ହୋଲିରେ ଆଖିର ସୁରକ୍ଷା

ରଙ୍ଗର ଉତ୍ସବ ହୋଲିରେ ଭଳିକିଭଳି ରଙ୍ଗ ଖେଳର ମଜା ନେବାକୁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ହେଲେ କେବେକେବେ ଏହି ରଙ୍ଗ ଖେଳ ପରବର୍ତ୍ତୀ ସମୟରେ ଶରୀର ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ। କାରଣ କେତେକ ରଙ୍ଗରେ ଥିବା କେମିକାଲ ଶରୀର ପାଇଁ ହାନିକାରକ। ବିଶେଷକରି ଚକ୍ଷୁ ଭଳି ସମ୍ବେଦନଶୀଳ ଅଙ୍ଗରେ ଏଭଳି କ୍ଷତିକାରକ କେମିକାଲ ରଙ୍ଗ ପଡ଼ିଲେ, ସଂକ୍ରମଣ ହେବା ସହ ଚକ୍ଷୁ ନଷ୍ଟ ହୋଇ ଅନ୍ଧ ହୋଇଯିବାର ମଧ୍ୟ ଆଶଙ୍କା ଥାଏ ।

– ସାଧାରଣତଃ ହୋଲି ରଙ୍ଗରେ ଅନେକ କେମିକାଲ ମିଶିଥାଏ। ସେଗୁଡ଼ିକ ହେଲା ମାଲାକାଇଟ୍‌ ଗ୍ରୀନ୍‌, ରୋଢ଼ାମିନ୍‌, ଜେନ୍‌ସିଆନ୍‌ ଭାଓଲେଟ୍‌, ଲେଡ୍‌ ଅକ୍ସାଇଡ୍‌ (କଳାରଙ୍ଗ), କପର ସଲ୍‌ଫେଟ୍‌ (ଶାଗୁଆ ରଙ୍ଗ), ଆଲୁମିନିୟମ୍‌ (ସିଲଭର ରଙ୍ଗ) ମର୍କ୍ୟୁରି ସଲ୍‌ଫେଟ୍‌ (ଲାଲ ରଙ୍ଗ) ଆଦି। ଏହା ଆଖିରେ ପଡ଼ିଲେ, ଆଖି ଲାଲ ହେବା ସହ କୁଣ୍ଡାଇ ହୁଏ, ଲୁହ ବହିଥାଏ ଏବଂ ଝାପ୍‌ସା ଦେଖାଯାଏ ।

– ବେଳେବେଳେ ଏଭଳି ରଙ୍ଗ ସଂସ୍ପର୍ଶରେ ଆସିବା ଦ୍ୱାରା ଆଖିରେ କେମିକାଲ ଇଞ୍ଜୁରି ହୋଇଥାଏ। ଫଳରେ ଆଖିରେ ଆଲର୍ଜି ହୋଇ କୁଣ୍ଡେଇ ହୁଏ। ଘା’ ହେବା ସହ ଲେଞ୍ଜରା ବୋହିଥାଏ। ଖରାକୁ ଅନାଇଲେ କଷ୍ଟ ହୁଏ ଏବଂ ଆଖି ଫୁଲିଯାଏ।

– ହୋଲି ରଙ୍ଗରୁ ଆଖିକୁ ରକ୍ଷା କରିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ସହ ଚଷମା ପିନ୍ଧିବା ଆବଶ୍ୟକ। ମୁଣ୍ଡରେ ମଧ୍ୟ ଏଭଳି କେମିକାଲ ରଙ୍ଗ ବୋଳିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସ୍କିନ୍‌ ଆଲର୍ଜି ହୋଇ କେଶ ଝଡ଼ିଥାଏ ଏବଂ ଏହି ରଙ୍ଗ କେବେକେବେ ମୁଣ୍ଡରୁ ଆଖିକୁ ବୋହି ଆସେ ଏବଂ ବେଶ୍‌ କ୍ଷତି ପହଞ୍ଚାଇଥାଏ।

– ମାସ୍କ, ଗ୍ଲାସ୍‌ ଆଦି ବ୍ୟବହାର କରିବା ପରେ ମଧ୍ୟ ଯଦି ଆଖିରେ ରଙ୍ଗ ଲାଗି ଯନ୍ତ୍ରଣା ହୁଏ, ତେବେ ସର୍ବପ୍ରଥମେ ବିଶୁଦ୍ଧ ପାଣିରେ ଆଖିକୁ ଭଲଭାବେ ଧୋଇ ଦିଅନ୍ତୁ। ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆଖିରେ ଡ୍ରପ୍‌ ପକାନ୍ତୁ।

– ମନେରଖନ୍ତୁ ହୋଲି ଖେଳିବାକୁ ଚାହୁଁଥିଲେ ପ୍ରାକୃତିକ ରଙ୍ଗ, ଅର୍ଗାନିକ୍‌ ଅବିର, ଫଗୁ ଆଦି ବ୍ୟବହାର କରନ୍ତୁ। ରଙ୍ଗ ଖେଳିବା ପୂର୍ବରୁ ଦେହ, ହାତ, ମୁହଁ ଚାରିଆଡ଼େ ଭଲଭାବେ ତେଲ ଲଗାଇ ଦିଅନ୍ତୁ। ଯଦି ଆପଣ କଂଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ରଙ୍ଗ ଖେଳିବା ବେଳେ ଏହାକୁ କାଢ଼ି ରଖିଦିଅନ୍ତୁ।

– ଡା. ସୋନାଲି ଷଡ଼ଙ୍ଗୀ
ଚକ୍ଷୁରୋଗ ବିଶେଷଜ୍ଞ
ମୋ- ୭୯୭୮୯୪୫୫୫୨


All Right Reserved By Dharitri.Com

ପ୍ରାକୃତିକ ଉପାୟରେ ହଟାନ୍ତୁ ଭାତୁଡ଼ି

ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଧ୍ୟ ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ରସୁଣ:...

ସର୍ଭିକାଲ ମ୍ୟୁକସ୍‌ ଓ ଅପ୍ରଜନନତା

‘ଏକ ସାଧାରଣ ଚକ୍ରରେ, ସର୍ଭିକ୍ସ ଡିମ୍ବାଣୁ ସୃଷ୍ଟି ପାଇଁ ଦରକାରୀ ଜଳୀୟ ମ୍ୟୁକସ୍‌ ସୃଷ୍ଟି କରିଥାଏ। ସାଧାରଣତଃ ଏହି ମ୍ୟୁକସ୍‌ ବାହ୍ୟ ପଦାର୍ଥ ଆକ୍ରମଣରୁ ମହିଳାଙ୍କ...

ଏସବୁ ମୋତିଆ ବିନ୍ଦୁରୁ ରଖେ ଦୂରେଇ…

ବୟସ ବଢ଼ିବା ସହିତ କେତେକଙ୍କଠାରେ ମୋତିଆ ବିନ୍ଦୁ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଉପାୟରେ ଏହି ସମସ୍ୟା ସହଜରେ ଦୂର ହୋଇପାରିଥାଏ। ନିୟମିତ ୭ଟି...

ମୁଣ୍ଡବିନ୍ଧା ପାଇଁ ରାମବାଣ ଜୁଆଣି

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ଯ୍ୟ ଚାପରେ ଥିବା ବ୍ୟକ୍ତିଙ୍କଠାରେ ଏହି...

ଚାଲିଲେ ବଢେ ଆୟୁ

ୟୁନିଭରସିଟି ଅଫ୍‌ ସିଡ୍‌ନୀର ଗବେଷକମାନେ ଏବେ ଏକ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁମାନେ ଯେତେ ଦ୍ରୁତ ଗତିରେ ଚାଲିଥାଆନ୍ତି ସେମାନେ ସେତେ ଦୀର୍ଘାୟୁ ହୋଇଥାଆନ୍ତି।...

ସମର ଶପିଂ

ଖରାଦିନେ କପଡ଼ା ଚୟନ କରିବା କଷ୍ଟକର ହୋଇଥାଏ। ଏପରି ଡ୍ରେସ ଚୟନ କରନ୍ତୁ ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍‌ ଦେବା ସହ ଆରାମ ବି ଲାଗିବ।...

ହୋମ୍‌ଓ୍ବାର୍କ

ପିଲାମାନେ ହୋମ୍‌ଓ୍ବାର୍କକୁ କିପରି ସୁଚାରୁ ରୂପେ କରିବେ ସେ ନେଇ କେବଳ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ନୁହନ୍ତି, ମା’ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।...

ଲେମନ ଗାର୍ଲିକ ଫିଶ୍‌

ସୁଲଭ ଦରରେ ସୁସ୍ବାଦୁ ଖାଦ୍ୟ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍‌ ପରିଚିତ। ତେଣୁ ରାଜ୍ୟ ତଥା ବାହାରୁ ଗଞ୍ଜାମ ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ସହରର...

Leave a comment

Your email address will not be published. Required fields are marked *