ଇଟାଭାଟିରେ ମା’ବାପା, ଆବାସିକ କେନ୍ଦ୍ରରେ ଶିଶୁ

ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି ସୁରକ୍ଷିତ ଏବଂ ଶୃଙ୍ଖଳିତ ଢଙ୍ଗରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟେ ମା’ବାପା ଅନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶର ଇଟାଭାଟିରେ ଦିନରାତି ଇଟା ଗଢାକାମରେ ନିୟୋଜିତ ଥିବାବେଳେ ଏପଟେ ଶିଶୁମାନେ ସୁରକ୍ଷିତ ଭାବେ ରହି ପାଠ ପଢୁଛନ୍ତି। ସେହି ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜିଲାରେ ଥିବା ମୋଟ ୬୨ ଆବାସିକ କେନ୍ଦ୍ରରେ ସମୁଦାୟ ୨୫୪୩ ଜଣ ଶିଶୁ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୬ଜଣ ଛାତ୍ରୀ, ୧୪୨୭ ଛାତ୍ର ଥିବା ଜଣାପଡିଛି। ଏହି ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ କୃତିତ୍ୱର ସହ ପାସ୍‌ କରୁଥିବା ବି ନଜିର ରହିଛି। ବେସରକାରୀ ଭାବେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନୂଆପଡ଼ା ଜିଲାରୁ ବାର୍ଷିକ ୩୦ ହଜାରରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ପ୍ରତିବର୍ଷ ଅକ୍ଟୋବର/ନଭେମ୍ବରରେ ସେମାନେ ସର୍ଦ୍ଦାରଙ୍କଠାରୁ ଅଗ୍ରିମ ଟଙ୍କା ନେଇଥାନ୍ତି। ଏହାପରେ ସେମାନେ ପରିବାର ସହ ରାଜ୍ୟ ବାହାରକୁ ଯିବା ଆରମ୍ଭ କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ଅଧାରୁ ପାଠପଢା ଛାଡୁଥିବା ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । କମି ଚାଲିଛି ଜିଲାରେ ଥିବା ବିଭିନ୍ନ ସ୍କୁଲର ଉପସ୍ଥାନ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକଙ୍କ ପିଲାମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ। ଯାହା କିଛିଦିନ ମଧ୍ୟରେ ସଫଳତା ପାଇବା ପରେ ସେହି ବ୍ୟବସ୍ଥାକୁ ରାଜ୍ୟ ସରକାର ଆପଣେଇ ନେଇଛନ୍ତି। ବଲାଙ୍ଗୀର, ନୂଆପଡା ଭଳି ଦାଦନ ପ୍ରବଣ ଜିଲାରେ ୨୦୧୦-୧୧ରୁ ସରକାର ଆବାସିକ କେନ୍ଦ୍ର ଖୋଲି ଦାଦନ ଶ୍ରମିକମାନଙ୍କ ପିଲାଙ୍କୁ ରଖି ପଢାଇବାର ବ୍ୟବସ୍ଥା କରିଛନ୍ତି । ଏହି କେନ୍ଦ୍ର ପ୍ରତିବର୍ଷ ନଭେମ୍ବରରୁ ଆରମ୍ଭ ହୋଇ ଜୁନ/ଜୁଲାଇ କିମ୍ବା ଶିଶୁଙ୍କ ମା’ବାପା ଘରକୁ ଫେରିବା ଯାଏଁ ଚାଲିଥାଏ । ପ୍ରତି କେନ୍ଦ୍ରରେ ୨୦ରୁ ୫୦ ଜଣ ଶିଶୁ ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ଯତ୍ନ ନେବା ପାଇଁ ୨ଜଣ ଲେଖାଏଁ ମହିଳା ପୁରୁଷ ପ୍ରଯତ୍ନକାରୀ ନିୟୋଜିତ ହୋଇଛନ୍ତି । ସେହି କେନ୍ଦ୍ରରେ ପିଲାଙ୍କ ପାଇଁ ଉନ୍ନତମାନର ବିଛଣା, ଖଟ, ମାଗଣା ବହି ପତ୍ର, ସ୍କୁଲ ବ୍ୟାଗ, ଜଳପାନଠାରୁ ଖାଇବା ବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ ଉକ୍ତ କେନ୍ଦ୍ରର ୨ ଅନ୍ତୋବାସୀ ନବୋଦୟ, ୧୪ଜଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ସହ ପାସ୍‌ କରି ନାମଲେଖାର ସୁଯୋଗ ପାଇଛନ୍ତି ।
ତେବେ କେତେକ ଆବାସିକ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଅଧିକାଂଶ କେନ୍ଦ୍ରରେ ବିଜୁଳି ବ୍ୟବସ୍ଥା ଠିକ୍‌ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। କାଗଜକଲମରେ ଗୋଟିଏ କେନ୍ଦ୍ରରେ ଯେତେ ସଂଖ୍ୟକ ପିଲା ରହୁଛନ୍ତି ବୋଲି ଦର୍ଶାଯାଉଛି ପ୍ରକୃତପକ୍ଷେ ସେତିକ ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗକୁ ପିଲାମାନେ ପ୍ରଶଂସା କରିଛନ୍ତି ।
ଏ ସଂକ୍ରାନ୍ତରେ ଜିଲା ଯୋଜନା ସଂଯୋଜକ ପ୍ରିୟଦର୍ଶିନୀ ମିଶ୍ରଙ୍କୁ ପଚାରିବାରୁ କେନ୍ଦ୍ରଗୁଡିକର ସୁପରିଚାଳନା ସକାଶେ ପ୍ରତି ମାସରେ ବ୍ଲକ ଶିକ୍ଷାଧିକାରୀ, ସ୍କୁଲ ପରିଚାଳନା କମିଟି, ସିଆର୍‌ସିସି, ଜିଲା ସଂଯୋଜକ ବୁଲି ଦେଖୁଛନ୍ତି । ପିଲାଙ୍କ ସବୁ ପ୍ରକାର ଅଭାବ ଅସୁବିଧା ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି । ସେହିଭଳି ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ କହିଛନ୍ତି, ଆବାସିକ କେନ୍ଦ୍ରରେ ପିଲାଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଏପରି ସୁବିଧା ପରେ ବି ଜିଲାର ୫ରୁ ୧୦ ହଜାର ଶିଶୁ ପ୍ରତିବର୍ଷ ମା’ବାପାଙ୍କ ସହ ମିଶି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଜଣାପଡିଛି। ସେମାନଙ୍କ ପରିବାରକୁ ସଚେତନ କରିବା ସହିତ ଶିକ୍ଷାର ମୁଖ୍ୟସ୍ରୋତରେ ସେହି ପିଲାମାନଙ୍କୁ ସାମିଲ କରିବା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହୋଇଛି।
ଆବାସିକ କେନ୍ଦ୍ର ସଂକ୍ରାନ୍ତରେ ଅଧିକ ପ୍ରଚାର ପ୍ରସାରର ଅଭାବ ରହୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବା ସହିତ ଆବାସିକ କେନ୍ଦ୍ର ସଂଖ୍ୟା ବୃଦ୍ଧି ହେଲେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ସେଠାରେ ରହି ପାଠ ପଢ଼ି ପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


All Right Reserved By Dharitri.Com

ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ,୨୦ା୩: କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ସେନେଇ ସରକାର ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନରେ ଭକ୍ତଙ୍କ...

ଏକାଧିକ ରେଳ ଦୁର୍ଘଟଣାକୁ ରୋକି ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ

ବରଗଡ଼ ଅଫିସ୍‌,୧୫।୮: ହାତରେ ଧରିଥିବା ଲାଲ ଗାମୁଛା ଦେଖାଇ ଟ୍ରେନକୁ ଅଟକାଇ ସମ୍ଭାବ୍ୟ ୩ଟି ଟ୍ରେନ ଦୁର୍ଘଟଣାରୁ ବହୁଲୋକଙ୍କ ଧନଜୀବନ ରକ୍ଷା କରିଥିବା ବରଗଡ଼ ଜିଲା...

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଉଦଳା,୪ା୧୧(ଡି.ଏନ୍‌.ଏ.)- ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଉଦଳା ବ୍ଲକ ଖଲାଡି ପଞ୍ଚାୟତ ଅଧୀନ ଶିରିପୁର ଗ୍ରାମର...

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ସୃଷ୍ଟି ହେଉନି ହେନ୍ତାଳ ବଣ, ଚିନ୍ତାରେ ଉପକୂଳବାସୀ

କେନ୍ଦ୍ରାପଡା ଅଫିସ, ୨୯ା୧୦-୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୦ ବର୍ଷ ପୂରୁଛି। ମାତ୍ର ଏହାର କରାଳ ରୂପ ଲୋକଙ୍କ ମନରେ ଏବେ ବି ଜୀବିତ ହୋଇ ରହିଛି।...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ...

ଜୁଆ ଖେଳରୁ ଛୁରାମାଡ, ଜଣେ ଗୁରୁତର

ଜଗନ୍ନାଥପ୍ରସାଦ,୧୨ା୧୧(ଡି.ଏନ୍‌.ଏ.)-ଜଗନ୍ନାଥପ୍ରସାଦ ଜଳୀସାହିଠାରେ ସୋମବାର ରାତ୍ର ପ୍ରାୟ ୯ଟାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ସେ ହେଲେ ଉକ୍ତସାହିର ପବନା ସେଠି (୨୫)। ଗୁରୁତର ଅବସ୍ଥାରେ ତାଙ୍କୁ...

ଏକାଠି ହୋଇ କାର୍ଯ୍ୟକଲେ ତୃଣମୂଳସ୍ତରରେ ଏଡ୍‌ସ ଦୂରୀକରଣ ସମ୍ଭବ: ଜିଲାପାଳ

ରାୟଗଡ଼ା ଅଫିସ,୧।୧୨: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ସକାଳେ ରାୟଗଡ଼ା...

ସମସିଆ ଘେରରେ କନ୍ଧପଡ଼ାବାସୀ

ଅତାବିରା, ୧୮।୬ (ଡି.ଏନ.ଏ): ସରକାର ଛୁଆକର ଶିକ୍ଷା, ସୁଆସ୍‌ତିଅକେ ଗୁରୁତ୍‌ ଦେଇ ଗଁ। ଗଁଲିନୁ ସହର ତକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ୩ରୁ...

Leave a comment

Your email address will not be published. Required fields are marked *