ଏଇ ଭାରତରେ

ଥରେ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କହିଥିଲେ ‘ଯଦି ତୁମ ପାଖରେ କୌଣସି କାର୍ଯ୍ୟ କରିବାର ଦକ୍ଷତା ରହିଛି ତେବେ ତାହା ତୁମେ ମାଗଣାରେ କର ନାହିଁ’। କିନ୍ତୁ କେରଳର ଆଲୁଭାନିବାସୀ ସାଜି ଭାଲାସେରି ଏଥିରେ ଏକମତ ନୁହନ୍ତି। ସେ ଦିନବେଳା ଷ୍ଟିଲ୍‌ ଫର୍ନିଚର ତିଆରି କରି ପେଟ ପୋଷୁଥିଲେ ବି ତାଙ୍କ ମୂଳ ଲକ୍ଷ୍ୟ ରହିଛି ସୁଇମିଂ ମାଧ୍ୟମରେ ଖୁସି ବାଣ୍ଟିବା। ସେ ଏବେ ସ୍କୁୁଲ୍‌ ପିଲା, ବୟସ୍କ ତଥା ଦୃଷ୍ଟିବାଧିତଙ୍କୁ ମାଗଣାରେ ସୁଇମିଂ ପ୍ରଶିକ୍ଷଣ ଦେଉଛନ୍ତି। ୫ ବର୍ଷ ବୟସର ପିଲାଠାରୁ ଆରମ୍ଭ କରି ୬୫ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସାଜିଙ୍କଠାରୁ ସୁଇମିଂ ଶିଖୁଛନ୍ତି। ଏକ ଦଶନ୍ଧି ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରଥମେ ସାଜି ତାଙ୍କର ଓ ତାଙ୍କ ବନ୍ଧୁଙ୍କର ତିନି ଜଣ ପିଲାଙ୍କୁ ସୁଇମିଂ ଶିଖାଇବା ଆରମ୍ଭ କରିବା ପରେ ଏବେ ସୁଦ୍ଧା ୩୨୦୦ ଲୋକଙ୍କୁ ଏହା ଶିଖାଇ ସାରିଲେଣି। ବୟସ୍କମାନଙ୍କ ପାଇଁ ଡିସେମ୍ବରରୁ ମାର୍ଚ୍ଚ ଓ ପିଲାମାନଙ୍କ ଲାଗି ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସେ ପ୍ରଶିକ୍ଷଣ ଦେଉଛନ୍ତି। ସୁଇମିଂ ଅଭ୍ୟାସ ଆଲୁଭା ନଦୀରେ ସକାଳ ୬ରୁ ୯.୩୦ ଯାଏ ଚାଲେ । ଅଭ୍ୟାସ ସମୟରେ ସୁରକ୍ଷା ପାଇଁ ସାଜି ଗୋଟିଏ ସେଫ୍ଟି ବୋଟ୍‌ ଓ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି ଯାହା ସବୁବେଳେ ମିଳିଥାଏ। ସାଜିଙ୍କଠାରୁ ସୁଇମିଂ ଶିକ୍ଷା କରିବା ପରେ ମନୋଜ ନାମକ ଜଣେ ଦୃଷ୍ଟିବାଧିତ ବାଳକ କେରଳର ଦୀର୍ଘତମ ନଦୀ ପାର କରିପାରିଛନ୍ତି। ଏହା ସହ ମାଲୁ ସିକା ବି ଭେମ୍ବନାଦ ହ୍ରଦ ପାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି।


All Right Reserved By Dharitri.Com

ପଣ୍ଡିତେ ଖୁସି ତ

ପ୍ରକାଶ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକ୍ରମେ ସମ୍ବିଧାନର ଏକ ସମ୍ବେଦନଶୀଳ ଧାରା ୩୭୦କୁ ହଟାଇ ଦିଅାଯାଇଛି ସାରା ଦେଶରେ ଏହାକୁ ବିପୁଳ ଜନସମର୍ଥନ ମିଳିବା...

ବନାଗ୍ନି ଓ ଓଡ଼ିଶା

ଅକ୍ଷୟ କୁମାର ସାହୁ ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ କାର୍ଯ୍ୟକ୍ରମ ଶୀର୍ଷ ବୈଠକ ବା ୟୁନାଇଟେଡ୍‌ ନେଶନ୍‌ସ କ୍ଲାଇମେଟ୍‌ ଆକ୍ସନ ସମିଟ୍‌ରେ...

ଧନ୍ୟ ଗୁରୁ ଧନ୍ୟ ଶିଷ୍ୟ

ଅକ୍ଷୟ ମହାନ୍ତି ଆଉ ଦିନକ ପରେ ଗୁରୁଦିବସ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଓ ସମର୍ଥ ରାମଦାସଙ୍କ ପରି ଗୁରୁ କ’ଣ ଆଉ ଜନ୍ମ ହେବେନି? ଗୁରୁ...

ଏଇ ଭାରତରେ

ରକ୍ତଦାନ ହେଉଛି ମହତ୍‌ ଦାନ। ଏ କଥା କେହି ବୁଝନ୍ତୁ କି ନ ବୁଝନ୍ତୁ, ବୁଝିଛନ୍ତି ଦିଲ୍ଲୀ ପୋଲିସ୍‌ର ୨ କନ୍‌ଷ୍ଟେବଳ। ରକ୍ତଦାନ କରିବା ଦୁହିଁଙ୍କର...

ଉତ୍କଳ ବିଶ୍ୱବିଦ୍ୟାଳୟ

ଶରତ ଚନ୍ଦ୍ର ମିଶ୍ର ଅତ୍ୟନ୍ତ ଆନନ୍ଦର କଥା ଯେ, ବାଣୀବିହାରର କେତେଜଣ ପୁରାତନ ଛାତ୍ରୀଛାତ୍ର ସଂଗଠିତ ହୋଇ ଏହାର ହୃତଗୌରବ ଫେରାଇଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ...

ଏଇ ଭାରତରେ

ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ...

ବିକଳ୍ପ ଜୀବିକା ସନ୍ଧାନେ

କିଛି ଦିନ ପୂର୍ବରୁ ଫୁଡ୍‌ ସର୍ଭିସ ସ୍ବିଗ୍ଗିରୁ କିଛି ଖାଦ୍ୟ ମଗାଇଥିଲି। ଏହା ଜଣଙ୍କର ଜନ୍ମଦିନ ଥିଲା ଓ ଏଥିପାଇଁ ମୁଁ ୧ କିଲୋ କେକ୍‌...

ବିବର୍ତ୍ତନବାଦ ଓ ଦଶାବତାର

ପ୍ରକାଶ ତ୍ରିପାଠୀ ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଆକାଶମାର୍ଗରେ ଯାତାୟାତ କରୁଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ଟିକିନିଖି ବିବରଣୀ ଯୁଦ୍ଧସ୍ଥଳଠାରୁ...

Leave a comment

Your email address will not be published. Required fields are marked *