Posted inଜାତୀୟ

ମିଶନ ଆଦିତ୍ୟ: ଦେଢ଼ ନିୟୁତ କିମି ଅତିକ୍ରମ କରିବ ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୮।୩: ଭାରତ ସରକାର ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ମିଶନ ଆଦିତ୍ୟ ଆରମ୍ଭ କରିଛନ୍ତି। ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ ସଭାରେ ୭.୦୧ କୋଟିର ଅନୁଦାନ ଉପସ୍ଥାପନ କରିଛନ୍ତି। ଏହା ସହିତ ସେମି କାୟୋଜେନିକ ଇଞ୍ଜିନ୍‌ ବିକଶିତ କରିବା ଲାଗି ୬୫ କୋଟି ଏବଂ କାଟ୍ରୋସାଟ୍‌-୩ ପାଇଁ ୨୨ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ସେ ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ମିଶନ ଆଦିତ୍ୟର କାମ ଆରମ୍ଭ ହୋଇସାରିଛି। ଆଦିତ୍ୟ ଏଲ୍‌-୧ ସୂର୍ଯ୍ୟର କୋରୋନା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ସହିତ ଆବଶ୍ୟକ ଫଟୋ ପୃଥିବୀ ପୃଷ୍ଠକୁ ପଠାଇବ। ଏଥିପାଇଁ ଆଦିତ୍ୟ ଏଲ୍‌-୧କୁ ଦେଢ଼ ନିୟୁତ କିମି ଅତିକ୍ରମ କରିବାକୁ ପଡ଼ିବ। ଏହା ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିବାକୁ ୧୭୮ ଦିନ ନେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀର କୌଣସି ଦେଶ ସୂର୍ଯ୍ୟ ମିଶନ ଉପରେ କାର୍ଯ୍ୟ କରି ନ ଥିବା ବେଳେ ଭାରତ ଏକ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଛି।


All Right Reserved By Dharitri.Com

ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା

ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍‌ ଗାଁରେ ଥିବା ମହିଳା ସଂଗଠନ...

୧୦ ବର୍ଷୀୟା ଆଦିବାସୀଙ୍କୁ ୫୦ ହଜାରରେ ବିକ୍ରି

ଅହମଦାବାଦ,୧୭ା୧୦: ଗୁଜରାଟର ବନାସକାନ୍ଥାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ବିବାହ ପାଇଁ ତାଙ୍କ ୧୦ ବର୍ଷୀୟା ଝିଅଙ୍କୁ ୫୦ ହଜାର ଟଙ୍କାରେ...

ରାଞ୍ଚିରେ ଯୋଗ କରିବେ ମୋଦି

ରାଞ୍ଚି,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ରାଞ୍ଚିଠାରେ ଯୋଗ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶୁକ୍ରବାର...

ବିହାରରେ ଜଳପ୍ରଳୟ, ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପାଣି

ପାଟନା, ୩୦।୯: ବିହାରରେ ଜଳପ୍ରଳୟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁ ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ...

ପାନ୍‌-ଆଧାର ସଂଯୋଗର ଶେଷ ତାରିଖ ମାର୍ଚ୍ଚ ୩୧

ନୂଆଦିଲ୍ଲୀ,୧୭।୩ (ପି.ଟି.): ପାନ୍‌ ସହ ଆଧାର ନମ୍ବର ସଂଯୋଗ ବାଧ୍ୟତାମୂଳକ ହୋଇଥିବାବେଳେ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବା ଆୟକର ବିଭାଗ ପକ୍ଷରୁ...

ରାଗିଗଲେ କୁମାରସ୍ବାମୀ: କହିଲେ, ମୋଦିଙ୍କୁ ଭୋଟ ଦେଇ ମୋତେ ସାହାଯ୍ୟ ମାଗନାହିଁ

ବେଙ୍ଗାଲୁରୁ, ୨୭।୬:କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାୟଚୂରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବାବେଳେ ବାଟରେ ବିରୋଧ...

ରାଜସ୍ଥାନରେ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା

ଜୟପୁର,୪।୧: ରାଜସ୍ଥାନର କୋଟା ହସ୍ପିଟାଲରେ ଏବେ ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଏଠାରେ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସୂଚନା...

ବୁଧବାରରୁ ସୁପ୍ରିମକୋର୍ଟରେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୨ା୫: ସୁପ୍ରିମକୋର୍ଟରେ ବୁଧବାରଠାରୁ ପ୍ରଥମ ଥର ଲାଗି କେତେକ ମାମଲାର ଶୁଣାଣି ଜଣିକିଆ ଖଣ୍ଡପୀଠରେ ହେବ। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ଜଣିକିଆ ଖଣ୍ଡପୀଠରେ...

Leave a comment

Your email address will not be published. Required fields are marked *