Posted inଜାତୀୟ

ଶହୀଦ ମେଜର ବିଭୁତିଙ୍କ ପତ୍ନୀ ନିକିତା ପିନ୍ଧିବେ ସେନା ପୋଷାକ!

ଡେରାଡୁନ,୮।୩: ପୁଲଓ୍ବାମାରେ ଏକ ଏନ୍‌କାଉଣ୍ଟର ସମୟରେ ଗତବର୍ଷ ଫେବୃୟାରୀରେ ଶହୀଦ ହୋଇଥିବା ମେଜର ବିଭୁତି ଧୌଣ୍ଡିୟାଲଙ୍କ ପତ୍ନୀ ନିକିତା କୌଲ ଧୌଣ୍ଡିୟାଲ ସେନାରେ ଯୋଗ ଦେବେ ବୋଲି ଜଣାପଡିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଅନୁଷ୍ଠିତ ସିଡିଏସ୍‌ ଓ ଏନ୍‌ଡିଏସ୍‌ ଭଳି ଓ୍ବିମେନ ଏଣ୍ଟ୍ରି ସ୍କିମ ପରୀକ୍ଷାରେ ନିକିତା କୃତକାର୍ଯ୍ୟ ହୋଇଛନ୍ତି। ସ୍ବାମୀ ବିଭୁତିଙ୍କ ଭଳି ସେ ବି ସେନାରେ କାମ କରି ଦେଶସେବା କରିବେ ବୋଲି ଶୁଣିବାକୁ ମିଳିଛି। ନିକଟରେ ବିଭୁତିଙ୍କ ଶ୍ରାଦ୍ଧଦିବସରେ ଯୋଗ ଦେବାକୁ ସେ ବିଭୁତିଙ୍କ ପୈତୃକ ଗ୍ରାମ ଆସିଥିବା ବେଳେ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିବା କୁହାଯାଉଛି। ଏବେ ନିକିତା ଟାଟା କନସଲଟାନ୍ସିରେ କାମ କରୁଛନ୍ତି।


All Right Reserved By Dharitri.Com

ଶ୍ମଶାନରେ ଚାଲୁଛି କୋଚିଂ ସେଣ୍ଟର

ଅହମଦାବାଦ୍‌, ୫।୬: ସୁରତ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଗୁଜୁରାଟ ସରକାର ଫାୟାର ସେଫ୍ଟି ମାନକ ନିମ୍ନମାନର ଥିବା ଦର୍ଶାଇ ସହରର ପ୍ରାୟ...

ନାଥୁରାମ ଗଡସେ ଥିଲେ ଜଣେ ରାଷ୍ଟ୍ରବାଦୀ: ଭାଜପା ବିଧାୟକ

ଇନ୍ଦୋର, ୨୯।୫: ଭାଜପା ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କ ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ରାଷ୍ଟ୍ରବାଦୀ କହି...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ହୀରାନଗର ଜନବସତି ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଶନିବାର ରାତିରୁ ରବିବାର ସକାଳ ୫ଟା ୩୦ ପର୍ଯ୍ୟନ୍ତ...

ଏହି ଭାରତୀୟ ଯୁବକଙ୍କୁ ଟ୍ରମ୍ପ କାହିଁକି ଦେଲେ ସ୍ବତନ୍ତ୍ର ଉପହାର

ଆଗ୍ରା,୨୫।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଟ୍ରମ୍ପଙ୍କ ସମେତ ଝିଅ ଜ୍ୱାଇଁ ପ୍ରଥମ ଥର ଭାରତକୁ ଆସିଛନ୍ତି। ସୋମବାର ଟ୍ରମ୍ପ ଓ ମେଲାନିଆ...

ଲୁଙ୍ଗି, ଚପଲ ପିନ୍ଧି ଗାଡି ଚଳାଇବା ଉପରେ ମତ ରଖିଲେ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହେବାପରେ ଲୋକଙ୍କ ବହୁ ସଂଖ୍ୟାରେ ଚାଲାଣ କଟୁଥିବା ଦେଖିବାକୁ ମିଳିଛି। ନିକଟରେ ଲୁଙ୍ଗି ଓ ଚପଲ...

ଟେଲିଫୋନ୍‌ କମ୍ପାନୀଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଡଟ୍‌ ଆବେଦନକୁ ମଞ୍ଜୁରୀ; ଦେବାକୁ ପଡ଼ିବ ୯୨ ହଜାର କୋଟିରୁ ଅଧିକ ବକେୟା

ନୂଆଦିଲ୍ଲୀ,୨୪।୧୦: ଦେଶର ବିଭିନ୍ନ ଟେଲିଫୋନ୍‌ କମ୍ପାନୀଗୁଡ଼ିକୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ମିଳିଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍ୟୁନିକେଶନ (ଡଟ୍‌) ପକ୍ଷରୁ ବକେୟା ଆଦାୟ ପାଇଁ ଏକ ଆବେଦନ...

ଜନତା କର୍ଫ୍ୟୁ ପୂର୍ବରୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ବାନ: ସତର୍କ ହୁଅ, ଭୟ କରନି

ନୂଆଦିଲ୍ଲୀ,୨୨।୩: ଜନତା କର୍ଫ୍ୟୁ ପାଳନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣିଥରେ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ରୋକିବା ଦିଗରେ ସତର୍କ...

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା...

Leave a comment

Your email address will not be published. Required fields are marked *