ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ

ସୋନପୁର, ୮।୩(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୩୧୪/ତା୧୭।୨।୨୦୨୦ରିଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପଞ୍ଚାୟତର ସମସ୍ତ ବିକାଶମୂଳକ କାର୍ଯ୍ୟରେ ସ୍ଥାନୀୟ ବିଡିଓଙ୍କ ପ୍ରତିସ୍ବାକ୍ଷର ବିନା ପଞ୍ଚାୟତ ଏକାଉଣ୍ଟରୁ ଆର୍ଥତ୍କ ନେଣଦେଣ ହୋଇପାରିବ ନାହିଁ ବୋଲି ଦିଆଯାଇଥିବା ସରକାରଙ୍କ ନିର୍ଦ୍ଦେଶକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନକୁ ପଲ୍ଳୀସଭା ଓ ଗ୍ରାମ ସଭା ମାଧ୍ୟମରେ ପାରିତ କରାଯିବା ପରିବର୍ତ୍ତେ ବିଭାଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟାନ୍ବୟନ କରିବାକୁ ହେଉଥିବା ନିର୍ଦ୍ଦେଶକୁ ସଂଘ ବିରୋଧ କରିଛି। ତେଣୁ ଏହି ଉଭୟ ନିର୍ଦ୍ଦେଶନାମା ପତ୍ର ସମ୍ପର୍କରେ ସରକାର କୋହଳ ମନୋଭାବ ପ୍ରଦର୍ଶନ କରନ୍ତୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଗ୍ରାମପଞ୍ଚାୟତମାନଙ୍କୁ ପୁର୍ଣ୍ଣ କ୍ଷମତା ପ୍ରଦାନ ନ କଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବା ସହ ଆଇନର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି। ଏହି ବୈଠକରେ ଉପସଭାପତି ରଞ୍ଜିତା ଭୋଇ, ସମ୍ପାଦକ ଅରବିନ୍ଦ ବାରିକ, କୋଷାଧ୍ୟକ୍ଷ ପ୍ରଭାତ ପାତ୍ର, ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ସଭାପତି ସରୋଜ ବାରିକ, ଉଲୁଣ୍ଡା ବ୍ଲକ ସଭାପତି ଦୁର୍ଯ୍ୟୋଧନ ପର୍ଡିଆ ଓ ବିନିକା ବ୍ଲକ ସଭାପତି ଲକ୍ଷ୍ମଣ ସାହୁଙ୍କ ସହ ମଧୁସୂଦନ ଓତା ପ୍ରମୁଖ ଉପସ୍ଥିତ ଥିଲେ ।


All Right Reserved By Dharitri.Com

୪ରେ ଶ୍ରୀକ୍ଷେତ୍ର ଆସିବେ ଶତାଧିକ ପାକିସ୍ତାନୀ ହିନ୍ଦୁ: ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର ସ୍ନାନ କରିବେ

ପୁରୀ ଅଫିସ,୩ା୧: ପାକିସ୍ତାନରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହିନ୍ଦୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେମାନେ ମହୋଦଧି ସ୍ନାନ କରିବା ସହ...

ଭୁଲ୍‌ ରକ୍ତ ପାଇଁ ମହିଳାଙ୍କ ମୃତ୍ୟୁ ଘଟଣା: ୩ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧(ବ୍ୟୁରୋ): କେନ୍ଦୁଝର ସଦର ହସ୍ପିଟାଲରେ ଭୁଲ୍‌ ରକ୍ତ ନେବାଦ୍ୱାରା ସୁକାନ୍ତି ନାୟକ ନାମ୍ନୀ ମହିଳାଙ୍କର ୨୦୧୬ରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁଣାଣି କରି ଶନିବାର...

ଖୋର୍ଦ୍ଧାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫ା୩ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମଙ୍ଗଳବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି ୩୦୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ...

୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬...

ଏଣିକି ଭୋଟର ନିଜ ପରିଚୟପତ୍ର ଯାଞ୍ଚ କରିବେ: ଆନୁଷ୍ଠାନିକ ଭାବେ ଶୁଭାରମ୍ଭ

ନୂଆପଡା ଅଫିସ,୨ା୯ ରାଜ୍ୟରେ ସମସ୍ତ ଭୋଟର ନିଜର ଠିକ ପରିଚୟପତ୍ର ଯେପରି ପାଇପାରିବେ ସେଥିପ୍ରତି ରାଜ୍ୟ ନିର୍ବାଚନ କମିଶନର ବିକଳ୍ପ ଚିନ୍ତା କରିଛନ୍ତି । ଏଣିକି...

ଝିଆରୀଙ୍କୁ ଦାଦା ଗର୍ଭବତୀ କରିବା ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୯।୭ (ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଝିଆରୀଙ୍କୁ ଦାଦା ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରି ଗତ ମାସରେ ଫେରାର ହୋଇଯାଇଥିଲେ।...

ବିପନ୍ନଙ୍କୁ ଦେଲେନି, ପୋତିଲେ ଶହେ ବସ୍ତା ଚୁଡ଼ା

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ): ବାତ୍ୟା ଫନୀରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିପନ୍ନମାନଙ୍କୁ ସହାୟତାର ହାତ ବଢାଇଥିଲେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସଂସ୍ଥା।...

ବରଗଡ଼ରେ ଟୋକନ ସମସ୍ୟା, ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ: ପଦ୍ମପୁର-ନୂଆପଡ଼ା ରାସ୍ତା ଅବରୋଧ କଲେ

ବରଗଡ଼ ଅଫିସ,୫।୩- ବରଗଡ ଜିଲାରେ ଧାନବିକ୍ରିକୁ ନେଇ ଟୋକନ ସମସ୍ୟା ଦୂର ହୋଇନାହିଁ। କେତେକ ଚାଷୀଙ୍କୁ ଟୋକନ ମିଳିଥିବା ସତ୍ତ୍ବେ ଧାନ ବିକ୍ରି କରି ପାରି...

Leave a comment

Your email address will not be published. Required fields are marked *