ଏଇ ଭାରତରେ

ଆହତ ପ୍ରାଣୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାରେ ସମୟ କାଟୁଥିବା ମୁମ୍ବାଇର ଜଣେ ମହିଳା ହେଉଛନ୍ତି ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ସେ ଆହତ କିମ୍ବା ରାସ୍ତାରେ ବୁଲୁଥିବା, ପରିତ୍ୟକ୍ତ ତଥା ରୋଗଗ୍ରସ୍ତ ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ବିରାର ଅଞ୍ଚଳରେ ଥିବା ୬ ଏକର ବିଶିଷ୍ଟ ଫାର୍ମରେ ୩୦୦ରୁ ଊର୍ଦ୍ଧ୍ୱ କୁକୁର, ଛେଳି,ଠେକୁଆ,ଘୋଡା, ଗାଈ, ବଳଦ, କୁକୁଡା, ବତକ,ବିଲେଇଙ୍କୁ ରଖିଛନ୍ତି। ଫାର୍ମରେ ସବୁ ବର୍ଗର ଜୀବଙ୍କୁ ଅଲଗା ରଖିବାର ବ୍ୟବସ୍ଥା କରିଛନ୍ତି। ଦିନରାତି ଏମାନଙ୍କ ଯନତ୍ ନେବା ପାଇଁ ୧୫ ଜଣ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଜୀବଙ୍କ ଖାଦ୍ୟ, ଚିକିତ୍ସା ତଥା ପୂରା ବ୍ୟବସ୍ଥାର ପରିଚାଳନା ଓ କର୍ମଚାରୀମାନଙ୍କ ଦରମା ବାବଦୀୟ ସବୁ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସେ ପାଞ୍ଚବର୍ଷ ପୂର୍ବେ ପାରିବାରିକ ବ୍ୟବସାୟ ଛାଡି ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକ ବର୍ଗର ପ୍ରାଣୀଙ୍କ ଚିକିତ୍ସା ପାଇଁ ସପ୍ତାହକୁ ପ୍ରାୟ ୨୦ହଜାର ଟଙ୍କା ବ୍ୟୟ କରୁଛନ୍ତି। ମାସକୁ ଏହି ଫାର୍ମରେ ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏମିତିକି ପୋଲିସରୁ ଅବସର ନେଇଥିବା ୩୦ରୁ ଊର୍ଦ୍ଧ୍ୱ କୁକୁର ତାଙ୍କ ପାଖରେ ରହୁଛନ୍ତି ବୋଲି କୁହନ୍ତି ଫିଜା।


All Right Reserved By Dharitri.Com

ରାମ-କାଳୀ ଲଢ଼େଇ

ଡ. କୁଳାଙ୍ଗାର ତା’ର ଠାକୁର-ଠାକୁରାଣୀ ଓ ମାଙ୍କଡ଼ଙ୍କୁ ଭାରି ଭୟ। ଭୟର କାରଣ କାଳେ କ’ଣ ସବୁ ଛଡ଼େଇ ନେବେ। ଏ ଡରଟା ତା’ ଭିତରେ...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ...

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି।...

ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ...

ଈର୍ଷାର ଅସୁର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ ବୋଲି ଯେଉଁମାନେ ବିଚାରନ୍ତି, ସେମାନଙ୍କ ସମ୍ପର୍କରେ ଗୋଟିଏ କଥା କୁହାଯାଇପାରେ ଯେ ସେମାନେ...

ଏଇ ଭାରତରେ

ବିନା ମାଟିରେ ଚାଷ ହେବା କଥା ଶୁଣିଛନ୍ତି କି? ଯଦି ନା, ତେବେ ଦିଲ୍ଲୀର ୟଶ୍‌ ବ୍ୟାସଙ୍କଠାରୁ ଶିଖନ୍ତୁ। ରାସାୟନିକ ସାର ତଥା କୀଟନାଶକ ବ୍ୟବହାର...

ଏଇ ଭାରତରେ

ଆଲ୍ଲାହାବାଦରେ ଅନୁଷ୍ଠିତ ସର୍ବପୁରାତନ ରାମଲୀଳା ମହୋତ୍ସବରେ ମୁସଲମାନଙ୍କ ଯୋଗଦାନ ସାମ୍ପ୍ରଦାୟିକ ସଦ୍‌ଭାବନାର ପ୍ରତୀକ ସାଜିଛିି। ଏହି ମହୋତ୍ସବରେ ହନୁମାନଙ୍କ ପ୍ରତିକୃତି ଗଢିଥାନ୍ତି ଏକ ମୁସଲମାନ ପରିବାର।...

ନିର୍ଯାତିତ ଶୈଶବ ଓ ସାର୍ବଜନୀନ ଶିକ୍ଷା

ସବ୍ୟସାଚୀ ଅମିତାଭ ଆମ ସମାଜରେ ଶିଶୁର ବିକାଶରେ ଶିଶୁଶ୍ରମିକ ପ୍ରଥା ଏକ ବଡ଼ ବାଧକ। ଶିଶୁ ଶ୍ରମିକ ନିଷେଧ ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍‌...

Leave a comment

Your email address will not be published. Required fields are marked *