Posted inଫୁରସତ

କହୁଣୀରେ ଲେଖି ପରୀକ୍ଷା ଦେଇ ରଖିଥିଲେ ୮୧ ପ୍ରତିଶତ ନମ୍ବର

ବଡ଼ୋଦରା,୭।୩: ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ବଡ଼ୋଦରାରେ ବାସ କରୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ଶିବମ୍‌ ସୋଲାଙ୍କି। ୧୩ ବର୍ଷ ହୋଇଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କର ଡାହାଣ ହାତ କଟିଯାଇଥିଲା। ଶିବମ୍‌ଙ୍କ ମାତା ତାଙ୍କୁ କହୁଣୀରେ ଲେଖିବାକୁ ପରାମର୍ଶ ଦେଇଥିଲେ। ଏହାପରେ ବାପା ଶିବମଙ୍କୁ କିପରି କହୁଣୀରେ ଲେଖାଯିବା ତାହା ଶିଖାଇଥିଲେ। ଏନେଇ ସ୍କୁଲ ପକ୍ଷରୁ ମଧ୍ୟ ଶିବମ୍‌ଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା। ଶିବମ୍‌ ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଏହା ପୂର୍ବରୁ ସେ କହୁଣୀରେ ଲେଖି ୧୦ମ ଶ୍ରେଣୀ ପରୀକ୍ଷା ଦେଇ ୮୧ ପ୍ରତିଶତ ନମ୍ବର ରଖିଥିଲେ। ଏଥର ମଧ୍ୟ ପରୀକ୍ଷାରେ ଭଲ ହୋଇଥିବା ଶିବମ୍‌ କହିଛନ୍ତି।


All Right Reserved By Dharitri.Com

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା,ବିଚାରପତି ଏମିତି କରାଇଲେ ମିଳନ

ଭୋପାଳ,୨୮।୧୧: ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ। ସାମାନ୍ୟ ତରକାରୀକୁ ନେଇ ଲାଗିଥିବା ଝଗଡା ଯୋଗୁ ଦୀର୍ଘ ୧୭ ବର୍ଷ...

ଶିକ୍ଷକଙ୍କ ବଦଳିରେ କାନ୍ଦିଲେ ପୂରା ଗାଁ ଲୋକେ: ଢୋଲ, ଘଣ୍ଟ ବଜାଇ ଦେଲେ ସମ୍ବର୍ଦ୍ଧନା

ଡେରାଡୁନ୍‌,୧୫।୮:ଆଜିକାଲି ସରକାରୀ ସ୍କୁଲରେ ପାଠପଢା ଦେଖି ଅଭିଭାବକମାନେ ନିଜ ପିଲାଙ୍କୁ ବେସରକାରୀ ସ୍କୁଲରେ ଅଧିକ ଫିସ୍‌ ଦେଇ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆଜିବି...

ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ...

ହ୍ୟାରିପୋଟର୍‌ ଝାଡୁ

ହ୍ୟାରିପୋଟର୍‌ ଚଳଚ୍ଚିତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତଭାବେ ଦେଖିଥିବେ ହ୍ୟାରିପୋଟର୍‌ ଏକ ଯାଦୁ ଝାଡୁ ଉପରେ ବସି କିଭଳି ଉଡି ବୁଲୁଥିଲେ। ଅନେକ ପାଶ୍ଚାତ୍ୟ କାହାଣୀରେ...

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ...

ଯେଉଁଠି ହୁଏ ମାଛ ବର୍ଷା

ଆମେରିକାର ଉଟାହରେ ଦେଖିବାକୁ ମିଳେ ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ଆକାଶରୁ ମାଛ ବର୍ଷା ହୋଇଥାଏ। ଏହି ଦୃଶ୍ୟ ଦେଖିବାକୁ ବେଶ୍‌ ମନଲୋଭା। ମାଉଣ୍ଟେନ୍‌ ଲେକ୍‌...

Leave a comment

Your email address will not be published. Required fields are marked *