Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ରକୋଣାଧିପଙ୍କ ଷଡ଼ାଷ୍ଟସ୍ଥିତିରୁ ଯାହା ଭାବୁଥିଲେ ତାହା ସହଜ ଓ ସୁବିଧାରେ ପାଇପାରିବେ ନାହିଁ । ଶନିଙ୍କ ଯୋଗୁ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ। କିନ୍ତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି।
ବୃଷ
ବୃଷ
ବ୍ୟୟଭାବସ୍ଥ ଶୁକ୍ର ହେତୁ ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର କାରଣରୁ ମନଟା ଭଲ ରହିବ ନାହିଁ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇଲେ ଅନର୍ଥର କାରଣ ହୋଇପାରେ। ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ପାପଯୁକ୍ତ ବୃହସ୍ପତି ଯୋଗୁ ଆଜି ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇପାରିବ ନାହିଁ। ବୁଧଙ୍କ ଦୁର୍ବଳତା କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ କର୍ମମୁଖର ହେବେ। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ।
କର୍କଟ
କର୍କଟ
ରାଶ୍ୟାଧିପ ସ୍ବଗୃହସ୍ଥ ଯୋଗୁ ସୁସ୍ଥତା ଫେରି ଆସିବ ଏବଂ ଆର୍ଥିକ ସଙ୍କଟ କ୍ରମଶଃ ଦୂରେଇଯିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରର ଅସଂଗତି ଦୂର କରିବା ସକାଶେ ପଦସ୍ଥବ୍ୟକ୍ତିଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। କୌଣସି ଆନୁଷ୍ଠାନିକ କାମ ସକାଶେ ଦୂରଯାତ୍ରା କରିବାକୁ ପଡିପାରେ। କଳା, ସାହିତ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଯୋଗୁ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ପରିବହନରେ ଲାଭବାନ୍‌ ହେବେ।
କନ୍ୟା
ଗୁରୁମଙ୍ଗୁଳି ଯୋଗ କେତୁଯୋଗରୁ ଶୁଭଫଳ ପାଇବା ବଦଳରେ ପାରିବାରିକ ଅଶାନ୍ତି ଯୋଗୁ ବ୍ୟସ୍ତ ବିବ୍ରତ ହେବେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଙ୍ଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇପାରନ୍ତି।
ତୁଳା
ତୁଳା
ତୃତୀୟାଧିପ ମଙ୍ଗଳ ଯୁକ୍ତ ହେତୁ ବନ୍ଧୁଙ୍କୁ ବିଭିନ୍ନ ପ୍ରକାରର କଥା କହିବା କାରଣରୁ ବିବାଦ ବଢ଼ିପାରେ। ଭଲ ସମ୍ପର୍କ ନ ଥିବା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଜ୍ୟେଷ୍ଠା ନକ୍ଷତ୍ରର ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କଳା, ସାହିତ୍ୟ, ପ୍ରକାଶନ, ରାଜନୀତି, ସଙ୍ଗଠନ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏ ସମାଧାନ ହୋଇଯିବ।
ଧନୁ
ଧନୁ
ସ୍ବଗୃହୀ ବୃହସ୍ପତି ଯୋଗୁ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିବାରେ ଲାଗିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଆତ୍ମୀୟମାନଙ୍କ ସହଯୋଗରେ ପରିବାରରେ ଭୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ। ଶିଳ୍ପ, ବ୍ୟବସାୟ, ପ୍ରଶାସନ, ରାଜନୀତି, ଗବେଷଣା ଓ ବ୍ୟବସାୟରେ ଉନ୍ନତି କରିବେ।
ମକର
ମକର
ସପ୍ତମାଧିପତି ନିଜ ରାଶିରେ ରହି ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବେ। କିନ୍ତୁ ଧନିଷ୍ଠା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇ ପାରନ୍ତି। ଆଜିର ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା, ବାଣିଜ୍ୟ ଏବଂ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
କୁମ୍ଭ
କୁମ୍ଭ
ଭାଗ୍ୟାଧିପତି ସ୍ବଗୃହକୁ ଦେଖୁଥିବାରୁ ଆଜି ଯାହା ଚାହିଁବେ ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ। ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କଲେ ଭଲ ହେବ। କଚେରି ମାମଲା ଫଇସଲା ହେବା ସହ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବ।
ମୀନମୀନ
ଶୁକ୍ରଙ୍କ ସୁପ୍ରଭାବରୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ଆଜି ଯାତ୍ରା, ବ୍ୟବସାୟ ଓ ଲୋକ ସମ୍ପର୍କ କାମ ପାଇଁ ଦିନଟି ବହୁତ ଭଲ ରହିବ।

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା...

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୫ ତାରିଖ – Daily Horoscope

ମେଷ ଅର୍ଥଲାଭ ସଙ୍ଗକୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ...

ରାଶିଫଳ: ସୋମବାର, ନଭେମ୍ବର ୨୫ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ, ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ। ଭାଇ, ବନ୍ଧୁ ତଥା ପଡୋଶୀ ମାନଙ୍କ ସହ...

ରାଶିଫଳ: ଗୁରୁବାର, ଜାନୁଆରି ୯ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ...

ରାଶିଫଳ: ରବିବାର ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ମୁଖଭାଗରେ ଶୁକ୍ର ଓ ଚନ୍ଦ୍ର ଥିବାରୁ ହସ, ଖୁସି, ମଜାମଉଜରେ ଦିନଟି ଅତିବାହିତ ହେବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବା ସହ...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ରାଶିର ଶୁକ୍ର ହେତୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାମାନଙ୍କ ସମ୍ବନ୍ଧୀୟ ଥିବା ଦୁଶ୍ଚିନ୍ତା ସମ୍ପର୍କରେ ଚିନ୍ତିତ ରହିବେ। ଯେଊଁ କାମ...

ରାଶିଫଳ: ରବିବାର, ଜୁନ ୨୩ ତାରିଖ – Daily Horoscope

ମେଷ ଏକାଦଶ ଚନ୍ଦ୍ର ଯୋଗୁ କାର୍ଯ୍ୟସିଦ୍ଧି ସଙ୍ଗକୁ ବୈଷୟିକ ଅଭିବୃଦ୍ଧି, ହୋଇପାରିବ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା,ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁ ବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ।...

Leave a comment

Your email address will not be published. Required fields are marked *