କାଦୁଅରେ ଫସିଗଲା ଆମ୍ବୁଲାନ୍ସ

ନୟାଗଡ ଅଫିସ/ ଦଶପଲ୍ଲା, ୭ା୩ (ଡି.ଏନ୍‌.ଏ.): ଜଣେ ଗର୍ଭବତୀଙ୍କୁ ନେଇ ନୟାଗଡ ଜିଲାର ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ଆସୁଥିଲା ୧୦୮ ଆମ୍ବୁଲାନ୍ସ । ବାଟରେ ବର୍ଷା ହେବାରୁ ଆଦିବାସୀ ଅଧ୍ୟୁଷିତ ଦୁଢ଼ା ପଞ୍ଚାୟତର ଜୁଡାଗଣ୍ଡା ଗଁ। ନିକଟ ବାଲିଝରୀ ଘାଟିରେ ନିର୍ମାଣାଧୀନ ରାସ୍ତାରେ କାଦୁଅ ଯୋଗୁ ଫସି ଯାଇଥିଲା ଆମ୍ବୁଲାନ୍ସ । ଏଭଳିସ୍ଥଳେ ଗଁ। ଲୋକେ ଟ୍ରାକ୍ଟର ଦ୍ୱାରା ଆମ୍ବୁଲାନ୍ସକୁ ପ୍ରାୟ ୧କିମି ପର୍ଯ୍ୟନ୍ତ ଟାଣି ନେଇଥିଲେ।
କାଦୁଅରୁ ହଟିବା ପରେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଗର୍ଭବତୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଗୁରୁବାର ଜୁଡାଗଣ୍ଡା ଗଁ।ର ହିମାଂଶୁ ଶେଖର ଜାନୀଙ୍କ ସ୍ତ୍ରୀ ସୁମତି ଗର୍ଭ ବେଦନାରେ ଛଟପଟ ହେଉଥିଲେ । ବାରମ୍ବାର ଚେଷ୍ଟା ପରେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇଥିଲା । ଅପରାହ୍ନରେ ବାଣିଗୋଚ୍ଛା ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲା । ଗୁରୁହା ଠାରୁ ସୁନ୍ଦୁରୁକୁମ୍ପା ରାସ୍ତାରେ ଆସିବାବେଳେ ବାଲିଝରୀ ଘାଟିରେ ନିର୍ମାଣାଧୀନ ରାସ୍ତାର କାଦୁଅରେ ଆମ୍ବୁଲାନ୍ସ ଫସି ଯାଇଥିଲା । ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ସୁମତିଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି ।


All Right Reserved By Dharitri.Com

ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ

ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର।...

ସହରରେ ଲୁଟେରା ଆତଙ୍କ

ଢେଙ୍କାନାଳ ଅଫିସ, ୧୯।୨ – ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ କ୍ରମାଗତ ଚୋରି ବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।...

ଟ୍ରେନ୍‌ରୁ ୫ଶହ ପାରା ଜବତ, ୨ ଗିରଫ

ବଲାଙ୍ଗୀର ଅଫିସ, ୩୧ା୮: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୭ଟି ପେଟିରେ ଆସୁଥିବା ୫ଶହ ପାରାକୁ ବଲାଙ୍ଗୀର ଆରପିଏଫ୍‌(ରେଳ ସୁରକ୍ଷା ବଳ) ସ୍ଥାନୀୟ ରେଳଷ୍ଟେଶନ୍‌ରୁ ଶୁକ୍ରବାର ଜବତ...

ଲଗାଣ ବର୍ଷା: ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭଦ୍ରକ ଅଫିସ,୨୪।୧୦: ରାଜ୍ୟରେ ଲାଗାଣ ବର୍ଷI ଯୋଗୁ ଗୁରୁବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଛାତ୍ରୀଛାତ୍ରଙ୍କ...

ଲଗାଣ ବର୍ଷାରେ ଧାନଜମି ଜଳମଗ୍ନ

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଗତ ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ା ବ୍ଲକ ଅନ୍ତର୍ଗତ ୨୨...

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ...

ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ ପ୍ରତାପ ଜେନା

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ୍‌ ଇଣ୍ଡିଆ ପକ୍ଷରୁ ଶନିବାର...

Leave a comment

Your email address will not be published. Required fields are marked *