ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି ବି ଅଭୁଲା।

ସିଲ୍‌ସିଲା:


ଏହି ଫିଲ୍ମର ହୋଲି ଗୀତରେ ଅମିତାଭ, ଜୟା ବଚ୍ଚନ ଏବଂ ରେଖା ବେଶ୍‌ ମତୁଆଲା ହୋଇଥିଲେ। ଗୀତଟି ଥିଲା ‘ହୋ ରଙ୍ଗ ବର୍‌ସେ ଭିଗେ ଚୁନ୍‌ରିବାଲି ରଙ୍ଗ ବର୍‌ସେ’। ଏହା ଖୁବ୍‌୍‌ ଲୋକପ୍ରିୟ ହୋଇଥିଲା। ହୋଲି ଆସିବା କ୍ଷଣି ସବୁଠି ଏହି ଗୀତ ବାଜିଥାଏ।

ଗୁଲାବ୍‌ ଗ୍ୟାଙ୍ଗ୍‌:

ଏହି ଫିଲ୍ମ ଗୀତ ‘ରଙ୍ଗ୍‌ ଦେ ହୋଲି’ରେ ଧକ୍‌ଧକ୍‌ ଗାର୍ଲ ମାଧୁରୀଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା।

ୟେ ଜଓ୍ବାନୀ, ହୈ ଦିଓ୍ବାନୀ:


ଏଥିରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁର ଅଭିନୟ କରିଥିଲେ। ଗୀତ ‘ବଲମ୍‌ ପିଚ୍‌କାରୀ’ରେ ଦୀପିକା-ରଣବୀରଙ୍କ ହୋଲି ଖେଳ ବହୁ ମଜାଦାର ଥିଲା। ରଣବୀର ଦୀପିକାଙ୍କ ମୁହଁକୁ ପୂରା ଗୋଲାପି ରଙ୍ଗରେ ରଙ୍ଗାଇ ଦେଇଥିଲେ। ଏହି ଫିଲ୍ମରେ ହିଁ ଦୀପିକା – ରଣବୀରଙ୍କ ପ୍ରେମସମ୍ପର୍କ ଚାଲିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା।

ହମ୍‌ ଦିଲ୍‌ ଦେ ଚୁକେ ସନମ୍‌:


ଏହି ଫିଲ୍ମରେ ସଲମାନ୍‌ ଖାଁ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ହୋଲି ଗୀତରେ ଧୁମ୍‌ ମଚାଇଥିଲେ। ‘ଢୋଲ୍‌ ତାର ବାଜେରେ ବାଜେରେ ଢମ୍‌ ଢମ୍‌ ବାଜେ ଢୋଲ୍‌’ ଗୀତଟି ବେଶ୍‌ ମନଛୁଆଁ ହୋଇଥିଲା।


ସେହିପରି ରାମଲୀଲା, ରଙ୍ଗିଲା, ଦିଲ୍‌ ସେ, ଦେବଦାସ ପରି ଫିଲ୍ମରେ ହୋଲି ଗୀତ ବେଶ୍‌ ଲୋକପ୍ରିୟ। ଆଜି ବି ଏସବୁ ଫିଲ୍ମର ହୋଲି ଗୀତ କେଉଁଠି ବାଜିଲେ ଶ୍ରୋତା କିଛି ସମୟ ପାଇଁ ଆନମନା ହୋଇଯା’ନ୍ତି।


All Right Reserved By Dharitri.Com

ପୁଣି ଏକାଠି ନଜର ଆସିବେ ରଣବୀର କପୁର, ଦୀପିକା

ଦିନଥିଲା ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦ୍ୟୁକୋନଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରୀରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ଏପରିକି ଉଭୟେ ଲିଭ୍‌ ଇନ୍‌ରେ ରହୁଥିବା...

ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି...

‘ବିଗ୍‌ବସ୍‌’ରେ ଯୋଗ ଶିଖାଇବେ ଶିଳ୍ପା

ବମ୍ବେ: ବିଗ୍‌ବସ୍‌ ଘରେ ଶିଳ୍ପା ସେଟ୍ଟୀ। ପ୍ରତିଯୋଗୀମାନଙ୍କୁ ଯୋଗ ଶିଖାଇବା ସହ ତାଙ୍କ ସ୍ମୃତିକୁ ତାଜା କରିବେ। ଏଭଳି କିଛି ଦୃଶ୍ୟ ବିଗ୍‌ବସ୍‌ର ଆଗାମୀ ଏପିସୋଡ୍‌ରେ...

ଜୁନ୍‌ ୧୨ରେ ରିଲିଜ୍‌ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି...

ଚର୍ଚ୍ଚାରେ ଦୀପିକାଙ୍କ ବ୍ୟାଗ୍‌: ଦାମ୍‌ ୧ଲକ୍ଷ ୧୬ ହଜାର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି ତାଙ୍କ ଷ୍ଟାଇଲ୍‌କୁ ନେଇ...

ପ୍ରିୟଙ୍କାଙ୍କ ସହ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଅପ୍‌ କମିଂ ଫିଲ୍ମ ‘ଜବରିଆ ଯୋଡି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ...

ସିଙ୍ଗର କପୁଲ ବିଶିକୁମାର-ପଦ୍ମାଳୟା

ଯାତ୍ରା ଜଗତରେ ଅନେକ ସିଙ୍ଗର କପୁଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କପୁଲ ହେଉଛନ୍ତି ବିଶିକୁମାର ଓ ପଦ୍ମାଳୟା। ସମ୍ପ୍ରତି ଏମାନଙ୍କର ସଂଗୀତର ଲହର ଛୁଟୁଛି...

ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା...

Leave a comment

Your email address will not be published. Required fields are marked *