ଦୃଷ୍ଟିହୀନ ମହିଳାଙ୍କୁ ନୂଆଘର କରି ଚାବି : ହସ୍ତାନ୍ତର କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୮ା୩ ମହିଳା ଦିବସ ଅବ୍ୟବହତି ପୂର୍ବରୁ ବଲାଙ୍ଗୀର ଜିଲା ପ୍ରଶାସନ ଜଣେ ଗରିବ ଦୃଷ୍ଟିହୀନ ମହିଳାଙ୍କୁ ନୂଆ ଘର ତିଆରି କରି ହସ୍ତାନ୍ତର କରିଛି ା ଦୃଷ୍ଟିହୀନ ମହିଳା ଶୈଳନ୍ଦ୍ରୀ ସୁନାଙ୍କୁ ଶନିବାର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ନୂଆ ଘରର ଚାବି ହସ୍ତାନ୍ତର କରଛନ୍ତି। ଏହି ସମୟରେ ସହକାରୀ ଜିଲାପାଳ ସନ୍ତୋଷ ଦାଶ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ, ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଉପସ୍ଥିତ ଥିଲେ ା ବଲାଙ୍ଗୀର ସହର ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ସମ୍ମୁଖ ଗାନ୍ଧୀ ଷ୍ଟାଡିୟମ ନିକଟ ସରକାରୀ ଜମିରେ ଏହି ଦୃଷ୍ଟିହୀନ ମହିଳା ଏକ ଛାଟିମାଟି ଘର କରି ରହୁଛନ୍ତି ା ସେହି ଅଞ୍ଚଳରେ ରିଙ୍ଗ୍‌ରୋଡ ତିିଆରି କରାଯାଉଥିବାରୁ ଶୈଳେନ୍ଦ୍ରୀଙ୍କ ଝାଟିମାଟି ଘର ଉଚ୍ଛେଦ କରିବାକୁ ପଡିବ ା ଉକ୍ତ ଘରେ ଶୈଳେନ୍ଦ୍ରୀଙ୍କ ସହ ତାଙ୍କ ସ୍ବାମୀ ସୁରେଶ ଓ ଛୋଟ ପୁଅ ରହୁଛନ୍ତି ା ଘର ଉଚ୍ଛେଦ ହେଲେ ଶୈଳେନ୍ଦ୍ରୀ ପରିବାରଙ୍କ ଦୁଃଖ ବଢ଼ିଯାଇଥାନ୍ତା ା ଏଣୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମେ ତାଙ୍କ ପାଇଁ ଏକ ଘର ତିଆରି କରାଯିବା ପରେ ତାଙ୍କ ଝାଟିମାଟିର ଘର ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଇଥିଲା ା ପୂର୍ତ୍ତ ବିଭାଗ ରିଙ୍ଗରୋଡ କଣ୍ଟିଜେନ୍ସି ଫଣ୍ଡରୁ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଉକ୍ତ ନିର୍ମାଣାଧୀନ ରିଙ୍ଗରୋଡ କଡରେ ଥିବା ସରକାରୀ ଜମିରେ ୫୦୦ ବର୍ଗଫୁଟ ଜମିରେ ଏକ ଆଜବେଷ୍ଟସ ଛାଉଣୀର ପକ୍କାଘର ତିଆରି କରିଥିଲା ା ଉକ୍ତ ଘରେ ପାଇଖାନା, ବାରଣ୍ଡା, ଶୟନ ଘର ଓ ରନ୍ଧାଘର ରହିଛି ା ଜଣେ ନେତ୍ର୍ରହୀନ ମହିଳାଙ୍କ ଘର ଉଚ୍ଛେଦ କରିବା ପୂର୍ବରୁ ପ୍ରଶାସନ ପକ୍କା ଘରଟିଏ ତିଆରି ହସ୍ତାନ୍ତର କରିବା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ା ମୁଦ୍ରା ଯୋଜନାରେ ୨୦ ହଜାର ଟଙ୍କା ଋଣ ଶୈଳେନ୍ଦ୍ରୀଙ୍କୁ ପ୍ରଦାନ କରାଯିବ ା ସେ ରିଙ୍ଗରୋଡ ରାସ୍ତାକଡରେ ଚା କିମ୍ବା ଅନ୍ୟ କିଛି ଦୋକାନ କରି ପରିବାର ପ୍ରତିପୋଷଣ ବ୍ୟବସ୍ଥା କରାଯିବ ବୋଲି ଉପଜିଲାପାଳ ମିଶ୍ର ସୂଚନା ଦେଇଛନ୍ତି ା


All Right Reserved By Dharitri.Com

ଲକ୍‌ଡାଉନ୍‌ ଭିତରେ ଅକ୍ଷିମୁଠି ଅନୁକୂଳ

ବଲାଙ୍ଗୀର ଅଫିସ, ୨୬ା୪: ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଝରଣ ଗଁ। ରେ ଜିଲା କୃଷକ ମହାସଂଘ ପକ୍ଷରୁ ରବିବାର ପବିତ୍ର ଅକ୍ଷୟ...

ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ହେଉଛି

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ପୂର୍ତ୍ତ, ଖଣି...

ଅସହାୟଙ୍କ ପାଖରେ ପହଞ୍ଚିଲା ସ୍ବେଚ୍ଛାସେବୀ ଟିମ

ଲୋଇସିଂହା, ୭।୪(ଡି.ଏନ.ଏ)-ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁ ଅସହାୟ, ଭିନ୍ନକ୍ଷମ ଓ ଶ୍ରମିକ ବର୍ଗର ଲୋକେ ଅସୁବିଧାରେ ପଡିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ...

ବନ୍ଦ ହେବ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା

ଖପ୍ରାଖୋଲ, ୨୪ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠରେ ବୈଶାଖ ମାସରେ ନୃସିଂହ ଚତୁର୍ଦ୍ଦଶୀ ମେଳା ହୋଇଥାଏ। ହେଲେ ଚଳିତ ବର୍ଷ ମହାମାରୀ କରୋନା...

ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୧୮।୧୦: ବଲାଙ୍ଗୀର ସର୍କିଟ ହାଉସଠାରେ ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ...

ହାଟପଦାପଡ଼ା ସ୍କୁଲରେ ପଢ଼ାକୁଠି ଅଭାବ: ଗୋଷ୍ଠୀ କେନ୍ଦ୍ରରେ ଚାଲିଛେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା

ଲାଠୋର, ୨୨।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୋଷ୍ଠୀ କେନ୍ଦ୍ରରେ ଅନେକ ମାସ ହେଲା ଥାନୀଅ ହାଟପଦାପଡ଼ା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରକଁର...

ଆହତ ମହିଳାଙ୍କୁ ଡାକ୍ତରଖାନା ନେଲେ ମନ୍ତ୍ରୀ

ସଇଁତଲା, ୫-୨ (ଡି.ଏନ.ଏ.):ମଙ୍ଗଳବାର ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଷାଣ୍ଡପାଲି ଛକରେ ବାଇକରୁ ପଡ଼ି ଜଣେ ମହିଳା ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼...

Leave a comment

Your email address will not be published. Required fields are marked *