ବଣିକ ସଂଘ-ହେମାଲ ସଂଘ ମୁହାଁମୁହିଁ: ଥାନାଧିକାରୀଙ୍କ ବଦଳି ଦାବିରେ ଧାରଣା

ବଲାଙ୍ଗୀର ଅଫିସ,୮।୩ : ଏକ ମାଲ୍‌ ବୋଝେଇ ଗାଡ଼ିରୁ ଜିନିଷପତ୍ର ଅନଲୋଡିଂ ବେଳେ ଜିଲା ବଣିକ ସଂଘ ଓ ହେମାଲ ସଂଘ ରବିବାର ମୁହାଁମୁହିଁ ହୋଇଥିଲେ । ଏନେଇ ବଣିକ ସଂଘ ଟାଉନ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ପୋଲିସ ପିସିଆର ଗାଡ଼ି ବିଳମ୍ବରେ ପହଞ୍ଚିବା ଓ ଟାଉନଥାନା ଅଧିକାରୀ ବଣିକ ସଂଘ ସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ବଣିକ ସଂଘ ସଦସ୍ୟମାନେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ତୁରନ୍ତ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ବଦଳି ପାଇଁ ଦାବି କରିଥିଲେ। ଧାରଣାସ୍ଥଳକୁ ଆସି ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ବଣିକ ସଂଘ ସଦସ୍ୟଙ୍କୁ ବୁଝାଇଥିଲେ। ଆସନ୍ତା ୧୧ ତାରିଖ ସୁଦ୍ଧା ଟାଉନ ଥାନା ଅଧିକାରୀଙ୍କ ବଦଳି ନ ହେଲେ ୧୨ ତାରିଖରେ ବଲାଙ୍ଗୀର ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟ ପଟେ ହେମାଲ ସଂଘ ସଦସ୍ୟମାନେ ମଧ୍ୟ ଟାଉନ ଥାନାକୁ ଆସି ପୋଲିସ ଅଟକ କରିଥିବା ୪ ହେମାଳଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।


All Right Reserved By Dharitri.Com

ଧୂପକାଠି ନିଆଁରୁ ଜଳିଗଲା ପିବିସି ପାଇପ

ବ୍ରହ୍ମପୁର ଅଫିସ,୨୦। ୭: ଗଞ୍ଜାମ ଜିଲା ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଶଶିଭୂଷଣ ମହିଳା ମହାବିଦ୍ୟଳୟ ପାର୍ଶ୍ୱରେ ଥିବା ପୁରୁଣା ଖ୍ରୀଷ୍ଟିୟାନ ସାହିରେ ରଖାଯାଇଥିବା ପିବିସି...

ନିଶାସକ୍ତ ଯୁବକଙ୍କ ଠେଙ୍ଗା ମାଡ଼ରେ: ମହିଳା ଗୁରୁତର

ସୋରଡ଼ା,୧୨ା୧୦(ଡି.ଏନ.ଏ.)-ସୋରଡ଼ା ବ୍ଲକ ଗୋପାଳପୁର ଶାସନ ହାତିପଡ଼ା ଗ୍ରାମର ବିଦେଶୀ ଗୌଡ଼ଙ୍କ ସ୍ତ୍ରୀ ନୟନୀଙ୍କୁ ଶୁକ୍ରବାର ଜଣେ ନିଶାସକ୍ତ ଯୁବକ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ନୟନୀ ଅପରାହ୍ନରେ...

ଧାନ ବିକ୍ରି ପାଇଁ ଗ୍ରିଭେନ୍ସ ସେଲକୁ ପଶିଲେ ଚାଷୀ: ଦୀର୍ଘ ଘଣ୍ଟାଏ ଆଲୋଚନା ହେଲା, ଜିଲାପାଲଙ୍କ ଅଫିସ ଘେରାଉ

ନୂଆପଡା ଅଫିସ,୧ା୭ ରାଜ୍ୟ ସରକାର ନୂଆପଡ଼ା ଜିଲାରୁ ଧାନକିଣା ପାଇଁ ଜୁନ ୩୦ ତାରିଖକୁ ଶେଷ ଦିନ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରି ଘୋଷଣା କରିଥିଲେ।...

ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଯୋଡ଼ା,୨୯।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

କାଳିଆ ଯୋଜନା: ଜିଲାରେ ୧୭, ୮୮୨ ହିତାଧିକାରୀ ଅଯୋଗ୍ୟ

ଭଦ୍ରକ ଅଫିସ, ୨୪।୮- କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସତେ ଯେପରି ଏକପ୍ରକାର...

ଶାନ୍ତିଶୃଙ୍ଖଳାରେ ସରିଲା ପ୍ରଥମ ଦିବସର ପରୀକ୍ଷା

ମାଲକାନଗିରି,୧୯ା୨(ଡି.ଏନ.ଏ.): ରାଜ୍ୟରେ ବୁଧବାରଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିବସର ପରୀକ୍ଷା ଜିଲାରେ ପ୍ରାୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିପାଇଁ ପ୍ରଶାସନ...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୭ନଂ ଗେଟ୍‌: ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୪।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଧାର୍ଯ୍ୟଲଗ୍ନ ଅନୁସାରେ ଅପରାହ୍ନ ୧୧ ଟା ୨୪ ମିନିଟରେ ଗୋଟିଏ ଗେଟ୍‌ରେ...

ଅନ୍‌ଲାଇନରେ ୩ ଲକ୍ଷ ଟଙ୍କା ଗାଏବ

ପାତ୍ରପୁର,୨ା୭(ଡ଼ି.ଏନ୍‌.ଏ.): ଜରଡ଼ା ଥାନା ଗୁଣ୍ଡ୍ରା ଗ୍ରାମର ଜଣେ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟରୁ ଅନ୍‌ ଲାଇନ୍‌ରେ ୩ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଗୁଣ୍ଡ୍ରା...

Leave a comment

Your email address will not be published. Required fields are marked *