ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ ‘ହି ମ୍ୟାନ୍‌’। ଏବେ ଏହି ରେସ୍ତୋରାଁକୁ ସିଲ୍‌ କରି ଦିଆଯାଇଥିବା ଖବର ମିଳିଛି। ତେବେ ବେଆଇନ ଭାବେ ସେ ଏହାକୁ ନିର୍ମାଣ କରିଥିବାରୁ ରେସ୍ତୋରାଁଟିକୁ ସିଲ୍‌ କରିଦିଆଯାଇଥିବା ସୂଚନା ମିଳିଛି। ନିକଟରେ ନଗର ନିଗମ ପକ୍ଷରୁ ଉକ୍ତ ରେସ୍ତୋରାଁ ଉପରେ ଚଢାଉ କରାଯାଇ ସେଠାରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ବାହାର କରିଦେବା ପରେ ନଗର ନିଗମ ପକ୍ଷରୁ ରେସ୍ତୋରାଁ ବାହାରେ ନୋଟିସ ଲଗାଇ ଦିଆଯାଇଥିବା ଜଣାପଡିଛି।

ବେଶ୍‌ କିଛିଦିନ ହେବ ବଲିଉଡ୍‌ ଦୁନିଆରୁ ଦୂରେଇ ରହିଥିବା ଧର୍ମେନ୍ଦ୍ର ଏବେ ନିଜ ଫାର୍ମ ହାଉସ ଉପରେ ଅଧିକ ନଜର ଦେଉଥିବା କୁହାଯାଏ। ଅନ୍ୟପଟେ ଧର୍ମେନ୍ଦ୍ର ରେସ୍ତୋରାଁ ମାଧ୍ୟମରେ କିଛି ଆୟ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏବେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଚିନ୍ତାରେ ପକାଇବ ବୋଲି ଆଲୋଚନା ହେଉଛି।


All Right Reserved By Dharitri.Com

ଉତ୍ତରାଖଣ୍ଡରେ ରାଜକୀୟ ବିବାହ: ୨ଶହ କୋଟି ରୟାଲ ଓ୍ବେଡିଂ ପାଇଁ ଲାଗିଲା ୫ଶହ କୋଟିର ଫୁଲ

ଡେରାଡୁନ,୧୯।୬: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଉତ୍ତରାଖଣ୍ଡର ଅଲୀ ଏବେ ନବବଧୂ ଭଳି ସଜେଇ ହୋଇଛି। କାରଣ ଉତ୍ତରାଖଣ୍ଡରେ ଜୁନ ୨୦ ଓ ୨୨ରେ ଏକ ହାଇ...

ଗଡ଼ ବିଜୟ ପାଇଁ ଭାଜପାର ନୂଆ ରଣନୀତି: ଛୋଟ ସଭାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର୍‌ସୋର୍‌ ଆରମ୍ଭ ହୋଇଛି। ଭାଜପା ଚଳିତ ଥର ଗଡ଼ ବିଜୟ...

ବୁଲେଟପ୍ରୁଫ୍‌ ମନ୍ଦିରକୁ ସ୍ଥାନାନ୍ତର ହେବେ ରାମଲାଲା

ନୂଆଦିଲ୍ଲୀ,୯ା୩: ଆଗାମୀ ୨୫ରେ ଭକ୍ତମାନେ ରାମଲାଲାଙ୍କୁ ଦର୍ଶନ କରିବାକୁ ଗଲେ ସେମାନେ ଖୁବ୍‌ ପାଖରୁ ତାଙ୍କୁ ଦେଖିବାର ସୁଯୋଗ ପାଇବେ। କାରଣ ରାମଲାଲାଙ୍କୁ ସେଠାରେ ଥିବା...

ସ୍ବାମୀଙ୍କୁ ପରିଚୟ କରାଇବେ ରାକ୍ଷୀ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଓ ଟେଲିଭିଜନରେ ଜଣେ ସୁନାମଧନ୍ୟ ଅଭିନେତ୍ରୀ, ନୃତ୍ୟାଙ୍ଗନା ଓ ମଡେଲଭାବେ ରାକ୍ଷୀ ସାଓ୍ବନ୍ତ ବେଶ୍‌ ଜଣାଶୁଣା। ଏଥିସହ ଇଣ୍ଡିଆନ୍‌ ରିୟଲିଟି ଟେଲିଭିଜନ...

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର...

ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି ‘ଗୋଲଡେନ ମ୍ୟାନ’

ମୁମ୍ବାଇ,୧।୭: ସୁନାରେ ଛାଇଁ ହୋଇଥିବା ବ୍ୟକ୍ତିଙ୍କ କଥା ଯଦି ଭାବିବେ ତାହେଲେ ମନରେ ପପୁଲାର ସଙ୍ଗୀତଜ୍ଞ ବାପି ଲେହରିଙ୍କ ଛବି ଆସେ। ହେଲେ ଏହି ସମୟରେ...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

ପରଦାକୁ ଫେରିଲେ ‘ଡ୍ରିମ ଗର୍ଲ’

ବଲିଉଡ୍‌ର ‘ଡ୍ରିମ ଗର୍ଲ’ ହେମାମାଳିନୀ ଫିଲ୍ମ ‘ଶିମଲା ମିର୍‌ଚି’ ଜରିଆରେ ପୁଣିଥରେ ପରଦାକୁ ଫେରିଛନ୍ତି। ଏହି ଫିଲ୍ମରେ ହେମାମାଳିନୀ ନିଜଠୁ ୩୬ ବର୍ଷ ସାନ ଅଭିନେତା...

Leave a comment

Your email address will not be published. Required fields are marked *