Posted inଜାତୀୟ

ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅଭିଯାନ: ଦେଶବ୍ୟାପୀ ଆକ୍ରୋଶ, ବିକ୍ଷୋଭ

ଆଲିଗଡ଼/ନୂଆଦିଲ୍ଲୀ,୮ା୬(ପି.ଟି.):ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଛି, ମସ୍ତିଷ୍କକୁ ଗଳିତ କରାଯାଇଛି ଓ ହାତଗୋଡ଼ ଭାଙ୍ଗି ଦିଆଯାଇଛି। ବଳାତ୍କାରକୁ ଅସ୍ବୀକାର କରାଯାଇ ପାରୁନାହିଁ। ନାବାଳିକଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟରୁ ଏହି ବିଷୟ ସାମ୍ନାକୁ ଆସିବା ପରେ ଠଉରାଇ ହୋଇଯାଉଛି ବର୍ବରତା ଓ ନିର୍ମମତାର କେତେ ସୀମା ଲଂଘିଛନ୍ତି ହତ୍ୟାକାରୀ ଜାହିଦ ଓ ଅସ୍‌ଲମ୍‌।
ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଘଟିଛି। ମାତ୍ର ୧୦ ହଜାର ଟଙ୍କା ପାଇଁ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପୂର୍ବରୁ ତାଙ୍କୁ ବଳାତ୍କାର ମଧ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ନିଖୋଜ ନାବାଳିକାଙ୍କ ମୃତଦେହ ମିଳିବା ପରେ କେବଳ ଆଲିଗଡ଼ ନୁହେଁ, ବରଂ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବର ଉଠିଛି। ସୋସିଆଲ ମିଡିଆରେ ନାବାଳିକାଙ୍କ ନ୍ୟାୟ ଦାବିରେ ଅଭିଯାନ ଜୋର୍‌ ଧରିବା ସହ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଆଲିଗଡ଼ ଘଟଣାକୁ ନେଇ ସେ ସ୍ତବ୍ଧ ଓ ବିଚଳିତ। ଜଣେ ଶିଶୁକନ୍ୟାଙ୍କୁ ଜଣେ ମଣିଷ ଏତେ ନିର୍ମମ ବ୍ୟବହାର କିପରି କରିପାରେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଟୁଇଟରରେ ରାହୁଲ ଦାବି କରିଛନ୍ତି। ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଆଲିଗଡ଼ର ନିର୍ମମ ହତ୍ୟା ଆଉ ଏକ ଅମାବୀୟ କାଣ୍ଡ ଓ ନିରୀହ ଶିଶୁ ବିରୋଧରେ ଅକଥନୀୟ ଅପରାଧ। ତାଙ୍କ ମା’ବାପା ଏଥିରୁ କିପରି କଷ୍ଟ ପାଉଥିବେ ତାହା ଅନୁଭବ କରିହେଉଛି। ସେହିପରି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦ ଘଟଣା ଭାବେ ଅଭିହିତ କରି ଉତ୍ତରପ୍ରଦେଶ ସରକାର ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡିତ କରନ୍ତୁ ବୋଲି ଦାବି କରିଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଏହି କାଣ୍ଡକୁ ନିନ୍ଦା କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ଅଭିନେତା ଅକ୍ଷୟ କୁମାର ଟୁଇଟ୍‌ କରିଛନ୍ତି, ଆଲିଗଡ଼ ଘଟଣାକୁ ନେଇ ସେ ଆତଙ୍କିତ ଓ କ୍ରୋଧିତ। ଆମ ପିଲାଙ୍କ ପାଇଁ ଯେପରି ଦୁନିଆ ଚାହୁଁ, ନିଶ୍ଚିତ ଭାବେ ଏହା ତାହା ନୁହେଁ। ଅପରାଧୀଙ୍କୁ ଦଣ୍ଡ ମିଳୁ। ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଲେଖିଛନ୍ତି, ଏଭଳି ହୀନ କାର୍ଯ୍ୟ କରିବା ପାଇଁ ଜଣେ କିପରି ଚିନ୍ତା କରିପାରେ। ନିନ୍ଦା ପାଇଁ ଭାଷା ନାହିଁ। ସେହିପରି ଅଭିନେତ୍ରୀ ସୋନମ କପୁର ଆହୁଜା କହିଛନ୍ତି, ଆଲିଗଡ଼ ଝିଅ ଉପରେ ଯାହା ବିତିଛି ତାହା ହୃଦୟ ବିଦାରକ ଓ ଭୟଙ୍କର। ଶିଶୁ ପାଇଁ ପ୍ରାର୍ଥନା। ଏହାକୁ ସ୍ବାର୍ଥପର ଏଜେଣ୍ଡା ଭାବେ ବ୍ୟବହାର କରା ନ ଯାଉ। ଶିଶୁକନ୍ୟା ନାମରେ ଟୁଇଟରରେ ଏକ ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହାକୁ ନେଇ ୫୦ ହଜାର ଟୁଇଟ୍‌ କରାଯାଇଥିବା ଜଣାପଡ଼ିଛି।


All Right Reserved By

ପୁଅ ପାଇଁ ନ୍ୟାୟ ଭିକ୍ଷା କରି ୩୫୦ କିଲୋମିଟର ଚାଲିଲେ ୮୧ ବର୍ଷୀୟ ପିତା

ଜୟପୁର,୨୩।୭: ରାଜସ୍ଥାନ ହନୁମାନଗଡ଼ ଜିଲାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ପିତା ନ୍ୟାୟ ଭିକ୍ଷା ପାଇଁ ବିଧାନସଭା ଘେରାଉ କରିଛନ୍ତି। ମୃତକ ହେଉଛନ୍ତି ରାମସ୍ବରୂପଙ୍କ ପୁଅ...

ବଜେଟ୍‌ ପୂର୍ବରୁ ମନମୋହନଙ୍କୁ ଭେଟିଲେ ସୀଥାରମଣ

ନୂଆଦିଲ୍ଲୀ,୨୭।୬: ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ତାଙ୍କ ବାସ ଭବନରେ ଗୁରୁବାର ସାକ୍ଷାତ୍‌ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ବୋଲି...

ମାରିଦେବାକୁ ଯୋଜନା କରି ଚଳନ୍ତା କାର୍‌ରୁ ବୋହୂଙ୍କୁ ଠେଲି ଦେଲେ ଶାଶୁ ଘର ଲୋକେ

ଚେନ୍ନାଇ,୧୧।୬: ତାମିଲନାଡୁର ଆରତି ଅରୁଣ(୩୮) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଚଳନ୍ତା କାର୍‌ରୁ ଠେଲି ଦେଇ ମାରି ଦେବାକୁ ଉଦ୍ୟମ କରିଥିବା...

ଭାଜପାରେ ସାମିଲ ହେବେ କି ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସ ଛାଡି ପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ସୋସିଆଲ ମିଡିଆରେ ଦେଖିବାକୁ...

ଆଜି ଲୋକ ସଭାରେ ଆଗତ ହେବ ‘ଟ୍ରିପଲ ତଲାକ’ ବିଲ୍‌: ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ...

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ କଂଗ୍ରେସ ଏମ୍‌ପିମାନେ ସୋମବାର ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଜମି ବିବାଦକୁ...

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ...

ପରଲୋକରେ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀର ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *