ପରିବେଶ ଆଇନ ଉଲ୍ଲଂଘନ: ବାଲିଉତ୍ସ ପରିଦର୍ଶନ କଲେ ଉଚ୍ଚ କର୍ତ୍ତୃପକ୍ଷ

ଜଳେଶ୍ୱର, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ମହମ୍ମଦନଗରପାଟଣା ପଞ୍ଚାୟତ ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣା (କ, ଖ, ଗ ଓ ଘ) ୪ଟି ବାଲି ଉତ୍ସକୁ ଶୁକ୍ରବାର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ଡ. କେ ମୂରଲୀ, ଏମପିଆର୍‌କ୍ୟୁ ବିଶ୍ୱନାଥ ମହାନ୍ତି, ବାଲେଶ୍ୱର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ପ୍ରକାଶ ମହାପାତ୍ର ପ୍ରମୁଖ ପରିଦର୍ଶନ କରିଛନ୍ତି। ଅଧିକାରୀମାନେ ବାଲି ଉତ୍ତୋଳନ ପ୍ରକ୍ରିୟାର ତଦାରଖ କରିଥିଲେ। ସ୍ଥାନୀୟ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଉପସ୍ଥିତିରେ ଉଚ୍ଚ ଅଧିକାରୀମାନେ ନଦୀର ଜଳପ୍ରବାହକୁ ଗତିରୋଧ କରି କିଭଳି ଭାବେ ନଦୀଗର୍ଭ ତଥା କୂଳରୁ ବଡ଼ ବଡ଼ ଜେସିବି ସାହାଯ୍ୟରେ ପରିବେଶ ଆଇନକୁ ଉଲଂଘନ କରି ବାଲି ଉତ୍ତୋଳନ କରାଯାଉଛି ତାହା ଦେଖି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଉକ୍ତ ରିପୋର୍ଟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି।
ଉକ୍ତ ବାଲି ଉତ୍ସଗୁଡ଼ିକରେ ପରିବେଶ ଆଇନ୍‌ ତଥା ସରକାରୀ ଗାଇଡଲାଇନ୍‌କୁ ଉଲଂଘନ କରାଯାଇ ବାଲି ଉତ୍ତୋଳନ କରାଯାଉଛି ବୋଲି ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଏନ୍‌ଜିଟି ରାଜ୍ୟ ପ୍ରଶାସନକୁ ରିପୋର୍ଟ ତଲବ କରିବା ପରେ ଆଜି ଉଚ୍ଚ ଅଧିକାରୀମାନେ ସମ୍ପୃକ୍ତ ବାଲି ଉତ୍ସଗୁଡ଼ିକ ବୁଲି ପରିଦର୍ଶନ କରିଥିଲେ।


All Right Reserved By

ସମୀକ୍ଷା ହେଲେ ରଜ କୁଇନ୍‌

ତିହିଡ଼ି, ୧୫।୬ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଚଉଁରୀ ଗଁ।ରେ ଶୁକ୍ରବାର ରଜବତୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ...

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୫: ଗୁରୁବାର ଭୋଟ ଗଣତି। ଏହାକୁ ଠିକ୍‌ ଭାବେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିଲାଗି ଜିଲା...

ପାଣିରେ ବୁଡ଼ି ନାବାଳିକା ମୃତ

କେନ୍ଦୁଝର, ୩ା୬(ଡି.ଏନ୍‌.ଏ.)-କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟରେ ଥିବା ପୋଖରୀରେ ରବିବାର ଅପରାହ୍ନରେ ବୁଡିଯାଇ ଜଣେ ୭ବର୍ଷ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଛି। ରବିବାର...

ଚରମ୍ପାରେ ହେବ ଫ୍ଲାଏଓଭର ବ୍ରିଜ୍‌

ଭଦ୍ରକ ଅଫିସ, ୧୯।୫ – ଭଦ୍ରକ ଜିଲା ଚରମ୍ପାରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିକଟରେ ଏନେଇ କ୍ଷେତ୍ର ପରିଦର୍ଶନ...

କନିଅଆଁ ଟୁସୁଙ୍କ ନୌବିହାର ମନମୋହିଲା

ବାଲେଶ୍ୱର ଅଫିସ, ୨୮।୫-ବାହାଘର ପାଇଁ ସରିଛି ଲଗ୍ନଧରା ଓ ଗୁଆମଙ୍ଗଳା। ଆସନ୍ତା ୩୦ତାରିଖରେ ଶୁଭ ପରିଣୟ। ବଧୂ ବେଶ ସାଜି ଝଲସି ଉଠିବେ ଟୁସୁ। ବାଜା,...

ରାସ୍ତାକଡ଼ରେ ଜଙ୍ଗଲୀ ଛତୁର ପସରା

କେନ୍ଦୁଝର, ୨ା୭(ସ୍ବ.ପ୍ର.)-ଛତୁ ଖାଇବାକୁ କିଏ ନ ଭଲ ପାଏ। ବର୍ଷା ଆରମ୍ଭ ହେଲେ ସକାଳୁ ବଣଜଙ୍ଗଲରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ଯେତିକି...

ହାତୀକୁ ସୁରକ୍ଷା ଦେବା ଲାଗି ଖଣିକମ୍ପାନୀକୁ ତାଗିଦ: ଜୁରୁଡ଼ି ଅଞ୍ଚଳରେ ବୁଲୁଛନ୍ତି ୧୭ ହାତୀ

ଯୋଡ଼ା, ୩୦।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବନପାଳଙ୍କ ଅଞ୍ଚଳରେ ୧୭ଟି ହାତୀ ଘୁରିବୁଲୁଥିବା ଖବର ହସ୍ତଗତ ହୋଇଛି। ଯୋଡ଼ା ବନପାଳ ପିଅନ ନାଏକଙ୍କ ସୂଚନା ମୁତାବିକ...

ଦୂଷିତ ଜଳ ଯୋଗୁ ବ୍ୟାପୁଛି ଝାଡ଼ାବାନ୍ତି: ୩ ମୃତ, ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ବସ୍ତା,୨୧।୮(ସ୍ବ.ପ୍ର.): ଲଗାଣବର୍ଷା ପରେ ବାଲେଶ୍ୱର ଜିଲାର ବସ୍ତା ଏବଂ ରେମୁଣା ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ନାଳ ପୋଖରୀରୁ ଲୋକେ ଦୂଷିତ ଜଳକୁ ପାନୀୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *