ନାବାଳିକା ମା’ ହେବା ଘଟଣା: ନ୍ୟାୟ ପାଇଁ ପ୍ରେମିକଙ୍କ ମା’ଙ୍କୁ ବାନ୍ଧିଲା ମହିଳା ସଂଘ

ଖଲ୍ଲିକୋଟ,୮ା୬(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ମା’ ହେବା ଘଟଣାରେ ନ୍ୟାୟ ପାଇଁ ମହିଳା ସଂଘ ଅଣ୍ଟା ଭିଡିଛନ୍ତି। ନାବଳିକା ମା’ ହେବା ଘଟଣା ନେଇ ଖଲ୍ଲିକୋଟ ଥାନାରେ ପୂର୍ବରୁ ଏତଲା ହୋଇଥିଲା। ପୋଲିସ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପରିବାର ଲୋକେ ନୀରବ ରହୁଥିବାରୁ ନାବାଳିକାଙ୍କୁ ନ୍ୟାୟ ପାଇଁ ଗ୍ରାମର ୧୨ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଙ୍ଗଳବାର ଗ୍ରାମରେ ବୈଠକ କରିଥିଲେ। ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବେ ବୋଲି ଶୁଣାଇ ଦେଇଥିଲେ। ଗୁରୁବାର ରାତ୍ରରେ ପ୍ରତାରକ ପ୍ରେମିକର ମା’ଙ୍କୁ ଘରୁ ଡ଼ାକି ପୁଅକୁ ଡକାଅ କହି ଗାଁ ମଝିରେ ବାନ୍ଧି ରଖିଥିଲେ । ଖବରପାଇ ଖଲ୍ଲିକୋଟ ପୋଲିସ ପହଞ୍ଚତ୍ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇଥିଲା। ମହିଳା ଗୋଷ୍ଠୀ ପୋଲିସ ଗାଡ଼ିକୁ ଅଟକାଇ ରାତିସାରା ରଖିଥିଲେ। ଶୁକ୍ରବାର ସକାଳେ ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାସ, ଖଲ୍ଲିକୋଟ ଆଇଆଇସି ସୁନୀଲ କୁମାର ବେହେରା ଓ ଅନ୍ୟ ପୋଲିସ କର୍ମଚାରୀ ଗ୍ରାମରେ ପହଞ୍ଚତ୍ ବୁଝାଶୁଝା କର ଅଭିଯୁକ୍ତଙ୍କ ମା’ଙ୍କୁ ଉଦ୍ଧାର କରିଥିଲେ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଅଭିଯୁକ୍ତ ଗିରଫ ନ ହେଲେ ଏବଂ ନାବାଳିକାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ହେବ ବୋଲି ମହିଳା ଗୋଷ୍ଠୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଶାରିରୀକ ସମ୍ପର୍କ ରଖିବାରୁ ନାବାଳିକା ଜଣଙ୍କ ଅନ୍ତସତ୍ତ୍ବା ହୋଇଥିଲେ। ଏହା ଜାଣିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗତ ୩୧ ତାରିଖରେ ନାବାଳିକା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।


All Right Reserved By Dharitri.Com

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଗିରଫ, ୨ ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୧୭।୫: ଗଞ୍ଜାମ ଜିଲା ବଡବଜାର ପୋଲିସ ଗୁରୁବାର ରାତିରେ ଟୁଟୁ ହାତୀ ହତ୍ୟାଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଖଣ୍ଡା...

ମାଳଦୀପରେ ଚାକିରି କରାଇ ଦେବା ନା’ରେ ଠକେଇ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୫ା୧୦-ସୁଦୂର ମାଲଦୀପରେ ଚାକରି କରାଇଦେବା ନା’ରେ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ...

ମା’ ଝିଅଙ୍କୁ ମାଡ ମାରି, ଯୁବକ ଗିରଫ

ବୁଗୁଡ଼ା,୧୬ା୧୦(ଡି.ଏନ.ଏ.): ବୁଗୁଡ଼ା ଥାନା ବକ୍ସିପଲ୍ଲୀ ଗ୍ରାମରେ ଗୋଟିଏ ପରିବାରର ମା’ ଓ ୨ ଝିଅଙ୍କୁ ମାରପିଟ ଏବଂ ଟଣାଓଟରା କରିବା ଅଭିଯୋଗରେ ବୁଧବାର ବୁଗୁଡ଼ା ପୋଲିସ...

ବିବାହ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ

ପାଟପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ଏକ ବିବାହ ଶୋଭାଯାତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ପାଟପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗ୍ରାମ ନିକଟ ମୁହାଣ ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିସ୍ତିପୁର...

ଡ୍ରେନେଜ ସମସ୍ୟା ନେଇ କମିଶନରଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୧୪ ନଂ. ୱାର୍ଡ ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ଦୀର୍ଘ ଦିନ ଧରି ଡ୍ରେନ୍‌ ମରାମତି କାର୍ଯ୍ୟ ହେଉ ନ ଥିବା...

ବିଜେଡି ଶାସନରେ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୨ା୮-ବିଜେଡି ଶାସନରେ ରେଶମ ନଗରୀ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ ହୋଇଛି। ସାମାନ୍ୟ ବର୍ଷା ହେଲେ ମହାନଗର ଜଳାର୍ଣ୍ଣବ ହେବା ସହ ପାଣି ନିଷ୍କାସନ ହୋଇ...

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା...

Leave a comment

Your email address will not be published. Required fields are marked *