Posted inଜାତୀୟ

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: କେରଳରେ ୫ ନୂଆ ରୋଗୀ

ନୂଆଦିଲ୍ଲୀ,୮।୩: ଭାରତରେ ବଢିବାରେ ଲାଗିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା। ରବିବାର କେରଳରେ ୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି, ରବିବାର କେରଳରେ ଯେଉଁ ୫ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ୩ ଜଣ ନିକଟରେ ଇଟାଲିରୁ ଫେରିଥିଲେ। ଆଉ ଏମାନଙ୍କ ସଂସ୍ପର୍ଶରେ ଆସିବା ଫଳରେ ଅନ୍ୟ ୨ଜଣ କରୋନା ଭାଇରସରେ ପୀଡିତ ହୋଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୯୦ ଦେଶକୁ ବ୍ୟାପିସାରିଲାଣି। ଏପର୍ଯ୍ୟନ୍ତ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ମିଳିପାରି ନ ଥିବାରୁ ଦିନକୁ ଦିନ ଏହା ବଢିବାରେ ଲାଗିଛି ବୋଲି କୁହାଯାଉଛି।


All Right Reserved By Dharitri.Com

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ...

ବସ୍‌ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ...

ସୁପ୍ରିମକୋର୍ଟରେ କରୋନା କଟକଣା

ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ...

ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୪ା୨(ପି.ଟି.): ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରମ୍ପ୍‌ ଆଗ୍ରାରେ ତାଜମହଲ ପରିଦର୍ଶନ ପରେ ଦିଲ୍ଲୀ ଆସି ସର୍ଦ୍ଦାର...

କଶ୍ମୀର ମଧ୍ୟସ୍ଥତାକୁ ଭାରତର ନା

ନୂଆଦିଲ୍ଲୀ,୧୭ା୨: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପ୍ରସ୍ତାବ ଦେଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। କଶ୍ମୀର...

ଡି କମ୍ପାନୀ ବିଛାଇଛି ଜାଲ୍‌ନୋଟ ଜାଲ

ନୂଆଦିଲ୍ଲୀ,୨ା୬(ଆଇଏଏନ୍‌ଏସ୍‌): କିଛିଦିନର ବ୍ୟବଧାନ ପରେ ଭାରତକୁ ପୁଣି ଆସିବାରେ ଲାଗିଛି ଉଚ୍ଚ ମୂଲ୍ୟର ଭାରତୀୟ ଜାଲ ନୋଟ (ଏଫ୍‌ଆଇସିଏନ୍‌) ଆସିବାରେ ଲାଗିଛି। ଦେଶର ପୂର୍ବାଞ୍ଚଳ ସୀମାରେ...

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ...

ଝାଡ଼ଖଣ୍ଡ ସରକାରଙ୍କ ପୋଲ୍‌ ଖୋଲିଲେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ

ରାଞ୍ଚି,୨୦।୯: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ରାଜ୍ୟରେ ପୁଣିଥରେ ଶାସନ ମଙ୍ଗ ଧରିବାକୁ ସଜବାଜ ହେଉଛି ଭାରତୀୟ ଜନତା...

Leave a comment

Your email address will not be published. Required fields are marked *