୁ ସେମାନଙ୍କ ଗ୍ରୀଡ୍‌ ସହିତ ସଂଯୁକ୍ତ ଥିବା ପମ୍ପସେଟ୍‌ ସବୁକୁ ସୌରଚାଳିତ କରିବାରେ ସହଯୋଗ କରିବାର ପ୍ରସ୍ତାବ ରଖିଛନ୍ତି। ଆଶା କରିବା ଓଡିଶା ସରକାର ରାଜ୍ୟର ହଜାର ହଜାର ବୋର୍‌-ୱେଲ୍‌, ଟ୍ୟୁବ୍‌-ୱେଲ୍‌ ଇତ୍ୟାଦିକୁ ସୌରଚାଳିତ କରିବାରେ ସହଯୋଗ କରିବେ। ତା’ ସହ ଗ୍ରୀଡ୍‌ ସଂଯୁକ୍ତ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ନାବାର୍ଡର ସହାୟତାରେ ସୌରଶକ୍ତିଯୁକ୍ତ କରିବା ପାଇଁ ଅଗ୍ରାଧିକାର ଦେବେ। ଏହା ବ୍ୟତୀତ ଅନାବାଦୀ/ପତିତ ଜମିରେ ସୌରଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟିକରି, ଉଦ୍‌ବୃତ୍ତ ବିଦ୍ୟୁତ୍‌ ଶକ୍ତିକୁ ଗ୍ରୀଡ୍‌କୁ ବିକି ନିଜର ଜୀବିକା ଅର୍ଜନ କରିବାରେ ଚାଷୀକୁ ସହଯୋଗର ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ସରକାର। ଆଶା କରିବା, ରାଜ୍ୟ ସରକାର ଏଥିରେ ସହଯୋଗ କରିବେ।
ଅମଳ ପରବର୍ତ୍ତୀ ଅବସ୍ଥାରେ ଚାଷୀର ଉତ୍ପାଦ ଅନେକ ସମୟରେ ଉପଯୁକ୍ତ ପରିବହନ ଅଭାବରୁ ବଜାର ଦେଖି ପାରେନାହିଁ ଓ ଚାଷୀ ତା’ର ନ୍ୟାଯ୍ୟ ଲାଭ ପାଇବାରୁ ବଞ୍ଚିତ ହୁଏ। ଖୁସିର କଥା, କେନ୍ଦ୍ର ସରକାର କିଷାନ ରେଲ୍‌ ଓ କୃଷି ଉଡାନ ନାମରେ ଦୁଇଟି ଉପାଦେୟ ବ୍ୟବସ୍ଥା ଆଣୁଛନ୍ତି। କିଷାନ ରେଲ୍‌ ବ୍ୟବସ୍ଥାରେ ପଚନଶୀଳ ଦ୍ରବ୍ୟ ଯେପରି କି ଦୁଗ୍‌ଧ, ମାଛ, ମାଂସ ଇତ୍ୟାଦିର ସହଜ ଓ ସୁରକ୍ଷିତ ପରିବହନ ପାଇଁ ଭାରତୀୟ ରେଳବାଇ ସହିତ ପି.ପି.ପି. ମୋଡ୍‌ରେ ରାଷ୍ଟ୍ରୀୟ ଶୀତଳ ଆପୂର୍ତ୍ତି ଶୃଙ୍ଖଳା ସୃଷ୍ଟି କରାଯିବାର ଯୋଜନା ରହିଛି। ଏକ୍ସପ୍ରେସ୍‌ ଓ ମାଲ୍‌ଗାଡ଼ିରେ ଶୀତଳୀକୃତ କୋଚ୍‌ର ବ୍ୟବସ୍ଥା କରାଯିବ। ପଚନଶୀଳ ଦ୍ରବ୍ୟଗୁଡିକ ବଜାରରେ ପହଞ୍ଚିବାରେ ସୁରକ୍ଷିତ ପରିବହନ ସୁବିଧା ଯୋଗାଇଦେବାରେ ଏସବୁ ଉଦ୍ୟମ ଫଳପ୍ରଦ ହେବ। ଫୁଲଚାଷ-ଉଦ୍ୟୋଗୀଙ୍କ ପାଇଁ ବିଭିନ୍ନ ଫୁଲ ଯେପରି କି ଗ୍ଲାଡିଓଲସ, ଅର୍କିଡ୍ସ ଇତ୍ୟାଦିକୁ ବାଙ୍ଗାଲୋର ଓ ଅନ୍ୟାନ୍ୟ ମେଟ୍ରୋ ନଗରୀକୁ ଆକାଶମାର୍ଗରେ ପହଞ୍ଚାଇବାରେ କୃଷି ଉଡାନ ଯୋଜନା ସହାୟକ ହେବ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାଥମିକ ଅବସ୍ଥାରେ ରାଜ୍ୟ ସରକାରଙ୍କୁ ମୁଖ୍ୟ ସମନ୍ବୟକାରୀର ଭୂମିକା ନେବାକୁ ହେବ।
ଫଳ ବଗିଚା ପାଇଁ ରାଜ୍ୟ ସରକାର ୪୦ରୁ ୫୦ପ୍ରତିଶତ ସହାୟତା ଦେଉଥିବା ଜଣାଯାଏ। ଆଳୁ ଓ ପିଆଜ ଚାଷ ପାଇଁ ସରକାରଙ୍କ ପ୍ରଚେଷ୍ଟା ଉତ୍ସାହପ୍ରଦ ନୁହେଁ। ମସଲା ଜାତୀୟ ଫସଲ ମଧ୍ୟରେ ଅଦା ଓ ହଳଦୀ ଚାଷ ଆଖିରେ ପଡେ। ଫୁଲଚାଷ ଆମ ରାଜ୍ୟରେ ଶୈଶବ ଅବସ୍ଥାରେ ଅଛି। ଫୁଲଚାଷ କ୍ଷେତ୍ରରେ ଚୁକ୍ତି-ଭିତ୍ତିକ କୃଷିକୁ ପ୍ରୋତ୍ସାହନ ଦେବାକୁ ସରକାର ଅଙ୍ଗୀକାରବଦ୍ଧ। ରାଷ୍ଟ୍ରୀୟ ଉଦ୍ୟାନକୃଷି ମିଶନ ଅନ୍ତର୍ଗତ ୨୪ଟି ଜିଲାରେ ନଅ ଗୋଟି ପ୍ରମୁଖ ଫସଲ ଯେପରି କି ଆମ୍ବ, ଲେମ୍ବୁ, ଲିଚୁ, କଦଳୀ ଓ କାଜୁ ଇତ୍ୟାଦିକୁ ଚୟନ କରାଯାଇଛି। ଉଦ୍ୟାନକୃଷି କ୍ଷେତ୍ରରେ ବିପଣନ ଓ ରପ୍ତାନିକୁ ଅଧିକ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଉତ୍ପାଦ-ଏକ ଜିଲା କାର୍ଯ୍ୟକ୍ରମ ଏହି ୨୪ଟି ଜିଲାରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିବାର ଅଛି। ଅନେକ ସମୟରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ କୃଷି ଉତ୍ପାଦଗୁଡିକ ଖରା-ବର୍ଷାରେ ନଷ୍ଟ ହେଉଛି। ଜିଲା/ବ୍ଲକ୍‌ରେ ଥିବା ସରକାରୀ ଗୋଦାମକୁ ନିଜର ଉତ୍ପାଦ ବୋହିନେବା ପାଇଁ ଚାଷୀ ପରିବହନ ବାବଦରେ ଖର୍ଚ୍ଚାନ୍ତ ହେଉଛି। ତେଣୁ କେନ୍ଦ୍ର ସରକାରଙ୍କ ମହିଳା-ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଗ୍ରାମ୍ୟ ଗୋଦାମ ଯୋଜନା ଏ ବାବଦରେ ଉପାଦେୟ ହେବ ବୋଲି ଆଶା କରିବା।
ପଚନଶୀଳ ଫଳ, ପନିପରିବା, ଆଳୁ ଓ ଫୁଲ ଇତ୍ୟାଦିର ସଂରକ୍ଷଣ ଚାଷୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଉଦ୍ୟାନକୃଷିକୁ ଚାଷୀ ଆପଣାଇବାକୁ ସାହସ ଯୁଟାଇପାରୁନାହିଁ। ଶୀତଳଭଣ୍ଡାରଗୁଡିକ ଆର୍ଥିକ ଦୃଷ୍ଟିରୁ ଲାଭପ୍ରଦ ହୋଇପାରୁନାହିଁ। ବିଦ୍ୟୁତ୍‌ ବାବଦ ଖର୍ଚ୍ଚ ସମୁଦାୟ ଶୀତଳଭଣ୍ଡାର ସ୍ଥାପନର ପ୍ରାୟ ୨୮ରୁ ୩୦ ପ୍ରତିଶତ। ଅଧିକନ୍ତୁ, ଗ୍ରାମାଞ୍ଚଳରେ ଗ୍ରୀଡ୍‌ ବିଦ୍ୟୁତ୍‌ ଉଭୟ ପରିମାଣ ଓ ମାନ ଦୃଷ୍ଟିରୁ ନିକୃଷ୍ଟ ଧରଣର। ତେଣୁ ସୌରଶକ୍ତିଯୁକ୍ତ ଛୋଟ ଛୋଟ ଶୀତଳଭଣ୍ଡାର ପରିଚାଳନାଗତ ଖର୍ଚ୍ଚକୁ କମାଇବା ସହ ନିର୍ଭରଯୋଗ୍ୟ ହୋଇପାରିବ। ୬ରୁ ୮ଟନ୍‌ ବିଶିଷ୍ଟ ସୌରଶକ୍ତିଯୁକ୍ତ ଶୀତଳଭଣ୍ଡାରରେ ଫଳ, ପନିପରିବା ଓ ଫୁଲ ଇତ୍ୟାଦି ତିନିରୁ ଚାରି ସପ୍ତାହ ପର୍ଯ୍ୟନ୍ତ ସତେଜ ରଖାଯାଇ ପାରିବ ଓ ଅନୁକୂଳ ସମୟରେ ବିକ୍ରିବଟା କରାଯାଇ ପାରିବ। ସଂରକ୍ଷିତ ଉତ୍ପାଦର ପରିଚାଳନାଗତ ଖର୍ଚ୍ଚ ୨ଟଙ୍କା ପ୍ରତି କିଲୋଗ୍ରାମ୍‌ ପ୍ରତି ସପ୍ତାହ ବୋଲି ଦାବି କରାଯାଉଛି। ଆଜିର ଦିନରେ ଏପରି ଏକ ଶୀତଳଭଣ୍ଡାର ସ୍ଥାପନ କରିବାର ସ୍ଥାୟୀ ମୂଳଧନ ୧୫ରୁ ୨୦ ଲକ୍ଷ ଟଙ୍କା ବୋଲି ଜଣାଯାଏ। ସମୁଦାୟ ଖର୍ଚ୍ଚ ମୂଳଧନ ୧୦ ବର୍ଷରେ ଅସୁଲ ହୋଇପାରିବ ବୋଲି ହିସାବ କରାଯାଇଛି। ରାଜ୍ୟରେ ଘରୋଇ ଉଦ୍ୟୋଗୀଙ୍କୁ ଏଭଳି ଶୀତଳ ଭଣ୍ଡାର ସ୍ଥାପନ ଓ ପରିଚାଳନା କରିବା ପାଇଁ ଆକର୍ଷିତ କରିବା ପୂର୍ବରୁ ନିଜେ ସରକାର ଏକ ଉତ୍ପାଦ-ଏକ ଜିଲା ଅନ୍ତର୍ଗତ ଅଞ୍ଚଳରେ କିଛି ଆଗୁଆ ପ୍ରକଳ୍ପ ହାତକୁ ନେବାର ଅଛି।
ବଜାର ସୁବିଧାରେ ସୁଧାର ଆଣିବା ପାଇଁ ସମ୍ବଲପୁର, ରାଉରକେଲା, ପୁରୀ, କଟକ, ବ୍ରହ୍ମପୁର ଓ ଭୁବନେଶ୍ୱର ଭଳି ରାଜ୍ୟର ପ୍ରମୁଖ ବ୍ୟବସାୟିକ ସହରରେ ଆବଶ୍ୟକ ମୌଳିକ ଢାଞ୍ଚା ସହିତ ପାଇକାରୀ ବଜାରର ବ୍ୟବସ୍ଥା ଚିନ୍ତା କରାଯାଇପାରେ। ପ୍ୟାକ୍ସ ଓ ଗ୍ରାମ୍ୟ ହାଟଗୁଡିକୁ ପେସାଗତ ପରିଚାଳନା ଦ୍ୱାରା ସଂଗ୍ରହ-କେନ୍ଦ୍ର ହିସାବରେ ବ୍ୟବହାର କରାଯାଇପାରିବ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ନିଜର ପ୍ରଶାସନିକ ସାମର୍ଥ୍ୟ ଦ୍ୱାରା କୃଷିକୁ ଅଧିକ ସ୍ମାର୍ଟ, ଦକ୍ଷ, ବିଜ୍ଞାନସମ୍ମତ କରି ରାଜ୍ୟରେ ଲକ୍ଷ ଲକ୍ଷ ଛୋଟ ଚାଷୀଙ୍କ ଲାଗି ଏକ ପୋଷଣୀୟ ଜୀବିକାର ସମ୍ଭାବନା ସୃଷ୍ଟି କରିପାରିବେ।
ଶ୍ରୀଜଗନ୍ନାଥ ବିହାର, ଭୁବନେଶ୍ୱର,
ମୋ- ୯୪୩୭୧୬୪୬୧୧


All Right Reserved By Dharitri.Com

ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ...

ଏଇ ଭାରତରେ

ସମାଜରେ କିଛି ଲୋକ ସାମାନ୍ୟ ବିଫଳତାରେ ଭାଙ୍ଗି ପଡୁଥିବାବେଳେ କିଛି ଲୋକ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଥାନ୍ତି। ସେମାନଙ୍କ ମଧ୍ୟରୁ...

ଏଇ ଭାରତରେ

ମାଓବାଦୀଙ୍କ ପ୍ରଭାବରେ ୨୦୦୫ରୁ ଭିଟାମାଟି ଛାଡି ଆସିଥିବା ୧୧ଟି ପରିବାର ଛତିଶଗଡ଼ ଦାନ୍ତଓ୍ବୋଡାର ଜୁଡୁମପାରା ବସ୍ତିରେ ରହି ଏବେ ମାଓବାଦ ବିରୋଧରେ ଲଢେଇ କରୁଛନ୍ତି। ଏହି...

ଆଜିର ଅର୍ଥନୀତି/ ଗଡ଼ାଣିରେ ଅର୍ଥନୀତି

ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଚଳିତ ସପ୍ତାହରେ ଦେଶର ଜିଡିପି ଆକଳନ ସମ୍ପର୍କରେ ଏକ କଟୁସତ୍ୟ ପ୍ରକାଶ କରି ଏକପ୍ରକାର ବୋମା...

ବିଦାୟ ଗୋଧୂଳି

ଡ. ରମେଶ ଚନ୍ଦ୍ର ପରିଡ଼ା ସା କାଳକୁ ଆମେ ଗୋଧୂଳି ସମୟ ବୋଲି କହୁ। କାରଣ ଆଗେ ଏହି ସମୟରେ ଗ୍ରାମାଞ୍ଚଳରେ ଗୋରୁଗାଈ ଗୋଠରୁ ଫେରୁଥିଲେ...

ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ...

ସ୍ତନକର୍କଟ ଓ ଦୁଗ୍ଧଜାତ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସକୁ ସ୍ତନକର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଲକ୍ଷାଧିକ ମହିଳା ସ୍ତନକର୍କଟରେ ପ୍ରାଣ...

ଏଇ ଭାରତରେ

ଚୋରି କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଚୋରି କରୁଥିବା ପୁରୁଷକୁ ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଛତିଶଗଡ଼ର କେତେକ...

Leave a comment

Your email address will not be published. Required fields are marked *