କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ୮୦ ଛାତ୍ରୀ

କୋଏମ୍ବାଟୁର,୭।୩ : କର୍କଟ ପୀଡ଼ିତଙ୍କ ପାଇଁ କେତେକ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅସମର୍ଥ ଥିବା ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର ୮୦ ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କେମୋଥେରାପି ପରେ କର୍କଟ ପୀଡ଼ିତଙ୍କ କେଶ ଉପୁଡ଼ି ଯାଇଥାଏ। ତେଣୁ ଦାନ କରାଯାଇଥିବା କେଶରୁ ଓ୍ବିଗ୍‌ ତିଆରି କରି କର୍କଟ ପୀଡ଼ିତଙ୍କୁ ପ୍ରଦାନ କଲେ ସେମାନେ ଖୁସି ହେବେ ବୋଲି ଛାତ୍ରୀମାନେ କହିଛନ୍ତି। କର୍କଟ ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବା ଲାଗି ଛାତ୍ରୀମାନେ ଏଭଳି ନିଆରା ପଦକ୍ଷେପ ଆପଣେଇଛନ୍ତି। ଛାତ୍ରୀମାନେ ୮ଇଞ୍ଚ ଲମ୍ବର କେଶ ଦାନ କରିଛନ୍ତି। ଏହି ଅଭିଯାନରେ ୨୦୦ ଛାତ୍ରୀ ସେମାନଙ୍କ କେଶ ଦାନ କରିବେ ବୋଲି ଯୋଜନା ରହିଛି।


All Right Reserved By Dharitri.Com

ପଛୁଆ ଚାଲି ବିରୋଧ ପ୍ରଦର୍ଶନ କଲେ ଚନ୍ଦ୍ରାବାବୁ

ଅମରାବତୀ,୧୬।୧୨: ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ନିଆରା ଢଙ୍ଗରେ ବିରୋଧ...

ପାର୍ଥ, ରାଜୀବଙ୍କୁ ସିବିଆଇ ସମନ

କୋଲକାତା, ୧୭ା୮(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମ୍‌ସି ମହାସଚିବ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ ଜାରିକରିଛି। ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ...

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌କୁ ନା, ବରଯାତ୍ରୀରେ ନାଚି ପାରିବେନି ମହିଳା

ଭୋପାଳ,୧୦।୧୨: ମଧ୍ୟପ୍ରଦେଶ ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନ ଏକ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବିବାହ ପୂର୍ବରୁ କରାଯାଉଥିବା ଫଟୋ ଶୁଟ୍‌କୁ ସଙ୍ଗଠନ...

ମାସେ ଧରି ଝିଅର ମୃତଦେହକୁ ନିଜ ପାଖରେ ରଖି ଶୋଉଥିଲେ ମା’ ବାପା

ମିର୍ଜାପୁର,୧୮।୬: ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। କଟରାର କୋତବାଲି ନିକଟସ୍ଥ ହଥିଆ ଫାଟକ ମହଲାରେ ଅବସରପ୍ରାପ୍ତ କନଷ୍ଟେବଳ ଦିଲାବର ଖାଁ ଓ...

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ,୧୮।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଶୁକ୍ରବାର ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କ ନାଁ...

ବୈଜ୍ଞାନିକଙ୍କ ସତର୍କ ସୂଚନା: କରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧ ହୃତ୍‌ପିଣ୍ଡରେ ସମସ୍ୟା ସୃଷ୍ଟି କରିପାରେ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ଭୂତାଣୁ ବା କୋଭିଡ୍‌-୧୯ ଚିକିତ୍ସା ଲାଗି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସକ୍ଲୋରୋକୁଇନ୍‌ ଏବଂ ଆଣ୍ଟିବାୟୋଟିକ୍‌ ଆଜିଥ୍ରୋମାଇସିନ୍‌ ବ୍ୟବହାର କରାଯାଉଛି। ତେବେ ଏଭଳି ଔଷଧ ସେବନ...

ସାବଧାନ କରୋନା ସୁପର ସ୍ପ୍ରେଡର ହୋଇପାରନ୍ତି ଷ୍ଟେରୋଏଡ୍‌ ନେଇଥିବା ବ୍ୟକ୍ତି !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ନେଇ ବେଳେବେଳେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଥାଏ। ମାତ୍ର ତାଙ୍କ...

ଭାରତ ଲୋକ ସଭା ନିର୍ବାଚନର ଲାଇଭ୍‌ ଅପ୍‌ଡେଟ୍‌ ଦେଉଛି ପାକିସ୍ତାନ ଗଣମାଧ୍ୟମ

ନୂଆଦିଲ୍ଲୀ,୧୮।୪: ଭାରତରେ ହେଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିଶ୍ୱର ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଆଗ୍ରହ ଖୁବ୍‌ ଅଧିକ ଥିବା ପରିଲକ୍ଷିତ ହୋଇଛି। କାରଣ...

Leave a comment

Your email address will not be published. Required fields are marked *