ଫେରିଯିବ ଦେଢ଼ କୋଟିର ଅନୁଦାନ

ନାଉଗଁ।, ୭।୩ (ସ୍ବ.ପ୍ର.): ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଥିବା ବେଳେ ଠିକ୍‌ ସମୟରେ ଅନୁଦାନ ଖର୍ଚ୍ଚ କରା ନ ଗଲେ ତାହା ଫେରିଯିବା ନିୟମ ମଧ୍ୟ ରହିଛି। ତେବେ ନାଉଗାଁ ବ୍ଲକ ଅଧୀନ ୧୬ଟି ପଞ୍ଚାୟତକୁ ଆସିଥିବା ଅନୁଦାନ ଅର୍ଥ ବିନିଯୋଗ ହୋଇଥିବା ବେଳେ କେବଳ ରୋହିଆ ପଞ୍ଚାୟତକୁ ଆସିଥିବା ୧ କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ ରାଶି କୌଣସି କାର୍ଯ୍ୟରେ ଖର୍ଚ୍ଚ ହୋଇପାରିନାହିଁ। ଇତିମଧ୍ୟରେ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରି ନ ଥିବାରୁ ଏହା ଫେରିଯିବାର ଆଶଙ୍କା ରହିଛି। ଦୁଇ ଦଳ ମଧ୍ୟରେ ଭାଗବଣ୍ଟା ନ ଛିଣ୍ଡିବା ଯୋଗୁ ପଞ୍ଚାୟତରେ ଉନ୍ନତୀକରଣ କାର୍ଯ୍ୟ ଆଗେଇପାରୁ ନ ଥିବା ବେଳେ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ ବୋଲି ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପଞ୍ଚାୟତର ପାଣ୍ଠି ବାବଦରେ ୫୪ ଲକ୍ଷ, ବ୍ଲକ ଶେୟାର ୮୧ ଲକ୍ଷ ଓ ଆମ ଗଁା ଆମ ବିକାଶ ଯୋଜନାରେ ୨୫ ଲକ୍ଷ ଟଙ୍କା ସର୍ବମୋଟ ୧ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ପଡ଼ି ରହିଥିବା ଜଣାଯାଇଛି।
ପ୍ରକାଶ ଯେ, ଗତ ପଞ୍ଚାୟତ ନିର୍ବାଚନରେ ଉକ୍ତ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସରପଞ୍ଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଗତ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ବହୁମତ ପାଇ ନିର୍ବାଚନ ଜିତିଛନ୍ତି। ତେଣୁ ରୋହିଆ ପଞ୍ଚାୟତରେ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥତ୍ତଙ୍କ ମଧ୍ୟରେ ମତପାର୍ଥକ୍ୟ ଯୋଗୁ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଞ୍ଚାୟତବାସୀଙ୍କ ହିତରେ ଲାଗିପାରୁନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ପଡ଼ି ରହିଥିବା ଅନୁଦାନ ଖର୍ଚ୍ଚ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ୩ ମାସ ପୂର୍ବେ ହୋଇଥିବା ପଞ୍ଚାୟତ ସମିତି ବୈଠକ ଓ ଗତ କିଛି ଦିନ ତଳେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେବା ଅବସରରେ ବିଧାୟକ ମୁଦୁଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଦିନ କେଇଟା ବାକି ଥିଲେ ହେଁ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶିବବ୍ରତ ନାୟକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସମିତିସଭ୍ୟ ପଦ୍ମଚରଣ ରାଉତ ଏ ସମ୍ପର୍କରେ କୁହନ୍ତି, ପଡ଼ି ରହିଥିବା ଅନୁଦାନ କେଉଁ ଉପାୟରେ ଖର୍ଚ୍ଚ କରାଯିବ, ସେ ନେଇ ବ୍ଲକ ବିଜେଡି ସଭାପତି, ବ୍ଲକ ଅଧ୍ୟକ୍ଷ, ସହକାରୀ ଯନ୍ତ୍ରୀ, ସରପଞ୍ଚ ଓ ସମିତିସଭ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସବୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କୁ ପଚାରିବାରେ ଅନୁଦାନ ଖର୍ଚ୍ଚ ନେଇ ବୈଠକରେ ଆଲୋଚନା ସରିଛି। ଖୁବ୍‌ଶୀଘ୍ର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ।


All Right Reserved By Dharitri.Com

ଗ୍ରାମବାସୀଙ୍କ ଧାରଣା ପରେ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ପ୍ରକୃତ ସ୍ଥାନରୁ ଉଚ୍ଛେଦ ହଟାଯାଇ ନ ଥିବାରୁ ଅସନ୍ତୋଷ

ବାହାନଗା, ୧୪ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଅଧାରେ କାମ ଅଟକିଛି ା କେତେକ...

ସଙ୍କଟରେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’

ଭୁବନେଶ୍ୱର,୨ା୯: ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’ ଯୋଜନା। ବହୁ ଆଡ଼ମ୍ବରରେ...

କରୋନା ରୋଗୀଙ୍କ ସହ କଣ୍ଟାକ୍ଟ କ’ଣ, କାହାକୁ ରହିଛି ସଂକ୍ରମିତ ହେବାର ଆଶଙ୍କା

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ସହ କଣ୍ଟାକ୍ଟ ବା ସମ୍ପର୍କ ନେଇ ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।...

ଚୋରା ପଥର ଚାଲାଣରେ ଦୁଇ ପୋଲିସ ଅଧିକାରୀ: ଇନ୍ସପେକ୍ଟର ବିକ୍ରମ ଜେନା ନିଲମ୍ବିତ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ)/ ଖୋର୍ଦ୍ଧା(ଡି.ଏନ୍‌.ଏ.): ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ଅଧିକାରୀ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍କାନରରେ ଥିବା ଦୁଇ ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା...

ଅନୁଗୋଳ ପୌର କାର୍ଯ୍ୟାଳୟରେ ଜିଲାପାଳ: ସଫେଇ ସାର୍ଟିଫିକେଟ ଆଣିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ପୌରାଞ୍ଚଳରେ ପରିମଳ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଶାସକ ତଥା ଜିଲାପାଳ ମନୋଜ କୁମାର ମହାନ୍ତି। ବୁଧବାର ଜିଲାପାଳ...

ଶାରୀଶୁଆ ପାହାଡ଼ ଖଣି ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟ ବନସଂରକ୍ଷକ, ଜିଲାପାଳ

ଖଇରା,୨୦।୧୧(ଡି.ଏନ.ଏ.):  ଦୁଇ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠି ଓ ହରିଶଙ୍କର ଉପାଧ୍ୟାୟ ଏବଂ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୁଧବାର ଖଇରା ଓ କପ୍ତିପଦା...

ଆଇସିୟୁ ଭଙ୍ଗାରୁଜା ଘଟଣା :ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୫ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ସୋମବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା...

ବିଦ୍ୟୁତ୍‌ କର୍ମଚାରୀଙ୍କ ବାତ୍ୟା ମୁକାବିଲାକୁ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୩ା୫ (ବ୍ୟୁରୋ): ବାତ୍ୟା ‘ଅମ୍ଫନ’ରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଯେଉଁ କର୍ମଚାରୀମାନେ ଦିନରାତି ଅବିରତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶକ୍ତିମନ୍ତ୍ରୀ...

Leave a comment

Your email address will not be published. Required fields are marked *