Posted inଜାତୀୟ

ସ୍କୁଲରେ ଆରମ୍ଭ କରାଗଲା ‘କରୋ ନା କ୍ଲାସ’

ବାରାଣସୀ,୮।୩: କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଏହାକୁ ନେଇ ସବୁଠି ସଚେତନା କରାଯାଉଛି। ବାରାଣସୀର ଏକ ଘରୋଇ ସ୍କୁଲରେ ମଧ୍ୟ କରୋନା ଭାଇରସ ସମ୍ପର୍କିତ ସଚେତନତା ଦେଖିବାକୁ ମିଳିଛି। ପିଲାମାନଙ୍କୁ କ’ଣ କରିବା କ’ଣ ନ କରିବା ଏସମ୍ପର୍କରେ ସୂଚନା ଦିଆଯାଉଥିବାରୁ ଏହାର ନାମକରଣ ‘କରୋ ନା’ ରଖାଯାଇଛି। ଏହାର ଏମିତି ନାମକରଣ କରାଯାଇଥିବାରୁ ଏଥିରେ ଯେଉଁ ଟିପ୍ସ ଦିଆଯାଉଛି ପିଲାମାନେ ଆଗ୍ରହର ସହ ଏହା ଗ୍ରହଣ କରିବା ସହ ଶୀଘ୍ର ମନେ ରଖୁଥିବା କହିଛନ୍ତି ଜଣେ ଶିକ୍ଷୟିତ୍ରୀ। ଶନିବାରଠାରୁ ଆରମ୍ଭ ହୋଇଥିବା ‘କରୋ ନା କ୍ଲାସ’ରେ ପିଲାମାନଙ୍କୁ ହାତ ମିଳାଇବାକୁ, ଆଲିଙ୍ଗନ କରିବାକୁ ବାରଣ କରାଯାଉଛି। ସେହିଭଳି ନିଜର ଟିଫିନ୍‌, ପାଣି ଓ ରୁମାଲ ମଧ୍ୟ କାହାସହ ଶେୟାର ନ କରିବାକୁ କୁହାଯାଉଛି। ସେହିପରି ବାରମ୍ବାର ହାତ ଧୋଇବା ଓ ଶରୀର ଅସୁସ୍ଥ ଲାଗିଲେ ତୁରନ୍ତ ଜଣାଇବାକୁ କୁହାଯାଇଛି। ବାରାଣସୀକୁ ଅଧିକ ପରିମାଣରେ ପର୍ଯ୍ୟଟକ ଆସୁଥିବାରୁ ଏଭଳି ସାବଧାନତା ଜରୁରୀ ହୋଇପଡିଛି ବୋଲି କହିଛନ୍ତି ସ୍କୁଲ କର୍ତ୍ତୁପକ୍ଷ।


All Right Reserved By Dharitri.Com

୧୪ମାସର ଶିଶୁ କରୋନା ପଜିଟିଭ୍‌

ଅହମଦାବାଦ,୬।୪: ଗୁଜରାଟ ଜାମନଗର ଜିଲାର ଦରେଡ ଗଁାରେ ଜଣେ ୧୪ମାସର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଜାମନଗରରେ କରୋନା ଭାଇରସ୍‌ ସଂକ୍ରମଣର ଏହା...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

କେବଳ ମଣିଷ ନୁହେଁ ବନ୍ୟଜୀବଙ୍କ ଉପରେ ପଡୁଛି ଗ୍ରୀଷ୍ମର ପ୍ରଭାବ: ମଧ୍ୟ ପ୍ରଦେଶ ଜଙ୍ଗଲରେ ୧୫ ମାଙ୍କଡ ମୃତ

ଦଓ୍ବୋସ,୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମାସ୍ୟା ୧୮ ମାଙ୍କଡଙ୍କ ଜୀବନ ନେଇଛି। ମଧ୍ୟପ୍ରଦେଶ ଦଓ୍ବୋସର ବଗଲି ବନଖଣ୍ଡରେ ଥିବା ଯୋଶୀ ବାବା...

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି...

ଇସ୍ତଫା ଦେଇପାରନ୍ତି ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ଏବେ ଅଡୁଆରେ ପଡିଯାଇଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୁଏତ ସେ ଉପ ମୁଖ୍ୟମନ୍ତ୍ରୀ...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୪।୧୦:ସ୍ବାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଆଜି ଜନ୍ମଦିବସ। ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।...

Leave a comment

Your email address will not be published. Required fields are marked *