୫ ଗ୍ରାମ୍ୟରାସ୍ତାର ହେବ ଉନ୍ନତୀକରଣ

ଭୁବନ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଧ୍ୟକ୍ଷତା କରିଥିଲେ। ଖୁବ୍‌ଶୀଘ୍ର ବ୍ଲକର ୫ ବ୍ୟସ୍ତବହୁଳ ଗ୍ରାମ୍ୟରାସ୍ତାର ଉନ୍ନତୀକରଣ କରାଯିବ। ଫଳରେ ୫୫ନଂ. ଜାତୀୟ ରାଜପଥକୁ ଯୋଗାଯୋଗ ଅଧିକ ସୁଗମ ହୋଇପାରିବ। ଏଥିସହ ଚାଷୀ ଏବଂ ଚାଷର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।
ବ୍ଲକର ବିଭିନ୍ନ ପଞ୍ଚାୟତରୁ ୫୩ନଂ. ଜାତୀୟ ରାଜପଥକୁ ଗ୍ରାମ୍ୟ ସଡ଼କ ସଂଯୋଗ କରିଛି। ଏହା ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରୁଛନ୍ତି। ସେଥିମଧ୍ୟରୁ ମଠକରଗୋଳା-ଜିରାଳ, ଟିପିଲେଇ ଛକ-ପାଟପୁର, ଗଡ଼ନୃସିଂହପ୍ରସାଦ-କୃଷ୍ଣପୁର, ବାଲିଝାଟି ଛକ-ଜୟପୁର ଏବଂ ଶ୍ୟାମଳ-ସେନନ୍ଦା ରାସ୍ତା ଅନ୍ୟତମ। ଏସବୁ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ରେ ସାମିଲ କରାଯିବ। ଫଳରେ ବ୍ଲକବାସୀ ଉପକୃତ ହୋଇପାରିବେ। ସେହିପରି ଅଧାପନ୍ତରିଆ ହୋଇ ପଡ଼ିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା, କୃଷି ଏବଂ କୃଷକର ବିକାଶ ଲାଗି ରହିଥିବା ଯୋଜନାର ସଫଳ ରୂପାୟନ ଦିଗରେ ଯତ୍ନବାନ ଦେବାକୁ ବିଡିଓ ଆଶୀର୍ବାଦ ପରିଡ଼ା ପରାମର୍ଶ ଦେଇଥିଲେ।
ଏହି ଅବସରରେ ପଞ୍ଚାୟତର ଲୋକପ୍ରତିନିଧିମାନେ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ସୁଭଦ୍ରା ପାତ୍ର, ସହକାରୀ ଯନ୍ତ୍ରୀ ଶ୍ରୀମନ୍ତ ନାରାୟଣ ଆଚାର୍ଯ୍ୟ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର...

ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ...

ଅନୁକୂଳ ହେଲା ରଥକାଠ

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ରଥକାଠ ଅନୁକୂଳ ହୋଇଛି। ଏହି ଉପଲକ୍ଷେ ମହାପ୍ରଭୁ ଶ୍ରୀବଳରାମଙ୍କ ମନ୍ଦିରରେ...

ପଞ୍ଚାୟତିରାଜ ବ୍ୟବସ୍ଥା ସଶକ୍ତ କରିବାକୁ ଦାବି

ଢେଙ୍କାନାଳ ଅଫିସ, ୭ା୩ – ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଦାବିରେ ଢେଙ୍କାନାଳ ଜିଲା କଂଗ୍ରେସ କମିଟି ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ...

ଆଲୋକମାଳାରେ ଝଲସୁଛି ବଇଣ୍ଡା ପୂଜା ମଣ୍ଡପ

ବଇଣ୍ଡା,୬ା୧୦(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ରୋଡ ଓ ଡେବେରାପାଲି ଗ୍ରାମରେ ଶନିବାରଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇପଡ଼ିଛି। ଶୁକ୍ରବାର...

ଯୁବକଙ୍କୁ ହାଜତରେ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: କଙ୍କଡ଼ାହାଡ଼ ଥାନା ଏଏସ୍ଆଇ ନିଲମ୍ବିତ

ଢେଙ୍କାନାଳ ଅଫିସ/କାମାକ୍ଷାନଗର(ଡି.ଏନ୍‌.ଏ.) ୧୧।୧ – ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଏତଲା ନ ରଖିବା ଏବଂ ଏହାର ପ୍ରତିବାଦ କରିବାରୁ ଜଣେ ଯୁବକଙ୍କୁ ଥାନା...

ପ୍ରତିଭା ସମ୍ମାନ, ସ୍ବାଗତମ୍‌-୨୦୨୦ ଉଦ୍‌ଯାପିତ: କଳାକାର ସୃଷ୍ଟିରେ ଜିଲା ସ୍ବତନ୍ତ୍ର

ଢେଙ୍କାନାଳ ଅଫିସ, ୧।୧- ଢେଙ୍କାନାଳ କଳା ସଂସ୍କୃତିର ମାଟି। ଏଠାରେ ବର୍ଷତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ନଭେମ୍ବରଠାରୁ ଅଦ୍ୟାବଧି ସହରରେ ନିୟମିତ ବିଭିନ୍ନ...

ସପ୍ତଶଯ୍ୟା ଉତ୍ସବ ଉଦ୍‌ଘାଟିତ: ମମତାକୁ ପାଥେୟକରି ମା’ ମାଟିର ବିକାଶ କର

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳ ଜିଲା ସଦର ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ସପ୍ତଶଯ୍ୟା ଉତ୍ସବ...

Leave a comment

Your email address will not be published. Required fields are marked *